ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, ଆସିଲା ନୂଆ ନିୟମ

Above Post Content

ନୂଆଦିଲ୍ଲୀ : ଏଥର ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ଏଥର ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଦେବାକୁ ପଡିବ । ଏଥିଲାଗି ବୋର୍ଡ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଏହି ବର୍ଷଠାରୁ ସିବିଏସଇର ନୂତନ ନିୟମ କାର୍ଯ୍ୟକାରୀ ହେବ । କୁହାଯାଉଛି ଛାତ୍ରୀଛାତ୍ରଙ୍କ ଚାପ କମାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ଟେନସନ ଯୋଗୁଁ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଛନ୍ତି । ଛାତ୍ରୀଛାତ୍ରମାନେ ଏହି ବିକଳ୍ପ ଚୟନ ପାରିବେ । ଦୁଇଥର ପରୀକ୍ଷାର ଉନ୍ନତ ପ୍ରଦର୍ଶନର ସ୍କୋରକୁ ଚୂଡାନ୍ତ ଭାବେ ବିବେଚନା କରାଯିବ । ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ସୂଚନା ଦେଇଛନ୍ତି ।

Middle post content

ଛାତ୍ରୀଛାତ୍ରଙ୍କ ଉପରୁ ପରୀକ୍ଷା ଚାପ କମାଇବା ମୁଖ୍ୟ ଉଦ୍ଦେଶ୍ୟ

After 2nd paragraph post ads

ସେ ଆହୁରି କହିଛନ୍ତି ଯେ, ୨୦୨୪-୨୫ ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ବୋର୍ଡ ଫର୍ମାଟ ଆରମ୍ଭ ହେବ । ଏହାର ଅର୍ଥ ହେଉଛି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୨୦୨୫ର ବୋର୍ଡ ପରୀକ୍ଷଣରୁ ଏହା ଗ୍ରହଣ କରାଯିବ । ଏହା ବର୍ତ୍ତମାନର ନବମ ଓ ଏକାଦଶ ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଭାବଶାଳୀ ହେବ । ଏହା ପୂର୍ବରୁ ସେ ଗତ ଅକ୍ଟୋବରରେ ମଧ୍ୟ ୨୦୨୪ ଠାରୁ ଦୁଇଥର ବୋର୍ଡ ପରୀକ୍ଷା କରିବା ବିଷୟରେ ସୂଚନା ଦେଇଥିଲେ । ତେବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷାର ନୂତନ ବ୍ୟବସ୍ଥା ବାଧ୍ୟତାମୂଳକ ହେବ ନାହିଁ । ଏହି ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରଙ୍କ ଉପରେ ପରୀକ୍ଷା ଚାପ କମାଇବା । ବହୁ ଛାତ୍ରୀଛାତ୍ର ଭୟ କରନ୍ତି ସେମାନଙ୍କର ପରୀକ୍ଷାରେ କେବଳ ଗୋଟିଏ ସୁଯୋଗ ଅଛି ।ଯଦି ଜଣେ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇ ପରୀକ୍ଷାର ଗୋଟିଏ ସେଟ୍‌ରେ ମିଳିଥିବା ମାର୍କ ଉପରେ ସନ୍ତୁଷ୍ଟ, ତେବେ ସେ ପରବର୍ତ୍ତୀ ପରୀକ୍ଷାରେ ନ ଦେବାକୁ ଚୟନ କରି ପାରିବେ । ଶିକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ଉଦ୍ଧୃତ ହୋଇ କୁହାଯାଇଛି ୨୦୨୫ ବୋର୍ଡର ପ୍ରଥମ ପରୀକ୍ଷା ନଭେମ୍ବର-ଡିସେମ୍ବର ୨୦୨୪ ରେ ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ପରୀକ୍ଷା ଫେବୃଆରୀ-ମାର୍ଚ୍ଚ ୨୦୨୫ରେ ହୋଇପାରେ । ଉଭୟ ପରୀକ୍ଷାର ଶ୍ରେଷ୍ଠ ସ୍କୋର ନେଇ ମେରିଟ ତାଲିକା ପ୍ରସ୍ତୁତ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami