ବିମାନରେ କଲେଜ ଯାଆନ୍ତି ଛାତ୍ର

Above Post Content

ଓଟାୱା: ସାଧାରଣତଃ ପିଲାମାନେ ସ୍କୁଲ ପାଠ ସରିବା ପରେ କଲେଜ ଯିବାକୁ ସ୍ୱପ୍ନ ଦେଖନ୍ତି । ଅଳ୍ପ ବୟସରେ ଅନେକ ପିଲା କଲେଜ ଯିବା ବିଷୟରେ ବିଭିନ୍ନ ଯୋଜନା କରନ୍ତି । ବିଶେଷକରି ପିଲାମାନେ କଲେଜ ଯିବା କଥା ଚିନ୍ତା କଲେ କେଉଁ ଗାଡି ନେବେ , କିପରି ଯିବେ ଏହା ଉପରେ ଗୁରୁତ୍ୱ ଦେଇଥାଆନ୍ତି । ଏମିତି କି କିଏ କେଉଁ ନୂଆ ମଡ଼େଲ ବାଇକ୍‌ରେ ଯିବ ସେ ନେଇ ମଧ୍ୟ ଚିନ୍ତା କରନ୍ତି । କିନ୍ତୁ କାନାଡ଼ାରେ ଏମିତି ଜଣେ ଛାତ୍ର ଅଛନ୍ତି ଯିଏ କଲେଜ ବାଇକ୍ କି ସାଇକେଲ ନୁହେଁ, ବିମାନରେ ଯାଆସ କରନ୍ତି । ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ୋଇଯାଇଛନ୍ତି ।

Middle post content

ଘରଭଡାଠାରୁ କମ ପଡୁଛି ଟିକେଟ ମୂଲ୍ୟ

After 2nd paragraph post ads

ଛାତ୍ର ଜଣକ ସପ୍ତାହରେ ଦୁଇଥର କୌଲଗରୀରୁ ଭାନକୋଭରକୁ ବିମାନରେ ଯାତ୍ରା କରନ୍ତି । କାରଣ ଭାନକୋଭରରେ ଘରଭଡାଠାରୁ କମ ପଡୁଛି ଟିକେଟ ମୂଲ୍ୟ । ତେଣୁ ଘରର ମହଙ୍ଗା ଭଡାକୁ ଏଡାଇବା ପାଇଁ ଏକ ସହଜ ଉପାୟ ପାଇଛନ୍ତି । ସେ ବିମାନରେ କଲେଜ ଯିବାଆସିବା କରନ୍ତି । ସେ ପ୍ରତି ରାଉଣ୍ଡ-ଟ୍ରିପ ଉଡ଼ାଣ ପାଇଁ ଏହାର ମୂଲ୍ୟ ପ୍ରାୟ ୧୫୦ଡଲାର, ଯାହା ମାସକୁ ପ୍ରାୟ ୧୨୦୦ ଡଲାର ଅର୍ଥାତ୍ ପ୍ରାୟ ୧ ଲକ୍ଷ ଟଙ୍କା ସହ ସମାନ ହୋଇଥାଏ । ଏହାଠାରୁ ବହୁତ ଅଧିକା ଘରଭଡ଼ା ପଡ଼ୁଛି ବୋଲି ଛାତ୍ର ଜଣକ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami