ଇସ୍ରାଏଲୀ ସେନାର ସେହି ୟୁନିଟ୍ ଯେଉଁଥିରେ କାମ କରନ୍ତି ଶାଗୁଣା

Above Post Content

ଇସ୍ରାଏଲ ଉପରେ ହାମାସ ଆକ୍ରମଣ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି । ଅକ୍ଟୋବର ୭ ତାରିଖରେ ହମାସ୍ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୧୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା । ହାମାସ ଆତଙ୍କବାଦୀମାନେ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ କିଛି ଲୋକ ଏବେବି ନିଖୋଜ ଅଛନ୍ତି । ଏହି ଲୋକମାନଙ୍କୁ ଖୋଜିବା ପାଇଁ, ଇସ୍ରାଏଲ ବର୍ତ୍ତମାନ ଇସ୍ରାଏଲ ଶବ ଭକ୍ଷକ ପକ୍ଷୀ ବ୍ୟବହାର କରୁଛି । ସୂଚନାଯୋଗ୍ୟ ଯେ, ଇସ୍ରାଏଲ୍ ସେନାର ଏକ ଶାଖା ଅଛି ଯାହା ପକ୍ଷୀମାନଙ୍କୁ ନିଯୁକ୍ତ କରିଥାଏ । ଏହି ପକ୍ଷୀମାନଙ୍କ ସାହାଯ୍ୟରେ ଇସ୍ରାଏଲ୍ ନିଖୋଜ ଥିବା ସୈନିକମାନଙ୍କୁ ଖୋଜିଥାଏ । ବର୍ତ୍ତମାନ ନିଖୋଜ ନାଗରିକମାନଙ୍କୁ ଏହି ଶାଖା ସାହାଯ୍ୟରେ ଖୋଜା ଚାଲିଛି ।

ପକ୍ଷୀ ଖୋଜୁଛନ୍ତି ମୃତ ଦେହ

After 2nd paragraph post ads

ମାଂସାଲୀ ପକ୍ଷୀ ଇସ୍ରାଏଲ ସେନାକୁ ନିଜ ନିଖୋଜ ନାଗରିକ ଓ ସୈନିକଙ୍କ ଶବ ଖୋଜିବାରେ ସାହାଯ୍ୟ କରୁଛନ୍ତି ବୋଲି ବନ୍ୟଜନ୍ତୁ ବିଶେଷଜ୍ଞ କହିଛନ୍ତି । ଇସ୍ରାଏଲର ପ୍ରକୃତି ଏବଂ ପାର୍କ ପ୍ରାଧିକରଣର ମୁଖ୍ୟ ଓହାଦ ହାଟଜୋଫେ ନ୍ୟୁଜ୍ ଏଜେନ୍ସି ଇୠଚ କୁ କହିଛନ୍ତି ଯେ ଟ୍ରାକିଂ ଉପକରଣ ସହିତ ସଜ୍ଜିତ ଇଗଲ, ଶାଗୁଣା ଏବଂ ଅନ୍ୟ ପକ୍ଷୀ ମାନବ ମୃତଦେହ ଖୋଜିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ହାଟଜୋଫେଙ୍କ ଅନୁଯାୟୀ, ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ସେହି ୟୁନିଟରେ ପୋଷ୍ଟ ହୋଇଥିବା କିଛି ଅବସରପ୍ରାପ୍ତ ସଂରକ୍ଷଣ କର୍ମୀ ତାଙ୍କ ସହ ଯୋଗାଯୋଗ କରିଥିଲେ । ନିଖୋଜ ନାଗରିକଙ୍କ ଶବ ଖୋଜିବାରେ ତାଙ୍କ ପକ୍ଷୀମାନେ ସାହାଯ୍ୟ କରିପାରିବେ କି? ବୋଲି ତାଙ୍କୁ ପଚରା ଯାଇଥିଲା । ସୂଚନାଯୋଗ୍ୟ ଯେ, ଇସ୍ରାଏଲ୍ ସେନାର ଏକ ସ୍ୱତନ୍ତ୍ର ୟୁନିଟ୍ ଋଓଞଇଘ ସେନାର ମାନବ ସମ୍ବଳ ଶାଖାର ଏକ ୟୁନିଟ୍ ଯାହା ନିଖୋଜ ସୈନିକମାନଙ୍କୁ ଖୋଜିଥାଏ ।

ପକ୍ଷୀମାନଙ୍କଠାରେ ଲାଗିଛି ଜିପିଏସ୍ ଟ୍ରାକର

Middle post content

ହାଟଜୋଫେ ଏକ ପ୍ରୋଗ୍ରାମର ନେତୃତ୍ୱ ନେଇଥାଏ ଯାହା ବିଲୁପ୍ତ ଗ୍ରିଫନ୍ ଶାଗୁଣାକୁ ଟ୍ରାକ୍ କରେ । ଏହି ଶାଗୁଣାମାନେ ମୁଖ୍ୟତ ୟରବୟ ମୃତ ପଶୁମାନଙ୍କୁ ଖାଇଥା’ନ୍ତି । ଏହା ବ୍ୟତୀତ ଇଗଲ ଏବଂ ଅନ୍ୟ କେତେକ ପକ୍ଷୀ ମଧ୍ୟ ମାଂସ ଖାଆନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ, ଶହ ଶହ ପକ୍ଷୀଙ୍କୁ ସେମାନଙ୍କର ସ୍ଥାନାନ୍ତରିତ ଗ୍ଦ ।ଞ୍ଚା, ଖାଦ୍ୟ ଅଭ୍ୟାସ ଏବଂ ସେମାନେ ସମ୍ମୁଖୀନ ହେଉଥିବା ପରିବେଶ ବିପଦ ଉପରେ ଅନୁସନ୍ଧାନ କରିବାକୁ ଜିପିଏସ୍ ଟ୍ରାକର୍ ସହିତ ଟ୍ୟାଗ୍ କରାଯାଇଛି । ଅକ୍ଟୋବର ୨୩ ରେ, ଗାଜା ଷ୍ଟ୍ରିପ୍ ବାହାରେ ବିରି ନିକଟରେ ଏକ ବିରଳ ସମୁଦ୍ର ଉକେô୍ରାଶ ପକ୍ଷୀ ମିଳିଥିଲା । ଉତ୍ତର ଜଙ୍କଗ୍ଦଗ୍ଦସବ ଷରେ ଗ୍ରୀଷ୍ମ ବିତାଇବା ପରେ ଏହା ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ୍ ଆକାଶକୁ ଫେରି ଆସିଥିଲା ।

ଶାଗୁଣା ଖୋଜିଲେ ୪ ମୃତ ଦେହ !

ହାଟଜୋଫେଙ୍କ ଅନୁସାରେ ତାଙ୍କ ପକ୍ଷୀ ୪ ମୃତଦେହ ଠାକ କରିଥିଲେ । ଏନେଇ ସେ ସେନାକୁ ସୂଚିତ କରିଛନ୍ତି । କିନ୍ତୁ ସୁରକ୍ଷାଗତ କାରଣରୁ ସେ ଶବ ଚିହ୍ନିତ ସ୍ଥାନ ବାବଦରେ କିଛି ମଧ୍‌ଯ କହିବାକୁ ମନା କରିଦେଇଥିଲେ । ଦକ୍ଷିଣ ଇସ୍ରାଏଲର ବେରି ହେଉଛି ଏକ କିବବୁଟ୍ସ(ଗାଁ) ଉପରେ ହମାସ ଆତଙ୍କବାଦୀ କରିଥିବା ଆକ୍ରମଣରେ ୮୫ ଜଣ ପ୍ରାଣ ହରାଇଥିଲେ । ଏହା ସହିତ ସେମାନେ ବନ୍ଧକ ଭାବେ ୨୪୦ ଜଣଙ୍କୁ ନିଜ ସହିତ ନେଇଯାଇଥିଲେ । ଯେଉଁମାନଙ୍କ ମଧ୍‌ଯରୁ ୩୦ ଜଣଙ୍କର ଏବେ ମଧ୍ୟ ପତା ମିଳୁ ନାହିଁ ।

ମୃତଦେହ ଚିହ୍ନଟ ଜାରି ରହିଛି

ଇସ୍ରାଏଲ ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ୧୪ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଇସ୍ରାଏଲର ପାଲଟା ଆକ୍ରମଣରେ ଏପର୍ଯ୍ୟନ୍ତ ଗାଜାରେ ୧୦ ହଜାରରୁ ଅଧିକ ପ୍ରାଣ ହରାଇଲେଣି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami