ଏକ ଗ୍ରାମ ସାପ ବିଷର ଦାମ ୫ ଲକ୍ଷ ଟଙ୍କା, ବିଛା ବିଷ ସବୁଠୁ ମହଙ୍ଗା

Above Post Content

ନିକଟରେ ନୋଏଡାର ଏକ ରେଭ୍ ପାର୍ଟିରେ ବିଷାକ୍ତ ସାପ ବିଷ ସହିତ ମଦ୍ୟପାନ ମାମଲା ସାମ୍ନାକୁ ଆସିଛି । ଏହି ‘ସାପ କାମୁଡ଼ିବା ନିଶା ସେବନ’ ବିଷୟରେ ଅନେକ ଆଲୋଚନା ହେଉଛି । ସାଧାରଣ ଲୋକମାନଙ୍କ ପାଇଁ ଏହା ବୁଝିବା ବାହାରେ ଯେ, ବିଷାକ୍ତ ସାପର ବିଷ ସହିତ ମଦ୍ୟପାନ କେମିତି ସମ୍ଭବ? ଜଣେ ଏଭଳି ନିଶା ସେବନ ପରେ ବଞ୍ଚି ପାରିବେ କି? ଏ ବିଷୟରେ ଅନେକ କିଛି ଲେଖାଯାଉଛି ଓ ଲେଖା ସରିଲାଣି । ଆଜି କିନ୍ତୁ ଆମେ ଆପଣଙ୍କୁ ଏହି ବିପଜ୍ଜନକ ଖେଳରେ ଟଙ୍କାର ଭୂମିକା କ’ଣ ତାହା କହିବୁ । ତେବେ ଆସନ୍ତୁ ଜାଣିବା ଏହି ‘ସାପ କାମୁଡ଼ିବା ନିଶା’ କେତେ ମହଙ୍ଗା? । ଯୁବକମାନେ ବିଷାକ୍ତ ସାପରୁ ଦୁଇ-ତିନି ଉପାୟରେ ବିଷ ନିଅନ୍ତି । ଏଥିରେ କେଳା କିମ୍ବା ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଏ । କେତେକ କ୍ଷେତ୍ରରେ, ଯୁବକମାନେ ସାପକୁ ଜିଭ କାମୁଡିବାକୁ ଦିଅନ୍ତି । ଏହି ପ୍ରକ୍ରିୟାରେ, ବହୁତ କମ୍ ପରିମାଣର ବିଷ କେବଳ ଜିଭ ସହିତ ସ୍ପର୍ଶ ହୁଏ । ଅନେକ ସମୟରେ ନିଶାଡ଼ି ଇଞ୍ଜେକ୍ସନ ମାଧ୍ୟମରେ ବିଷ ନିଅନ୍ତି । କିଛି ନିଶାଡ଼ି ନିଜ ହାତ ଆଙ୍ଗୁଠିରେ ସାପ ଚୋଟ ନେଇଥାନ୍ତି ।

ସାପ କାମୁଡା ନିଶା ୧୫ ଦିନ ରୁହେ

After 2nd paragraph post ads

ଯାହାର ଉଦ୍ଦେଶ୍ୟ ହେଉଛି ନିୟନ୍ତ୍ରିତ ପରିମାଣର ସାପ ବିଷକୁ ଶରୀରକୁ ନେବା । ବିଷ ମଣିଷର ମସ୍ତିଷ୍କକୁ ସିଧାସଳଖ ପ୍ରଭାବିତ କରିଥାଏ ଏବଂ ତାଙ୍କୁ ଏକ ଅଲୌକିକ ଦୁନିଆର ଅନୁଭବ ଦିଏ । ଆପଣ ଏହି ବିଷର ପ୍ରଭାବକୁ ଏମିତି ବୁଝନ୍ତୁ ଯେ, ଜଣେ ବ୍ୟକ୍ତି ସାପ କାମୁଡା ବିଷ ନେବାର ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ନିଶାରେ ରହିଥାନ୍ତି । ତେବେ ଆଜି ଆମେ ‘ସାପ କାମୁଡା ନିଶା’ ବିଷୟରେ କହୁନାହୁଁ । ଆମେ ଏହି ବିଷ କାରବାରର ଆର୍ôଥକ ଦିଗ ବାବଦରେ ଆଲୋଚନା କରୁଛୁ । ଆପଣ ଏହା ମଧ୍‌ଯ କହିପାରିବେ ଯେ,ସେନ୍କ୍ ବାଇଟିଂ ହେଉଛି ଧନିକଙ୍କ ପିଲାଙ୍କର ଟଙ୍କାର ଖେଳ ଆସନ୍ତୁ ଜାଣିବା ସାପ ବିଷ କେତେ ଲକ୍ଷ ଓ କେତେ କୋଟିରେ ବିକ୍ରି ହେଉଛି..

ଏକ ଲିଟର ୨୪ କୋଟି ଟଙ୍କା !

୧୭ ଫେବୃଆରୀ ୨୦୨୧ରେ ହିନ୍ଦୁସ୍ତାନ ଟାଇମ୍ସ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ) ବାଂଲାଦେଶ ସୀମାରେ ପ୍ରାୟ ୧.୮୧ ଲିଟର ନାଗ ସାପ ବିଷ ଜବତ କରିଥିଲା । ପ୍ରାୟ ତିନି ବର୍ଷ ପୂର୍ବେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୨୪ କୋଟି ଟଙ୍କା ଥିଲା । ବାସ୍ତବରେ, ସାପ ବିଷ ଅତ୍ୟନ୍ତ ଉପଯୋଗୀ । ପ୍ରାୟ ସବୁ ପ୍ରକାରର ଔଷଧ ଏଥିରୁ ପ୍ରସ୍ତୁତ ହୋଇଥାଏ । ସାପ ବିଷକୁ ଜୀବନ ରକ୍ଷାକାରୀ ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ,ଯେମିତି କର୍କଟ ରୋଗୀଙ୍କୁ ନାଗ ସାପ ବିଷରୁ ତିଆରି ଇଞ୍ଜେକ୍ସନ ମଧ୍ୟ ଦିଆଯାଏ । ବାସ୍ତବରେ ଦେଖିବାକୁ ଗଲେ ସବୁ ଡ୍ରଗ୍ସ ହେଉଛି ଔଷଧ କିନ୍ତୁ ଯେତେବେଳେ ଏହାକୁ ରୋଗ ନିବାରଣ ବଦଳରେ ନିଶା ପାଇଁ ବ୍ୟବହାର କରାଯାଏ ସେତେବେଳେ ତାହା ଡ୍ରଗସ୍ ପାଲଟି ଯାଏ ।

Middle post content

ଭାରତୀୟ ନାଗ ସବୁଠାରୁ ବିପଜ୍ଜନକ!

ଏ ଟୁ ଜେ ପ୍ରାଣୀ ୱେବସାଇଟ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ମିଳିଥିବା ନାଗ ସାପ ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ସରୀସୃପ ମଧ୍ୟରୁ ଅନ୍ୟତମ । ଏକ ସୁସ୍ଥ ବୟସ୍କ ନାଗ ସାପ ୬୨୦ ମିଲିଗ୍ରାମ୍ ପର୍ଯ୍ୟନ୍ତ ବିଷ ଧାରଣ କରିଥାଏ । ଯେତେବେଳେ ଏହା କୌଣସି ବ୍ୟକ୍ତିଙ୍କୁ କାମୁଡ଼େ, ଏହା ବହୁ ପରିମାଣର ବିଷ ଛାଡିଥାଏ । ଅବଶ୍ୟ, ସାଧାରଣ ନାଗ ସାପଠାରେ ବିଷର ପରିମାଣ ୧୭୦ ରୁ୨୫୦ ମିଗ୍ରା ମଧ୍ୟରେ ଥାଏ,ତେବେ ମଣିଷକୁ ମାରିବା ପାଇଁ ୨୦ ରୁ ୨୫ ମିଲିଗ୍ରାମ ବିଷ ଯଥେଷ୍ଟ ହୋଇଥାଏ ।

ଗ୍ରାମ ପିଛା ୫ ଲକ୍ଷ ଟଙ୍କା!

ଦୁନିଆରେ ଡ୍ରଗ୍ କାରବାରରେ ନାଗ ସାପ ବିଷର ବହୁତ ଚାହିଦା ଅଛି । ଏକ ରିପୋର୍ଟ ଅନୁଯାୟୀ, ଏହି ବିଷ ଚାରିରୁ ପାଞ୍ଚ ହଜାର ଡଲାର ଅର୍ଥାତ୍ ମିଲିଗ୍ରାମ ପିଛା ପ୍ରାୟ ଚାରି ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୁଏ । ବର୍ତ୍ତମାନ ଆପଣ ନିଜେ ଅନୁମାନ କରିପାରୁଥିବେ ଯେ ନୋଏଡାର ରେଭ୍ ପାର୍ଟୀରେ ମିଳୁଥିବା ‘ସାପ କାମୁଡ଼ା ନିଶା’ ମାମଲାରେ କେତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ସେହି ହିସାବ ଅନୁଯାୟୀ, ଗୋଟିଏ ସାପଠାରେ ୨୦ କୋଟି ଟଙ୍କାର ବିଷ ରହିଛି ।

ଏହି ବିଛାର ବିଷ ସବୁଠାରୁ ମହଙ୍ଗା ଅଟେ

ଯଦିଓ ପୃଥିବୀରେ ଶହ ଶହ ପ୍ରଜାତିର ସାପ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବିଷ ଅତ୍ୟନ୍ତ ବିପଜ୍ଜନକ ଅଟେ । ତେବେ ସବୁଠାରୁ ମହଙ୍ଗା ବିଷ ସାପ ବିଷ ନୁହେଁ । ବିଛା ବଷ ସବୁଠାରୁ ମହଙ୍ଗା । ଆଉ ଏହି ବିଛା ରୁହେ ମରୁଭୂମିରେ । ଯାହାର ନାମ ହେଉଛି ‘ଡେଥ୍ ଷ୍ଟଲକର ସ୍କର୍ପିଓନ୍‌’ । ଏହି ବିଛା ବିଷର ଗୋଟିଏ ଗ୍ୟାଲନ୍ ମୂଲ୍ୟ ୩୯ ମିଲିୟନ୍ ଡଲାର । ଗୋଟିଏ ଗ୍ୟାଲନରେ ୩.୭ ଲିଟର ଧରିଥାଏ । ଯଦି ଆପଣ ଡଲାରକୁ ଟଙ୍କାରେ ରୂପାନ୍ତର କରିବେ, ତେବେ ଭାରତୀୟ ମୁଦ୍ରାରେ ଏହି ବିଛାର ଏକ ଗ୍ରାମ ବିଷର ମୂଲ୍ୟ ହେଉଛି ୮ ଲକ୍ଷ ୩୩ ହଜାର ଟଙ୍କା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami