ରାସ୍ତା ସଫେଇର ଦେଶୀ ଯୋଗାଡ଼, ଭିଡିଓ ଭାଇରାଲ

Above Post Content

ଆଜିକାଲି ସୋସିଆଲ ମିଡ଼ିଆରେ ଏପରି ଦେଶୀ ଯୋଗାଡ଼ ଦେଖିବାକୁ ସବୁ ମିଳୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେମିତି ଏକ ଦେଶୀ ଯୋଗାଡ଼ର ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ସଫେଇ କରିବା ପାଇଁ ଅନନ୍ୟ କୌଶଳ ବ୍ୟବହାର କରିଛନ୍ତି, ଯାହାକୁ ଦେଖି ଲୋକମାନେ ଚକିତ ହୋଇଯାଇଛନ୍ତି ।

ନିଆରା ଢଙ୍ଗରେ ହେଉଛି ରାସ୍ତା ସଫା

After 2nd paragraph post ads

ରାସ୍ତା ସଫା କରିବା ସମୟରେ ପ୍ରାୟତଃ ଲୋକମାନେ ଝାଡୁ ବ୍ୟବହାର କରୁଥିବା ନିଶ୍ଚୟ ଦେଖିଥିବେ । କିନ୍ତୁ ଏହି ଭିଡିଓରେ କିଛି ଅଲଗା ଦେଖିବାକୁ ମିଳୁଛି । ଏଥିରେ ନିଆରା ଢଙ୍ଗରେ ରାସ୍ତା ସଫା କରାଯାଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଗାଡ଼ି ଚାଲୁ ବେଳେ ତାର ପଛରେ ୪ଟା ଝାଡ଼ୁ ବନ୍ଧାଯାଇଛି । ଗାଡ଼ି ଆଗକୁ ଗଡ଼ିବା ମାତ୍ରେ ରାସ୍ତାରେ ପଡ଼ିଥିବା ଅଳିଆକୁ ଏହି ଝାଡୁ ବୁଲି ବୁଲି ସଫା କରୁଛି । ପୂର୍ବରୁ ରାସ୍ତା ସଫା କରିବା ପାଇଁ ଆପଣ ଏପରି କୌତୂହଳପୂର୍ଣ୍ଣ କୌଶଳ କେବେ ଦେଖି ନ ଥିବେ । ଏହି ମଜାଳିଆ ଦେଶୀ ଯୋଗାଡ଼ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇ ଏଥିରେ କ୍ୟାପ୍‌ସନ ଲେଖାଅଛି, ‘ଯଦି କୌଣସି ଜିନିଷ କାମ କରୁଛି ତେବେ ଏହା କିପରି କାମ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ’ ।

Middle post content

ଏପରି ଉଦ୍ୟମକୁ ଲୋକେ କଲେ ପ୍ରଶଂସା

ମାତ୍ର ୪ ସେକେଣ୍ଡର ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଏପରି ଦେଶୀ ଯୋଗାଡ଼ କରିଥିବା ଲୋକଙ୍କ ଏପରି ଉଦ୍ୟମକୁ ଅନେକ ପ୍ରଶଂସା କରୁଛନ୍ତି । ଆଉ ଅନେକ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଅଭିନବ ଅଟେ । ଭାରତୀୟ ଦେଶୀ ଟେକ୍ନୋଲୋଜି ସବୁବେଳେ ଭଲ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami