ଅଳିଆ ଗଦାରେ ପ୍ରେମୀଯୁଗଳଙ୍କ ପ୍ରି ୱେଡିଂ ଫଟୋଶୁଟ୍‌

Above Post Content

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ ଗୁରୁତ୍ୱ ଦିଆଯାଉଛି । କିଏ ଖେଳ ପଡ଼ିଆ ବା ପାହାଡ଼,ପାର୍କରେ ଫଟୋ ସୁଟ୍ କରୁଥିବାବେଳେ ଆଉ କିଏ ଅଟୋରିକ୍ସାରେ ବି ଫଟୋ ସୁଟ୍ କରୁଛନ୍ତି । ଏବେ ତାଇୱାନର ଏକ ପ୍ରେମୀଯୁଗଳଙ୍କ ପ୍ରି-ୱେଡ଼ିଂ ଫଟୋ ସୁଟ୍ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଛି । ତାହା ପୁଣି ଅଳିଆ ଗଦାରେ ଫଟୋସୁଟ୍ କରୁଥିବା ଦେଖିବାକୁ ମିଳିଛି ।

ଆଦିଆ ଗଦାରେ ପରସ୍ପରକୁ କଲେ ଆଲିଙ୍ଗନ

After 2nd paragraph post ads
Middle post content

ପ୍ରି ୱେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି । ବିବାହ ପୂର୍ବରୁ ଏହି ଫଟୋଶୁଟ୍‌ର ଚାହିଦା ମଧ୍ୟ ଅଧିକ । ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ତାଇୱାନର ଏହି ପ୍ରେମୀଯୁଗଳ ଏକ ଅଜବ ଧରଣର ଫଟୋଶୁଟ୍ କରିଛନ୍ତି । ଫଟୋଶୁଟ୍ ପାଇଁ ସେମାନେ ଅଳିଆ ଗଦାକୁ ବାଛିଛନ୍ତି । ନଣ୍ଟୋ କାଉଣ୍ଟିରେ ଏହି ପ୍ରେମୀ ଯୁଗଳ ଅଳିଆ ଗଦା ସମ୍ମୁଖରେ ରହି ପ୍ରିୱେଡିଂ ଫଟୋ ଶୁଟ କରିଛନ୍ତି । ଏହି ପ୍ରେମୀଯୁଗଳ ହେଲେ ଆଇରିସ ହୁସୁ ଏବଂ ତାଙ୍କ ପ୍ରେମିକା ଇଆନ ସିଲୁ । ଆଦିଆ ଗଦା ଭିତରେ ରହି ପରସ୍ପରକୁ ଆଲିଙ୍ଗନ କରି ସେମାନେ ଫଟୋଶୁଟ୍ କରୁଥିବା ଦେଖିବାକୁ ମିଳିଛି ।

ଭୋଜିକୁ ଆସିଲେ ସାଙ୍ଗରେ ଆଣିବେ ଟିଫିନ୍‌

କେବଳ ସେତିକି ନୁହେଁ, ବିବାହ ଭୋଜିରେ ଖାଦ୍ୟ ନଷ୍ଟ ନ କରିବାକୁ ଇଆନ ତାଙ୍କ ଅତିଥିମାନଙ୍କୁ ଆଗୁଆ ପରାମର୍ଶ ଦେଇଛନ୍ତି । ଭୋଜିକୁ ଆସିବା ସମୟରେ ନିଜ ନିଜର ଏକ ଟିଫିନ ବକ୍ସ ସାଙ୍ଗରେ ଆଣିବାକୁ କହିଛନ୍ତି । ଯାହାଦ୍ୱାରା ଖାଇବା ପରେ ବଳକା ଖାଦ୍ୟକୁ ସେମାନେ ଟିଫିନ୍‌ରେ ପ୍ୟାକ୍ କରି ଘରକୁ ନେଇ ଯାଇପାରିବେ । ସୋସିଆଲ ମିଡ଼ିଆରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅନେକ ଏହାକୁ ପ୍ରିୱେଡ଼ିଂ ଫଟୋସୁଟ୍‌ର ଏକ ନୂଆ ଶୈଳୀ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami