୫୦୦ ବର୍ଷ ପରେ ଗ୍ରାମବାସୀ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ

Above Post Content

ନୂଆଦିଲ୍ଲୀ: ପୂରଣ ହେଲା ଦୀର୍ଘ ୫ଶହ ବର୍ଷର ପ୍ରତିଜ୍ଞା । ଅଯୋଧ୍ୟାକୁ ଲାଗି ରହିଥିବା ସରାୟରାସି ଗ୍ରାମବାସୀଙ୍କ ଏହି ପ୍ରତିଜ୍ଞା ପୂରଣ ହୋଇଛି । ଗ୍ରାମବାସୀ ପାଞ୍ଚ ଶହ ବର୍ଷ ପରେ ପୁଣି ଥରେ ପଗଡ଼ି ପିନ୍ଧିଛନ୍ତି । ରାମ ମନ୍ଦିର ପାଇଁ କରିଥିଲେ ଏହି ପ୍ରତିଜ୍ଞା । ଏଠାକାର ସୂର୍ଯ୍ୟବଂଶୀ ଠାକୁରମାନଙ୍କ କହିବା ଅନୁସାରେ ସେମାନଙ୍କ ପୂର୍ବଜ ଗଜରାଜ ସିଂ ଶପଥ ନେଇଥିଲେ ଯେ ଯେପର୍ଯ୍ୟନ୍ତ ଭଗବାନ ରାମ ନିଜ ମନ୍ଦିରରେ ପୁଣି ଥରେ ବିରାଜମାନ ନହୁଅନ୍ତି, ସେଯାଏ ଗ୍ରାମରେ କେହି ପଗଡ଼ି ପିନ୍ଧିବେ ନାହିଁ । କେବଳ ସେତିକି ନୁହେଁ, ପାଦରେ ଜୋତା, ମୁଣ୍ଡରେ ଛତା ଏବଂ ବିବାହ ମଣ୍ଡପର ଛାତ କରିବେ ନାହିଁ ବୋଲି ନେଇଥିଲେ ନିଷ୍ପତ୍ତି ।

ଛତା, ଜୋତା ବ୍ୟବହାର କରନ୍ତି ନାହିଁ ଗ୍ରାମବାସୀ

After 2nd paragraph post ads
Middle post content

ପାଞ୍ଚ ଶତାବ୍ଦୀର ଅପେକ୍ଷା ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଆସନ୍ତା ୨୨ ତାରିଖରେ ରାମ ମନ୍ଦିର ଉଦ୍‌ଘାଟନ ଏବଂ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ନେଇ ସାରା ଦୁନିଆରେ ହିନ୍ଦୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏସବୁ ଭିତରେ ଅଯୋଧ୍ୟାକୁ ଲାଗି ରହିଥିବା ସରାୟ ରାସି ଗ୍ରାମବାସୀଙ୍କ ୫୦୦ ବର୍ଷ ପ୍ରତିଜ୍ଞା ପୂରଣ ହୋଇଛି । ଗ୍ରାମବାସୀ ପାଞ୍ଚ ଶହ ବର୍ଷ ପରେ ପୁଣି ଥରେ ପଗଡ଼ି ପିନ୍ଧିଛନ୍ତି । ସୂର୍ଯ୍ୟବଂଶୀ ଠାକୁରଙ୍କ କହିବା କଥା, ଅଯୋଧ୍ୟାରେ ଯେ ପର୍ଯ୍ୟନ୍ତ ରାମ ମନ୍ଦିର ପ୍ରତିଷ୍ଠା ଓ ପ୍ରଭୁ ରାମ ବିରାଜମାନ ନ ହୁଅନ୍ତି, ସେ ପର୍ଯ୍ୟନ୍ତ ଗ୍ରାମରେ କେହି ପଗଡ଼ି ପିନ୍ଧିବେ ନାହିଁ ବୋଲି ସେମାନଙ୍କ ପୂର୍ବଜ ଗଜରାଜ ସିଂ ଶପଥ ନେଇଥିଲେ । ଏହି ଶପଥକୁ ଗ୍ରାମବାସୀ ଦୀର୍ଘ ବର୍ଷ ଧରି ମାନି ଆସୁଥିଲେ । ଏଥିସହିତ ଗ୍ରାମରେ କେହି ବିବାହ କଲେ ବିବାହ ମଣ୍ଡପ ଉପର ଖୋଲା ରହିବା, ମୁଣ୍ଡରେ ଛତା, ପାଦରେ ଜୋତା ପିନ୍ଧିବେ ନାହିଁ ବୋଲି ଶପଥ ନେଇଥିଲେ ।

୧୧୫ ଗାଁର ସୂର୍ଯ୍ୟବଂଶୀ ଠାକୁରମାନେ ପିନ୍ଧିଛନ୍ତି ପଗଡ଼ି

ରାମ ମନ୍ଦିର ନିର୍ମାଣ ପରେ ଏଠାକାର ୧୧୫ ଗାଁର ସୂର୍ଯ୍ୟବଂଶୀ ଠାକୁରମାନେ ପଗଡ଼ି ପିନ୍ଧିଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ ବାବର ଶାସନକାଳରେ ରାମ ମନ୍ଦିର ଭଙ୍ଗାଯିବା ବେଳେ ଠାକୁର ଗଜରାଜ ସିଂ ପ୍ରାୟ ୯୦ ହଜାର ଲୋକଙ୍କୁ ନେଇ ଏକ ଆନ୍ଦୋଳନ ଚଳାଇଥିଲେ । ଏହାସହ ଶପଥ ନେଇଥିଲେ ଯେ ଯେପର୍ଯ୍ୟନ୍ତ ଭଗବାନ ରାମ ପୁଣି ଥରେ ମନ୍ଦିରରେ ବିରାଜମନ ନହୁଅନ୍ତି, ସେଯାଏ ପଗଡ଼ି, ପାଦରେ ଜୋତା, ମୁଣ୍ଡରେ ଛତା ଏବଂ ବିବାହ ମଣ୍ଡପର ଛାତ କରିବେ ନାହିଁ । ଆଜି ସେହି ଶୁଭ ମୁହୂର୍ତ୍ତ ଆସିଛି, ରାମଲାଲା ମନ୍ଦିରରେ ବିରାଜମାନ ହେଉଛନ୍ତି ଏବଂ ଆମେ ପୁଣି ଥରେ ମୁଣ୍ଡରେ ପଗଡ଼ି ପିନ୍ଧିଛୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami