୨୬/୧୧କୁ ପୂରିଲା ୧୫ ବର୍ଷ : ଆତଙ୍କବାଦୀ ଆକ୍ରମଣରେ ସ୍ତବ୍ଧ ହୋଇଯାଇଥିଲା ପୂରା ମୁମ୍ବାଇ

Above Post Content

ମୁମ୍ବାଇ: ସେଦିନ ଥିଲା ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ମୁମ୍ବାଇରେ ଆତଙ୍କର ଚିତ୍ର ଆଙ୍କିଥିଲେ ଆତଙ୍କବାଦୀ । ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇ ପାଇଁ ଏହି ତାରିଖ ହୋଇଗଲା ଏକ କଳାଦିନ । ପୋଲିସ୍ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟ ନ୍ତ ସମସ୍ତେ ହୋଇଥିଲେ ଆତଙ୍କବାଦୀଙ୍କ ଗୁଳିର ଶିକାର । ଆଜି ଏହି ଘଟଣାକୁ ୧୫ ବର୍ଷ ପୂରିଛି । କିନ୍ତୁ ଆଜି ବି ଦେଶବାସୀ ଏହି ଲୋମଟାଙ୍କୁରା ଘଟଣାକୁ ଭୁଲି ପାରିନାହାନ୍ତି ।

ଦୁଇଦିନ ପରେ ଆତଙ୍କବାଦୀଙ୍କ କବଳରୁ ମୁକୁଳିଥିଲା ତାଜ୍‌

After 2nd paragraph post ads

ନଭେମ୍ବର ୨୬ ଆସିଲେ ସମସ୍ତଙ୍କ ଆଖିକୁ ଆସିଥାଏ ମୁମ୍ବାଇ ତାଜ୍ ହୋଟେଲର ସେହି ଅଭାବନୀୟ ଦୃଶ୍ୟ । ଯେଉଁଥିରେ ତାଜ ହୋଟେଲର ଗୋଟିଏ ପାର୍ଶ୍ୱ ଆତଙ୍କବାଦୀଙ୍କ କବଜାରେ ରହିଥିଲା । ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀମାନେ ଏହି ତାଜ୍ ହୋଟେଲକୁ ଟାର୍ଗେଟ୍ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଶିକାର ହୋଇଥିଲେ ତାଜ ହୋଟେଲର ଅନେକ ଅତିଥି । ୨୬ ନଭେମ୍ବର ରାତିରେ ହୋଟେଲ ତାଜକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ ଆତଙ୍କବାଦୀ । ବହୁ ଅତିଥିଙ୍କୁ ବନ୍ଧକ ରଖାଯାଇଥିଲା । ସେମାନଙ୍କ ଭିତରେ କେତେକ ବିଦେଶୀ ବି ଥିଲେ । ୨୭ ତାରିଖ ସକାଳୁ ତାଜ ହୋଟେଲକୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ଏନ୍‌ଏସଜି କମାଣ୍ଡୋ ମଧ୍ୟ ଲାଗି ପଡ଼ିଥିଲେ । ଦୀର୍ଘ ଦୁଇ ଦିନର କଠିନ ପରିଶ୍ରମ ପରେ ତାଜ ହୋଟେଲ ଆତଙ୍କବାଦୀଙ୍କ କବଳରୁ ରକ୍ଷା ପାଇଥିଲା ।

Middle post content

ପ୍ରାଣ ହରାଇଥିଲେ ୧୬୨ ନିରୀହ ଲୋକ

କେବଳ ତାଜ ହୋଟେଲ ନୁହେଁ, ୨୬ ତାରିଖରେ ୧୦ଜଣ ଆତଙ୍କବାଦୀ ମୁମ୍ବାଇର ଏକାଧିକ ସ୍ଥାନରେ ଆକ୍ରମଣ ଜାରି ରଖିଥିଲେ । ଯେଉଁଥିରେ ମୋଟ ୧୬୨ ନିରୀହ ଲୋକ ପ୍ରାଣ ହରାଇଥିଲେ । ସେହିଦିନ ରାତିରେ ଆତଙ୍କବାଦୀମାନେ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନରେ ଜନସାଧାରଣଙ୍କ ଉପରେ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ । ଯେଉଁଥିରେ ପାଖାପାଖି ୫୮ଜଣ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହତ ହୋଇଥିଲେ । ରେଳ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଜମଲ ଆମିର କସାବକୁ କାବୁ କରିଥିଲା ପୋଲିସ୍ । ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

୧୦ ଆତଙ୍କବାଦୀ କରିଥିଲେ ନରସଂହାର

ତାଜ ହୋଟେଲ, ଛତ୍ରପତି ଶିବାଜୀ ଷ୍ଟେସନ ସହ ହୋଟେଲ୍ ଓବରାୟ, ଲିୟୋପୋଲ୍ଡ କାଫେ, କାମା ହସ୍ପିଟାଲ୍ ଓ ଦକ୍ଷିଣ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହାକୁ ଭାରତୀୟ ଇତିହାସରେ ଗୋଟିଏ କଳାଦିନ ଭାବେ ସ୍ମରଣ କରାଯାଏ । ୧୦ଜଣ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ମୁମ୍ବାଇରେ ନରସଂହାର କରିଥିଲେ । ୧୦ ଆତଙ୍କବାଦୀଙ୍କ ଭିତରୁ ମହମ୍ମଦ ଆଜମଲ ଅମୀର କସାବ୍‌ଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ଦିନ କସାବଙ୍କ ନାଁରେ ମାମଲା ଚାଲିବା ପରେ ୨୦୧୨ରେ କସାବଙ୍କୁ ଫାଶୀ ଦିଆଯାଇଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅଭିଯାନରେ ମୁମ୍ବାଇ ପୋଲିସ, ଏଟିଏସ୍ ଏବଂ ଏନଏସଜିର ୧୧ ଜଣ ଯବାନ ସହିଦ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami