ଅପେକ୍ଷାରେ ବିତିଗଲା ୨୦ ବର୍ଷ; ନିଜେ ନିଜକୁ ବାହା ହେଲେ ଯୁବତୀ

Above Post Content

ଲଣ୍ଡନ୍‌: ବାହାଘର ଦୁଇଟି ଆତ୍ମାର ମିଳନ । ଭାରତୀୟ ସଂସ୍କୃତିରେ ବାହାଘର ହେଉଛି ସାତ ଜନମର ସାଥୀ । ସେଥିପାଇଁ ଆମ ପରମ୍ପରାକୁ ବାହାଘରର ସ୍ୱତନ୍ତ୍ର ମହତ୍ୱ ରହିଛି । ବୟସ,ବର୍ଗ, ଚଳଣୀ ଓ ପରମ୍ପରା ଆଧାରରେ ଆମ ସଂସ୍କୃତିରେ ବାହାଘର ଏକ ନିୟମିତ ଧାରା । କିନ୍ତୁ ନିଜ ପାଇଁ ଯଦି ସାଥୀଟିଏ ନ ମିଳିଲେ ବାହାଘରର ଗୁରୁତ୍ୱ ନ ଥାଏ । ଅନେକ କ୍ଷେତ୍ରରେ ସାଥୀ ଅପେକ୍ଷାରେ ଜୀବନ ବି ବିତିଯିବାର ନଜିର ଅଛି । ଏଭଳି ଏକ ଘଟଣା ଘଟିଛି ଲଣ୍ଡନରେ । ଉପଯୁକ୍ତ ଜୀବନସାଥୀଟିଏ ପାଇବା ପାଇଁ ଦୀର୍ଘ ଦିନର ଅପେକ୍ଷା ପରେ ଜଣେ ଯୁବତୀ ନିଜକୁ ନିଜ ସହ ବାହା ହୋଇଛନ୍ତି ।

ମିଳିଲାନି ମନପସନ୍ଦର ଜୀବନସାଥୀଟିଏ

After 2nd paragraph post ads

ସାରା ୱିଲ୍‌କିନ୍‌ସନ୍ ନାମ୍ନୀ ଜଣେ ମହିଳା ଲଣ୍ଡନରେ ରୁହନ୍ତି । ଏବେ ସେ ୪୨ ବର୍ଷ ବୟସରେ ନିଆରା ଢଙ୍ଗରେ ବିବାହ କରିଛନ୍ତି, ଯାହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା ଆଦର୍ଶ ବିବାହ କରିବାକୁ ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷା କରିଥିଲେ । ହେଲେ ଉପଯୁକ୍ତ ପାତ୍ର ନ ମିଳିବାରୁ ଶେଷରେ ନିଜେ ନିଜକୁ ବିବାହ କରିଛନ୍ତି । ନିଜ ବିବାହ କିପରି ଧୁମ୍‌ଧାମ୍‌ରେ ଓ ସୁୁରୁଖୁରୁରେ ହେବ ସେନେଇ ବହୁ ମାସ ଆଗରୁ ପ୍ରସ୍ତୁତି ଚଳାଇଥିଲେ । ନିଜ ପାଇଁ ହୀରାର ମୁଦି ବି କିଣିଥିଲେ । ସଫୋକ୍ ଅନ୍ତର୍ଗତ ଫିଲିକ୍ସଟୱେରେ ଥିବା ହାର୍ଭେଷ୍ଟ୍ ହାଉସ୍‌ରେ ବିବାହ ପାଇଁ ସବୁପ୍ରକାର ବନ୍ଦୋବସ୍ତ କରିଥିଲେ । ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ୱିଲ୍‌କିନ୍‌ସନ୍ ନିଜକୁ ନିଜେ ବିବାହ କରିଥିଲେ ।

Middle post content

ଏହି ଦିନ ମୋ ପାଇଁ ସ୍ମରଣୀୟ

କ୍ରେଡିଟ୍ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରୁଥିବା ସାରା ୱିଲ୍‌କିନ୍‌ସନ୍ କହିଛନ୍ତି ଯେ, ମୋ ଉପରେ ସମସ୍ତଙ୍କର ନଜର ଥିବାରୁ ଏହି ଦିନଟି ଥିଲା ମୋ ପାଇଁ ସ୍ମରଣୀୟ । ଏଇଟା ଔପଚାରିକ ବିବାହ ଅନୁଷ୍ଠାନ ନ ଥିଲା । କିନ୍ତୁ, ମୁଁ ମୋ ବାହାଘର ଉତ୍ସବ ପାଳନ କଲି । ମୋର ମନେହୁଏ ଆପଣ ଭାବୁଥିବେ ମୋ ପାଖରେ ମୋର ବର ଉପସ୍ଥିତ ନ ଥିଲେ । ନ ଥା’ନ୍ତୁ । ମୋ ବାହାଘର ପାଇଁ ଟଙ୍କା ସଞ୍ଚିତ ଥିଲା । ଯଦି ବାହାଘର ପାଇଁ ସେ ଟଙ୍କା ଥିଲା ତେବେ ସେ ଅର୍ଥକୁ ଇଚ୍ଛାମୁତାବକ କାହିଁକି ଖର୍ଚ୍ଚ ନ କରିବି ବୋଲି କହିଛନ୍ତି ।

ଏପରି ବିବାହକୁ ସମସ୍ତେ କରିଥିଲେ ସମର୍ଥନ

ସେ ଆହୁରି କହିଛନ୍ତି ଯେ, ପ୍ରତି ମାସରେ ସଞ୍ଚୟ କରି କରି ମୁଁ ଯେତେ ଅର୍ଥ ରଖିଥିଲି ସେଥିରୁ ୧୦,୦୦୦ ପାଉଣ୍ଡ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୦,୧୧, ୪୨୧ ଟଙ୍କା ଏହି ବିବାହ ଉତ୍ସବରେ ଖର୍ଚ୍ଚ କରିଛିି । ମୋର ବିବାହ ଉତ୍ସବରେ ମୋଟ ୮୦ରୁ ଊର୍ଦ୍ଧ୍ୱ ଜ୍ଞାତିପରିଜନ ଓ ବନ୍ଧୁ ସାମିଲ ହୋଇଥିଲେ । ନିମନ୍ତ୍ରଣ ପତ୍ରରେ ସ୍ପଷ୍ଟ ଲେଖିଥିଲି ଯେ, ଏ ବିବାହରେ ବରଙ୍କୁ ସାମିଲ କରାଯାଇ ନାହିଁ । ମୋର ଏପରି ବିବାହକୁ ସମର୍ଥନ କରି ସମସ୍ତେ ଖୁସିର ସହିତ ସାମିଲ ହୋଇଥିଲେ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami