ବଜାରରୁ ହଜିଯିବ ୧୦୦ ଟଙ୍କା!

Above Post Content

ନୂଆଦିଲ୍ଲୀ: ଏଣିକି ବଜାରରେ ଚାଲିବନି ପୁରୁଣା ୧୦୦ ଟଙ୍କିଆ ନୋଟ୍ । । ଆରବିଆଇ ଏହି ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୩୧, ୨୦୨୪ ପରେ ପରେ ଏହି ସବୁ ପୁରୁଣା ନୋଟ୍ ଅବୈଧ ହୋଇଯିବ । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏନେଇ ଗୋଟିଏ ପୋଷ୍ଟ କରିଥିଲେ । ପୁରୁଣା ୧୦୦ ଟଙ୍କିଆ ନୋଟର ଗୋଟିଏ ଫଟୋ ମଧ୍ୟ ଏହି ପୋଷ୍ଟରେ ସେୟାର କରାଯାଇଥିଲା । ଏହା ସହିତ ସେ ଲେଖିଥିଲେ, ‘ଏହି ପୁରୁଣା ୧୦୦ ଟଙ୍କିଆ ନୋଟ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ନୋଟ୍ ବିନିମୟ ପାଇଁ ଆରବିଆଇ ମାର୍ଚ୍ଚ ୩୧, ୨୦୨୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛି ।

Middle post content

ଯାଞ୍ଚ ପରେ ଜଣାପଡ଼ିଲା ଏହା ସମ୍ପୂର୍ଣ୍ଣ ମିଥ୍ୟା

After 2nd paragraph post ads

ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଏଭଳି ଦାବି କରାଯାଇଥାଏ, ଯାହାର ବାସ୍ତବତା ଯାଞ୍ଚ ପରେ ସାମ୍ନାକୁ ଆସିଥାଏ । ଅନେକ ଭାଇରାଲ୍ ଖବରର ପ୍ରଭାବ ଏତେ ଅଧିକ ଯେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରନ୍ତି । ପୁରୁଣା ୧୦୦ ଟଙ୍କିଆ ନୋଟକୁ ନେଇ ଏଭଳି ଏକ ଖବର ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁରୁଣା ୧୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି ।କୁହାଯାଇଥିଲା ଯେ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଆରବିଆଇ ପୁରୁଣା ୧୦୦ ଟଙ୍କିଆ ନୋଟ୍ ବିନିମୟ କରିବାକୁ ନିର୍ଦ୍ଦେଶ ଦେଇଛି । ଯେତେବେଳେ ଏହାର ସତ୍ୟତା ଯାଞ୍ଚ କରାଯାଇଥିଲା, ଜଣାପଡିଥିଲା ଯେ, ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା । ପୁରୁଣା ନୋଟ୍ ସଂପୂର୍ଣ୍ଣ ଆଇନଗତ ଟେଣ୍ଡର ଓ ଏହାକୁ ବିମୁଦ୍ରୀକରଣ କରିବାକୁ ଆରବିଆଇର କୌଣସି ଯୋଜନା ନାହିଁ । ଆରବିଆଇ ମଧ୍ୟ ଆନୁଷ୍ଠାନିକ ଭାବେ ଏ ବିଷୟରେ କିଛି କହିନାହିଁ । ବାସ୍ତବରେ ଏହା ସ୍ପଷ୍ଟ ହୋଇଛି ଯେ ବ୍ୟାଙ୍କ ପୁରୁଣା ନୋଟ୍ ବିନିମୟ ବିଷୟରେ କିଛି କହି ନାହିଁ ଓ ସୋସିଆଲ ମିଡିଆରେ ଦିଆଯାଉଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ । ୧୦୦ ଟଙ୍କା ମୂଲ୍ୟର ସମସ୍ତ ପୁରୁଣା ଏବଂ ନୂଆ ନୋଟ୍ ମାର୍କେଟରେ ଚାଲିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami