ବାଇକ୍‌ରେ ଷ୍ଟଣ୍ଟ୍ କରୁଥିଲେ ପ୍ରେମୀଯୁଗଳ, ଦେଖିଲେ ଉଡ଼ିଯିବ ହୋସ୍‌

Above Post Content

ଅଧିକାଂଶ ଯୁବକଯୁବତୀ ବାଇକ୍‌ରେ ବସି ବିଭିନ୍ନ ପ୍ରକାରର ଷ୍ଟଣ୍ଟ୍ କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । ଏହି ଷ୍ଟଣ୍ଟ୍ ଦେଖିବାକୁ ଯେତିକି ରୋମାଞ୍ଚକର ସେତିକି ବିପଦଜ୍ଜନକ ମଧ୍ୟ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଚକିତ୍ ହୋଇଯିବ । ଏଥିରେ ପ୍ରେମୀଯୁଗଳ ଏକ ସ୍ପୋର୍ଟସ ବାଇକ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍ କରୁଥିବା ଦେଖାଯାଉଛି । ହେଲେ ଏହି ପ୍ରେମୀଯୁଗଳ ଷ୍ଟଣ୍ଟ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାହାର ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ ।

ଯୁବତୀ ଦେଖାଉଥିଲେ ଷ୍ଟଣ୍ଟ୍‌

After 2nd paragraph post ads

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ପ୍ରେମୀଯୁଗଳ ସ୍ପୋର୍ଟସ ବାଇକ୍‌ରେ ଯାଉଛନ୍ତି । ପରେ ରାସ୍ତାରେ ବାଇକ୍‌ରେ ଷ୍ଟଣ୍ଟ ଦେଖାଉଛନ୍ତି । ସେମାନେ ବହୁତ ଦ୍ରୁତ ବେଗରେ ଯାଉଛନ୍ତି । ବାଇକ୍ ପଛରେ ବସିଥିବା ଯୁବତୀ ଜଣକ ଠିଆ ହେଉଛନ୍ତି ଏବଂ ତା’ପରେ ହ୍ୟାଣ୍ଡେଲ ଧରି ବାଇକ୍ ଆଗକୁ ଉଠାଉଛନ୍ତି । ଏହି ଷ୍ଟଣ୍ଟ୍‌କୁ ସାଧାରଣ ଭାଷାରେ ହୁଇଲ୍ କୁହାଯାଏ । ବାଇକ୍‌ର ଆଗ ଟାୟାର ଯେପରି ପବନରେ ଉଡୁଛି ଏବଂ ସାମ୍ନାରେ ବସିଥିବା ବ୍ୟକ୍ତି ଆରାମରେ ବସିଛନ୍ତି । କିନ୍ତୁ ହଠାତ୍ ଦୁଇଜଣଙ୍କ ମଧ୍ୟରୁ କିଏ ପଛ ବ୍ରେକ୍ ମାରୁଛନ୍ତି, ହଠାତ୍ ବାଇକ୍ ଅଟକିଯାଉଛି ଏବଂ ଦୁହେଁ ତଳେ ପଡ଼ିଯାଇ କିଛି ଦୂର ଘୋଷାଡ଼ି ହୋଇଯାଉଛନ୍ତି । ଏହି ଦୁର୍ଘଟଣା କେତେ ଭୟଙ୍କର ତାହା ଭିଡିଓରୁ ସ୍ପଷ୍ଟ ଭାବେ ବୁଝାପଡୁଛି ।

Middle post content

ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ନ କରିବାକୁ ପରାମର୍ଶ

ଏହି ଭିଡିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଅନେକ କହିଛନ୍ତି ଯେ, ଯୁବତୀ ଜଣକ ବୋଧେ ଉଡ଼ିବାକୁ ଚାହୁଁଥିଲେ । ଆଉ ଜଣେ କହିଛନ୍ତି, ବ୍ୟକ୍ତି ଜଣକ ପଛ ବ୍ରେକ୍ ଦବାଇଥାଇ ପାରନ୍ତି । ଅନ୍ୟ ଜଣେ କହିଛନ୍ତି ରାସ୍ତାରେ ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ନ କରିବାକୁ ପରାମର୍ଶ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami