ଡେଙ୍ଗା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ଯନ୍ତ୍ରଣା

Above Post Content

ବୋଗୋଟା: ଆଜିକାଲି ଅଧିକାଂଶ ଯୁବକଯୁବତୀ ନିଜକୁ ସୁନ୍ଦର ଦେଖାଯିବା ଓ ଫିଟ୍ ରଖିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏମିତିକି ପାଣି ପରି ପଇସା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି ମଧ୍ୟ । କେହି କେହି ସୁନ୍ଦର ଦେଖାଯିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି ତ ଆଉ କିଏ ସର୍ଜରୀ କରିଥାନ୍ତି । କେହି ସର୍ଜରୀ ଜରିଆରେ ଓଠ ମୋଟା କରୁଛନ୍ତି ତ ଆଉ କେହି ନିଜର ମୁହଁକୁ ପରିବର୍ତ୍ତନ କରୁଛନ୍ତି । ଏମିତି କି ନିଜର ଉଚ୍ଚତା ବଢାଇବା ପାଇଁ ମଧ୍ୟ କଷ୍ଟଦାୟକ ସର୍ଜରୀ କରିବାକୁ ପଛାଉନାହାନ୍ତି । ଦିନକୁ ଦିନ ଏହି ସର୍ଜରୀର ଚାହିଦା ବଢିବାରେ ଲାଗିଛି । ନିକଟରେ ଜଣେ ଯୁବକଙ୍କୁ ନିଜର ଉଚ୍ଚତା ବଢାଇବା ପାଇଁ ଏହି ଯନ୍ତ୍ରଣାଦାୟକ ସର୍ଜରୀ କରିବା ମହଙ୍ଗା ପଡ଼ିଛି ।

Middle post content

ସର୍ଜରୀ ଜୀବନକୁ କରିଦେଲା ଦୁର୍ବିସହ

After 2nd paragraph post ads

ୟେଫରସମ କୋସିଆ ନାମକ ୨୯ ବର୍ଷୀୟ ଯୁବକ କଲମ୍ବିଆରେ ରୁହନ୍ତି । ସେ ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରୀୟ । ତାଙ୍କର ଉଚ୍ଚତା ୫.୮ ଫୁଟ୍ ଥିଲା । ହେଲେ ନିଜର ଉଚ୍ଚତାକୁ ନେଇ ସେ ଅଧିକାଂଶ ସମୟ ଚିନ୍ତିତ ରହୁଥିଲେ । ସର୍ଜରୀ କରି ଉଚ୍ଚତା ବଢାଇବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ଏପରି ଯନ୍ତ୍ରଣାଦାୟକ ଅପରେଶନ କରି ନିଜର ଉଚ୍ଚତା ୨ ଇଞ୍ଚ ବୃଦ୍ଧି କରାଇଛନ୍ତି । କିନ୍ତୁ ସୁନ୍ଦର ଦେଖାଯିବାକୁ ନେଇ କରୁଥିବା ଏହି ସର୍ଜରୀ ତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଏଥିପାଇଁ ସେ ଠିକ୍ ସେ ଶୋଇ ବି ପାରୁ ନାହାନ୍ତି । ଏଥିପାଇଁ ତାଙ୍କୁ ପ୍ରତ୍ୟେକ ଦିନ ନିଦ ଔଷଧ ଖାଇବାକୁ ପଡୁଛି । କଲମ୍ବିଆରେ ରହୁଥିବା କୋସିଆଙ୍କ ଉଚ୍ଚତା ପୂର୍ବରୁ ୫.୮ଫିଟ ଥିବାବେଳେ ଏବେ ୬ଫୁଟ ରହିଛି । ସେ ନିଜର ଗୋଡକୁ ଆଉ ୨ଫୁଟ ଲମ୍ବା କରିଛନ୍ତି । ଏଥିପାଇଁ ସେ ୧.୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏତେ ଯନ୍ତ୍ରଣା ପରେ ବି ଏହାପରେ ସେ ମାଂସପେଶୀକୁ ହାଡ ସହ ଯୋଡୁଥିବା ଟିଶୁ ସର୍ଜରୀ କରିବାକୁ ଯାଉଛନ୍ତି । ଯାହାଦ୍ୱାରା ତାଙ୍କ କଷ୍ଟ କିଛିଟା କମିପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami