ଷ୍ଟଣ୍ଟ୍ କରିବାରୁ ପୋଲିସ କଲା ପୁରସ୍କୃତ

Above Post Content

 

ପୁନେ: ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି କି ନିଜ ଜୀବନକୁ ବାଜି ବି ଲଗାଇବାକୁ ପଛାଉ ନାହାନ୍ତି । ଏବେ ପୁନେର ଜଣେ ଯୁବକ ରାସ୍ତାରେ ଚଳନ୍ତା କାରରେ ଷ୍ଟଣ୍ଟ୍ କରିବା ମହଙ୍ଗା ପଡ଼ିଛି । ପୋଲିସ ଯୁବକଙ୍କୁ ଧରି ପୁରସ୍କୃତ କରିବା ସହ କାରକୁ ବି ଜବତ କରିଛି । ଏହାରଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

After 2nd paragraph post ads

ଯୁବକଙ୍କ ବିରୋଧରେ କଲା ମାମଲା ରୁଜୁ

Middle post content

ପୁନେଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ପିମ୍ପ୍ରି-ଚିଞ୍ଚିୱାଡ଼ର ଏକ ରାସ୍ତାରେ ଜଣେ ଯୁବକ ଚଳନ୍ତା କାର ଉପରେ ବସି ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପୁନେ ପୋଲିସ ପକ୍ଷରୁ ଏହି ଭିଡିଓଟିକୁ ସେୟାର କରାଯାଇଛି । ଏଭଳି ଷ୍ଟଣ୍ଟ୍ ନ କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେବା ସହ ଏହାର ପରିଣାମ ଭୟଙ୍କର ହୋଇଥିବା ଚେତାଇଛି ପୋଲିସ । ପିମ୍ପ୍ରି-ଚିଞ୍ଚିୱାଡର ଏକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଚଳନ୍ତା କାରରେ ଷ୍ଟଣ୍ଟବାଜି କରିବାରୁ ସମ୍ପୃକ୍ତ ଯୁବକଙ୍କୁ ପୁରସ୍କାର ଦିଆଯାଇଥିବା ଏହି ପୋଷ୍ଟରେ ସୂଚାଇଛି ପୋଲିସ । ଆଇପିସିର ଧାରା ୨୭୯ ଏବଂ ୩୩୬ ଏବଂ ମୋଟର ଯାନ ଅଧିନିୟମର ଧାରା ୧୮୪, ୧୧୯ ଏବଂ ୧୭୭ ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ପୋଲିସ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

ସେହିପରି ଯୁବକଙ୍କ ଦ୍ୱାରା ଷ୍ଟଣ୍ଟ୍‌ରେ ବ୍ୟବହୃତ କାରକୁ ମଧ୍ୟ ପୁନେ ପୋଲିସ ଜବତ କରିଛି । ସର୍ବସାଧାରଣ ସ୍ଥାନଗୁଡ଼ିକରେ ଏଭଳି ଷ୍ଟଣ୍ଟ୍‌ର ପରିମାଣ ଭୟଙ୍କର ହୋଇଥିବା କହି, ଏଭଳି କାର୍ଯ୍ୟରେ ଲିପ୍ତ ନ ରହିବାକୁ ଜନସାଧାରଣଙ୍କୁ ଚେତାଇଛି ପୋଲିସ । ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୁନେ ପୋଲିସ ପକ୍ଷରୁ ଏହି ପୋଷ୍ଟରେ ସୂଚନା ଦିଆଯାଇଛି । ପୋଲିସର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନକୁ ଅନେକ ବେଶ୍ ପସନ୍ଦ କରିଛନ୍ତି । ଏଭଳି ଷ୍ଟଣ୍ଟ୍‌କୁ କମେଣ୍ଟ୍ ମାଧ୍ୟମରେ ବିପଜ୍ଜନକ କହିଛନ୍ତି ଅନେକଅନେକ ୟୁଜର୍ସ ।

 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami