ରାମଲଲାଙ୍କ ମୂର୍ତ୍ତିରେ ରହିଛି ଦଶାବତାରଙ୍କ ଚିତ୍ର

Above Post Content

ନୂଆଦିଲ୍ଲୀ: ଆସନ୍ତାକାଲି ଅନୁଷ୍ଠିତ ହେବ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ । ରାମ ମନ୍ଦିର ଗର୍ଭ ଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ ଫଟୋ ସାମ୍ନାକୁ ଆସି ସାରିଛି । ଭଗବାନ ରାମଙ୍କୁ ଶିଶୁ ରୂପରେ ଦେଖିବାକୁ ମିଳିଛି । ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କଳା ପଥରରେ ନିର୍ମିତ ଏହି ପ୍ରତିମାକୁ ଗୋଲାପ ଫୁଲରେ ସଜାଯାଇଛି । ମହିସୁରର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ୫୧ ଇଞ୍ଚର ପ୍ରତିମୂର୍ତ୍ତି ବିଷୟରେ ଅନେକ କଥା ରହିଛି ।

Middle post content

ରାମଲଲା  ହାତରେ ଧରିଛନ୍ତି ସୁନା ଧନୁ ଓ ତୀର

After 2nd paragraph post ads

ରାମଲଲାଙ୍କ ମୂର୍ତ୍ତି ୨୦୦ କିଲୋ ହୋଇଥିବା ବେଳେ ଉଚ୍ଚତା ୪.୨୫ ଫୁଟ ଏବଂ ମୋଟେଇ ୩ ଫୁଟ । ମୂର୍ତ୍ତିର ଉପର ଭାଗରେ ସ୍ୱସ୍ତିକ, ଓମ୍‌, ଚକ୍ର, ଗଦା ଏବଂ ସୂର୍ଯ୍ୟ ଭଗବାନଙ୍କ ଚିତ୍ର ଖୋଦିତ ହୋଇଛି । ମୂର୍ତ୍ତିଟିର ବାମ ହାତରେ ଏକ ସୁନା ଧନୁ ଏବଂ ଡାହାଣ ହାତରେ ଏକ ସୁନା ତୀର ଅଛି । ଏହାବ୍ୟତୀତ ରାମଲଲା ମୂର୍ତ୍ତିର ଉଭୟ ପାର୍ଶ୍ୱରେ ମତ୍ସ୍ୟ, କୁର୍ମ, ବାରାହ, ନୃଶିଂହ, ବାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ଏବଂ କଳ୍କିଙ୍କର ୧୦ ଅବତାରର ଚିତ୍ର ଖୋଦିତ ହୋଇଛି । ପ୍ରତିମା ଉପରେ ପଦ୍ମ, ହନୁମାନ ଏବଂ ଗରୁଡ଼ର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami