ରେଡ୍ କାର୍ପେଟ୍‌ରେ ଦୀପିକାଙ୍କ ଦେଶୀ ଲୁକ୍‌

Above Post Content

ମୁମ୍ୱାଇ : BAFTA୨୦୨୪ ଆୱାର୍ଡ ଲଣ୍ଡନରେ ଆୟୋଜିତ ହୋଇଛି । ଏହି ପୁରସ୍କାର ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ବଲିଉଡର ସୁନ୍ଦରୀ ଦୀପିକା ପାଦୁକୋନ ଉପସ୍ଥାପିକା ଭାବରେ ଏହି ଶୋ’ରେ ଭାଗ ନେଇଥିଲେ । ଦୀପିକା ପାଦୁକୋନ୍ ତାଙ୍କ ଇନଷ୍ଟାଗ୍ରାମରେ BAFTA ଲୁକର କିଛି ଫଟୋ ସେୟାର କରିଥିଲେ । ଦୀପିକା ଏହି ଫଟୋ ଗୁଡ଼ିକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏଥର ମଧ୍ୟ ଅଭିନେତ୍ରୀ ରେଡ କାର୍ପେଟ ପାଇଁ ତାଙ୍କ ଦେଶୀ ଲୁକକୁ ବାଛିଥିଲେ । ଦୀପିକାଙ୍କ ବୋଲ୍‌ଡ଼ ସିନ୍‌କୁୁ ତାଙ୍କର ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି ।

Middle post content

ଉପସ୍ଥାପିକା ଭାବରେ ଯୋଗ ଦେଇଥିଲେ ଦୀପିକା

After 2nd paragraph post ads

ପ୍ରଥମ ଫଟୋରେ ଦୀପିକା ପଛରୁ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଫଟୋରେ ସେ ଏକ କ୍ଲୋଜ ଅପ୍ ସଟ୍ ଦେଉଥିବାର ନଜର ଆସିଥିଲେ । ଫଟୋରେ, ଅଭିନେତ୍ରୀ ଏକ ଶିମିରି ଅଫ୍ ୱାଇଟ ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ମେକଅପ୍ ବିଷୟରେ କହିବାକୁ ଗଲେ ଏହା ଅତ୍ୟନ୍ତ ହାଲକା ନ୍ୟୁଡ୍ ମେକ ଓଭର ନେଇଥିଲେ । ଫଟୋ ସେୟାର କରିବା ପରେ ଦୀପିକା ପାଦୁକୋନ ଆୱାର୍ଡ ଶୋ’ର ରେଡ କାର୍ପେଟରେ ପହଞ୍ଚିଥିଲେ । ଦୀପିକା ପାଦୁକୋନ ଏକ ଉପସ୍ଥାପିକା ଭାବରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଅଭିନେତ୍ରୀ ମଞ୍ଚରେ ‘ଦ ଜନ୍ ଅଫ୍ ଇଣ୍ଟରରେଷ୍ଟ’ ପାଇଁ ଫିଲ୍ମ ନଟ୍ ଇନ୍ ଇଂଲିଶ ଲଙ୍ଗଭେଜ୍ ଆୱାର୍ଡ ଘୋଷଣା କରିଥିଲେ । ଏହି ଆୱାର୍ଡ ଶୋ’ର ଉପସ୍ଥାପିକା ତାଲିକାରେ ଡେଭିଡ ବେକହମ୍‌, ଡୁଆ ଲିପା, ହଗ୍ ଗ୍ରାଣ୍ଟ, ଇଡ୍ରିସ୍ ଏଲବା, ଗିଲିଆନ୍ ଆଣ୍ଡରସନ୍‌, ଆଣ୍ଡ୍ରିୟୁ ସ୍କଟ୍ ଏବଂ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami