ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ ସାମି

Above Post Content

ଉତ୍ତରାଖଣ୍ଡ : ମାନବିକତା ଦେଖାଇଲେ କ୍ରିକେଟର ମହମ୍ମଦ ସାମି । ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ । ଏନେଇ ନିଜ ଇନଷ୍ଟାରେ ପୋଷ୍ଟ କଲେ ଖୁସିର ମୁହୂର୍ତ୍ତ । ଦୁର୍ଘଟଣାଗ୍ରସ୍ତ କାରରେ ଫସି ରହିଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସାମି । ସାମିଙ୍କ ଏପରି କାର୍ଯ୍ୟକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ରବିବାର ସକାଳୁ ଉତ୍ତରାଖଣ୍ଡ ନୈନିତାଲର ପାହାଡି ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା । ଗାଡି ଭିତରେ ଫସି ରହିଥିଲେ ଡ୍ରାଇଭର । ଏହି ସମୟରେ ଭାରତୀୟ କ୍ରିକେଟର ସାମି ସେହି ରାସ୍ତା ଦେଇ ଯାଉଥିବା ବେଳେ ଘଟଣା ସ୍ଥଳରେ ଅଟକିଥିଲେ । ନିଜ ସହଯୋଗୀ ମାନଙ୍କ ସହ ଦୁର୍ଘଟଣାଗ୍ରସ୍ତ କାରରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ । ଗାଡି ଚାଳକ ଜଣକ ଭାଗ୍ୟବାନ, ଭଗବାନଙ୍କୁ ତାଙ୍କୁ ଦ୍ୱିତୀୟ ଜୀବନ ଦେଇଛନ୍ତି ବୋଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସାମି ।

Middle post content

ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ପରେ ମିଳିଲା ଢେର ପ୍ରଂଶସା

After 2nd paragraph post ads

ଭାରତୀୟ କ୍ରିକେଟର ଏଭଳି ମାନବିକତା ପ୍ରଦର୍ଶନକୁ ପ୍ରଂଶସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ପାରିବାରିକ ସମସ୍ୟା ଭିତରେ ଛନ୍ଦି ହୋଇପଡିଥିବା ସାମି କିନ୍ତୁ ନିଜ ଫ୍ୟାନ୍ସଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିରଖିଛନ୍ତି । ପ୍ରେମ ବିବାହ କରି ୪ ବର୍ଷର ସଂସାର ପରେ ମହମ୍ମଦ ସାମିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ପତ୍ନୀ ହସିନ୍ ଜାହାଁ ।୨୦୧୪ ଜୁନ୍ ୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୧୫ ଜୁଲାଇରେ ଉଭୟ ଏକ କନ୍ୟା ସନ୍ତାନ ‘ଆଇରା’କୁ ହୋଇଥିଲା । ଏହି ୩ ପ୍ରାଣୀ କୁଟୁମ୍ବଙ୍କ ସଂସାର ଭଲରେ ଚାଲିଲା । ଏହା ମଧ୍ୟରେ ସାମିଙ୍କୁ ସନ୍ଦେହ କରିବାକୁ ଲାଗିଲେ ହସିନ୍ । ଅନେକ ଝିଅଙ୍କ ସହ ସାମିଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଲେ । ଏହାପରେ ୨୦୧୮ ମାର୍ଚ୍ଚରେ ସାମିଙ୍କ ବିରୋଧରେ ଯାଦବପୁର ଥାନାରେ ଘରୋଇ ହିଂସା, ହତ୍ୟା ଉଦ୍ୟମ, ଯୌତୁକ ନିର୍ଯାତନା ନେଇ ହସିନ୍ ଏତଲା ଦେଇଥିଲେ । ହସିନ୍‌ଙ୍କ ଅଭିଯୋଗ ପରେ ସାମି ମାନସିକ ଭାରସାମ୍ୟ ହରାଇ ୩ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ ବି କରିଛନ୍ତି । ହେଲେ, ପରିବାରର ହସ୍ତକ୍ଷେପ ଯୋଗୁଁ ସେ ଏଭଳି ଖରାପ ନିଷ୍ପତ୍ତିରୁ ଓହରି ଯାଇଥିଲେ ବୋଲି କହିଥିଲେ ସାମି । ଏହି ମାମଲା ଏ ପର୍ଯ୍ୟନ୍ତ ତୁଟିନି । ଏହି ୪ ବର୍ଷର ମାମଲା କୋର୍ଟରେ ଏବେ ମଧ୍ୟ ଚାଲିଛି । ଏସବୁ ମାନସିକ ଚାପ ସତ୍ତ୍ୱେ ନିଜର ମାନବିକତା ଦେଖାଇ ପୁଣି ଫ୍ୟାନ୍ସଙ୍କ ପାଇଁ ହିରୋ ସାଜିଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସାମି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami