ଛାଡ଼ପତ୍ର ଖୁସିରେ ପାର୍ଟି ଦେଲେ ମଡ଼େଲ

Above Post Content

ଭାରତୀୟ ପରମ୍ପରାରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର । ଅଗ୍ନିକୁ ସାକ୍ଷୀ ରଖି ପରସ୍ପର ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି । ଯାହା ହେଉଛି ଭାରତୀୟ ପରମ୍ପରାର ପ୍ରତିଫଳନ । ତେବେ ବଦଳୁଥିବା ମାନସିକତା ଆଧାରରେ ଏହି ସମ୍ପର୍କରେ ଏବେ ଫାଟ ଦେଖିବାକୁ ମିଳୁଛି । ମତାନ୍ତର ଓ ମନାନ୍ତର କାରଣରୁ ଛୋଟ ଛୋଟ କଥା ନେଇ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଶୀଘ୍ର ତୁଟିଯାଉଛି । ଭାରତୀୟ ପରମ୍ପରାରେ ଏଭଳି ଘଟଣା କମ ଥିବା ବେଳେ ବିଦେଶରେ କିନ୍ତୁ ଏହା ହେଉଛି ସାଧାରଣ ଘଟଣା । ବିବାହ କରିବା ଓ ପରସ୍ପରକୁ ସହମତି ଭିତ୍ତିରେ ଛାଡ଼ପତ୍ର ଦେବା ଭାରତୀୟ ବାହାରର ପରମ୍ପରା ହୋଇଥିବା ବେଳେ ଏବେ ସେଥିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଦେଖିବାକୁ ମିଳୁଛି ଯେ, ଛାଡ଼ପତ୍ର ମଞ୍ଜୁରୀ ପରେ ଉଭୟେ ପୁରୁଷ ଓ ମହିଳା ଖୁସି ମନାଉଛନ୍ତି ଓ ପାର୍ଟି ଆୟୋଜନ କରୁଛନ୍ତି । ତେବେ ବ୍ରାଜିଲ୍‌ର ଜଣେ ମଡେଲ ତାଙ୍କ ବିବାହ ବିଚ୍ଛେଦ ଖୁସିରେ ପାର୍ଟି ଦେଇଥିବା ଜଣାପଡ଼ିଛି ।

Middle post content

ନାଚଗୀତରେ ମସଗୁଲ ହେଲେ

After 2nd paragraph post ads

ବ୍ରାଜିଲରେ ରୁହନ୍ତି ୨୪ ବର୍ଷୀୟା ଲାରିସା ସଉପାନି । ସେ ଜଣେ ଜଣାଶୁଣା ମଡେଲ । ଏଥିସହ ସୋସିଆଲ ମିଡିଆରେ ଖୁବ୍ ସକ୍ରୀୟ । ସେ ସବୁବେଳେ ତାଙ୍କ ଜୀବନ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବା କହିଛନ୍ତି । ସେ ବିବାହର ମାତ୍ର ୬ ମାସ ଭିତରେ ତାଙ୍କ ସ୍ୱାମୀଙ୍କୁ ସେ ଛାଡ଼ପତ୍ର ଦେଇଦେଇଛନ୍ତି । ପୂର୍ବରୁ ଦୁହେଁ ୩ ବର୍ଷ ଏକାଠି ଥିଲେ । ତାଙ୍କର ଏହି ଛାଡ଼ପତ୍ର ଖୁସିରେ ଲାରିସା ଏକ ପାର୍ଟି ବି ରଖିଥିଲେ, ଯେଉଁଥିରେ ସେ ତାଙ୍କ ସାଙ୍ଗମାନଙ୍କୁ ବି ଡାକିଥିଲେ । ଭୋଜିଭାତର ଆସର ସହ ନାଚଗୀତରେ ମସଗୁଲ ହୋଇଥିଲେ ସମସ୍ତେ । ଲାରିସା ଏକ କେକ୍ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ‘ନ୍ୟୁଲି ଡାଇଭର୍ସ’ ବୋଲି ଲେଖାଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବେ ଏକା । ତେବେ ଲାରିସା ଏହି ପାର୍ଟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami