ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି

Above Post Content

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ହୋଇପଡ଼ିଛି । ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା କ୍ୟାବ୍‌ଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ୨୦ ନଭେମ୍ବରରୁ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଗତକାଲି ରାତିରେ ହୋଇଛି ବର୍ଷା । ଏହି ବର୍ଷା ଦିଲ୍ଲୀବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଦିଲ୍ଲୀ ଓ ନୋଏଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଆଜି ସକାଳୁ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି । ବିଜୟଚୌକ୍‌, କର୍ତ୍ତବ୍ୟପଥ, ରାଜଘାଟ ସମେତ ପୂରା ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହୋଇଛି । ବହୁ ଦିନ ପରେ ଲୋକେ ବିନା ମାସ୍କରେ ବାହାରକୁ ବାହାରିଛନ୍ତି ।

ମେଘୁଆ ରହିବ ପାଗ

After 2nd paragraph post ads
Middle post content

କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା । ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି । ଏହାସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ଲୋକଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି । ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଓ ଏନ୍‌ସିଆର(ଗୁରୁଗ୍ରାମ), ରୋହତକ(ହରିୟାଣା)ର ଭିନ୍ନ ଭିନ୍ନ ସ୍ଥାନ ଏବଂ ଆଖପାଖ ଅଞ୍ଚଳରେ ହାଲୁକା ଓ ମଧ୍ୟମ ଧରଣର ବ୍ରଜପାତ ସହ ବର୍ଷା ହେବା ସମ୍ଭାବନା ରହିଛି ।

କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି ପ୍ରଦୂଷଣ

ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସିଭିୟର କାଟାଗୋରୀରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି । ଅଶୋକ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୬୨, ଆରକେ ପୁରମରେ ୪୬୧ ଓ ପଞ୍ଜାବୀ ବାଗରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୬୦ ରହିଛି । ଦିଲ୍ଲୀରେ ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନାହିଁ । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami