ଆଜି ହେବନି ଶ୍ରୀଜିଉଙ୍କ ରାତ୍ର ପହୁଡ଼

Above Post Content

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ହେବନି । ରାତିସାରା ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ସୋମବାର ହେଉଛି କାର୍ତ୍ତିକମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ । ଏହି ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

୫୦ ପ୍ଲାଟୁନ୍ ପୋଲିସ ହେବେ ମୁତୟନ

After 2nd paragraph post ads
Middle post content

ପୂର୍ଣ୍ଣିମା ତିଥିରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁମାନେ ମହୋଦଧିରେ ସ୍ନାନକରି ଡଙ୍ଗାଭସାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସମାଗମ ହେବେ । ତେଣୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରିଛି । ଆଜି ସାରାରାତି ଅନେକ ନୀତିକାନ୍ତି ଥିବାରୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇ ନ ପାରେ । ଏଥିସହ ସାରାରାତି ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ପାଇଁ ରହିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣିମା ପାଇଁ ପୋଲିସ ପ୍ରଶାସନ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଶ୍ରୀମନ୍ଦିର ଓ ସମୁଦ୍ରକୂଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

ସାରା ରାତି ଦର୍ଶନ କରିବେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ରବିବାର କାର୍ତ୍ତିକ ମାସର ପଞ୍ଚୁକ ଚତୁର୍ଦ୍ଦଶୀଶ୍ରୀମନ୍ଦିରରେ ଶ୍ରୀଜିଉମାନେ ଡାଳିକିଆ ବା ଲକ୍ଷ୍ନୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ବେଶରେ ଶ୍ରୀଜିଉ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସଜ୍ଜିତ କରାଯାଇଛି । କାର୍ତ୍ତିକ ମାସ ତଥା ପଞ୍ଚୁକ ୪ ଦିନ ଶ୍ରୀମନ୍ଦିରରେ ନିତିକାନ୍ତି ଶୃଙ୍ଖଳିତ ହୋଇଥିବା ବେଳେ ଶ୍ରୀଜିଉଙ୍କୁ ଠିକ ସମୟରେ ପହୁଡ଼ କରାଯାଉଛି । ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରାଯାଇଛି । ସାରାରାତି ଅନେକ ନୀତିକାନ୍ତି ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନପାରେ । ଏଥିସହ ସାରା ରାତି ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ପାଇଁ ରହିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami