ଅନ୍ତରଙ୍ଗ ଦୃଶ୍ୟ ପୂର୍ବରୁ ଆଲିଆଙ୍କୁ ପଚାରିଥିଲେ ରଣବୀର

Above Post Content

ମୁମ୍ବାଇ: ‘ଆନିମଲ୍‌’ ଫିଲ୍ମ ରିଲିଜ୍ ହେବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ଼ ଅଭିନେତା ରଣବୀର କପୁର । ଏଥିରେ ରଣବୀର ଓ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କ ଅନ୍ତରଙ୍ଗ ଦୃଶ୍ୟ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା । ଲୋକଙ୍କୁ ରଣବୀର ଓ ତୃପ୍ତିଙ୍କ ‘କେମେଷ୍ଟ୍ରି’ ମଧ୍ୟ ଖୁବ୍ ଆକର୍ଷିତ କରିଥିଲା । ଏହି ଦୃଶ୍ୟ ପରେ ଅଭିନେତ୍ରୀ ତୃପ୍ତି ରାତାରାତି ଲୋକପ୍ରିୟ ହୋଇଗଲେ । ତେବେ ରଣବୀରଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଏପରି ଦୃଶ୍ୟ କରିବାର ଦେଖିବା ପରେ କିପରି ଥିଲା ପତ୍ନୀ ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା ଏବେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ । ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ବି ଅନୁମାନ ଲଗାଇଥିଲେ ଯେ ରଣବୀରଙ୍କ ଏହି ଦୃଶ୍ୟକୁ ଆଲିଆଙ୍କୁ ଆଦୌ ପସନ୍ଦ ଆସି ନ ଥିବ ।

Middle post content

ଏପରି ଦୃଶ୍ୟ କରିବାରେ ଆପତ୍ତି କରି ନ ଥିଲେ ଆଲିଆ

After 2nd paragraph post ads

ନିକଟରେ ରଣବୀର ଏକ ସାକ୍ଷାତ୍‌କାରରେ ଏ ସଂପର୍କରେ ସ୍ପଷ୍ଟ କରିଛନ୍ତି । ରଣବୀର କହିଛନ୍ତି ଯେ, ଫିଲ୍ମ ଏପରି ଏକ ଦୃଶ୍ୟ କରିବା ପୂର୍ବରୁ ସେ ଖୁବ୍ ଭୟଭୀତ ଥିଲେ । ଏପରିକି ଦୃଶ୍ୟ କରିବା ନେଇ ସେ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ଆଲୋଚନା ବି କରିଥିଲେ । ଫିଲ୍ମରେ ଆବଶ୍ୟକତା ଥିବାରୁ ସ୍ୱାମୀଙ୍କର ଏପରି ଏକ ଦୃଶ୍ୟ କରିବା ନେଇ ସାମାନ୍ୟ ବି ଆପତ୍ତି କରି ନ ଥିଲେ ଆଲିଆ । ରଣବୀରଙ୍କ କହିବାନୁସାରେ, ବରଂ ଆଲିଆ ତାଙ୍କୁ ଯଥେଷ୍ଟ ସମର୍ଥନ ଦେଇଥିଲେ । ପତ୍ନୀଙ୍କ ବିଷୟରେ କହୁ କହୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଆଲିଆଙ୍କ ଉତ୍ତମ ବୁଝାମଣାକୁ ପ୍ରଶଂସା କରିବାକୁ ତିଳେ ବି ପଛାଇ ନ ଥିଲେ ରଣବୀର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami