ଟି-୨୦ ସିରିଜ୍ ର ଦ୍ୱିତୀୟ ମ୍ୟାଚ୍‌ରେ ବି ଜିତିଲା ଭାରତ

Above Post Content

୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ବି ନିଜ ଖାତା ରେ ଯୋଡ଼ିଛି ଭାରତ । ପୁଣି ଦ୍ୱିତୀୟ ସିରିଜରେ ପରାସ୍ତ ହେଲା କଙ୍ଗାରୁ ଟିମ୍ । ଆଉ ୪୪ ରନରେ ବିଜୟ ହାସଲ କରିଛି ଭାରତୀୟ ଦଳ । ଲଗାତର କଙ୍ଗାରୁ ଦଳକୁ ହରାଇ ପ୍ରଥମ ଓ ଦ୍ୱିତୀୟ ସିରିଜ ହାତେଇ ନେଇଛି ଭାରତ । ଆଜି ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଆମନ୍ତ୍ରଣ ପାଇ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା ।

୧୯୧ ରନ୍ ରେ ଅଟକି ଗଲା ଅଷ୍ଟ୍ରେଲିଆ

After 2nd paragraph post ads
Middle post content

ଛକା-ଚୌକା ବର୍ଷା ସହ ୨୦ ଓଭର ଖେଳି ମାତ୍ର ୪ ୱିକେଟ ହରାଇ ୨୩୫ ରନ୍ କରିଥିଲା ଭାରତ । ଯାହାକୁ ନେଇ ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଭାରତ ଦେଇଥିବା ଏହି ବିଶାଳ ସ୍କୋର ପିଛା କରି ମୋଟ ୯ ୱିକେଟ ହରାଇ ମାତ୍ର ୧୯୧ ରନରେ ଅଟକିଯାଇଛି ଅଷ୍ଟ୍ରେଲିଆ । ଏହା ପୂର୍ବରୁ, ବିଶାଖାପଟନମ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ସିରିଜରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ ।

ପୁଣି ରେକର୍ଡ଼ କଲା ଭାରତୀୟ ଦଳ

ଆଜି ବ୍ୟାଟିଂରେ ଚମତ୍କାରିତା ଦେଖାଇ ୨୩୫ ଭଳି ଏକ ବିଶାଳ ସ୍କୋର କରିପାରିଛି ଟିମ୍ ଇଣ୍ଡିଆ । ଏଥିସହ ଭାରତୀୟ ଦଳ ଏକ ବଡ଼ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ଭାରତୀୟ ଦଳ ଟି-୨୦ ଫର୍ମାଟରେ ସର୍ବାଧିକ ଥର ୨୨୦+ ରନ ସ୍କୋର କରିବାର ଦଳ ହୋଇପାରିଛି । ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ରେ ଯଶସ୍ୱୀ ଜସ୍‌ୱାଲ ୨୫ ବଲ୍‌ରେ ୯ ଚଉକା ଏବଂ ୨ ଛକା ସହାୟତାରେ ୫୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ସେହିପରି ରୁତୁରାଜ ଗାଇକୱାଡ୍ ମଧ୍ୟ ୪୦ ବଲ୍‌ରେ ୩ ଚଉକା ଏବଂ ୧ ଛକାରେ ୫୨ ରନ୍ କରିଥିଲେ । ଏପରିକି ଇଶାନ୍ କିଷାନ ମଧ୍ୟ ୩୨ ବଲ୍‌ରେ ୩ ଚଉକା ଏବଂ ୪ ଛକା ସହାୟତାରେ ୫୨ ରନ୍‌?ର ଧୂଆଁଧାର ଇନିଂସ୍ ଖେଳିଥିଲେ । ଅଧିନାୟକ ସୂର‌୍ୟ୍ୟକୁମାର ଯାଦବ ୧୦ଟି ବଲ୍ ଖେଳି ୨ ଛକା ସହାୟତାରେ ୧୯ ରନ୍ କରିଥିଲେ । ଶେଷ ବେଳକୁ ରିଙ୍କୁ ସିଂ ୯ ବଲ୍‌ରେ ୪ ଚଉକା ଏବଂ ୩ ଛକାରେ ୩୧ ରନ୍‌ର ବିସ୍ଫୋରକ ଇନିଂସ୍ ଖେଳିଥିଲେ । ଯାହାକୁ ନେଇ ଟିମ୍ ଇଣ୍ଡିଆ ୨୩୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami