ଆଲୋକମାଳା, ଫୁଲରେ ଝଲସୁଛି ରାମ ମନ୍ଦିର

Above Post Content

ଅଯୋଧ୍ୟା: ରାତି ପାହିଲେ ଆୟୋଜିତ ହେବ ଅଯୋଧ୍ୟା ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏବେଠୁ ନବବଧୂ ପରି ସଜ୍ଜେଇ ହୋଇଛି ରାମମନ୍ଦିର । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମା ସ୍ଥାପନ ହେବା ନେଇ ପୂରା ଦେଶ ଉତ୍ସାହର ସହିତ ଚାହିଁ ରହିଛି । ତେବେ ଉତ୍ସବ ପାଇଁ ରାମ ମନ୍ଦିରକୁ ସୁନ୍ଦର ଭାବେ ସଜାଯାଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ଆନନ୍ଦିତ ହୋଇଛନ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଲା ରାମ ମନ୍ଦିର ଭିତରର ବିଶେଷ ଝଲକ

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ମନ୍ଦିରର ଭିତର ଦେଖିବାକୁ ମିଳିଛି । ଭିଡିଓରେ ମାର୍ବଲରେ ନିର୍ମିତ ଏକ ବିଶାଳ ମନ୍ଦିର ଆଲୋକରେ ସଜେଇ ହୋଇଥିବା ଦେଖାଯାଉଛି । ଏହାର ସ୍ତମ୍ଭଗୁଡ଼ିକ ସୁନ୍ଦର ସୁନ୍ଦର ଫୁଲରେ ସଜାଯାଇଛି । ମନ୍ଦିରର ସିଡ଼ିରେ କାମ କରୁଥିବା ଲୋକମାନେ ଛାତରୁ ରଙ୍ଗୀନ ଫୁଲର ଫୁଲମାଳ ଟାଙ୍ଗୁଥିବାର ଦେଖାଯାଉଛି । ଡିଡି ନ୍ୟୁଜ୍ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ମହାନ ରାମ ମନ୍ଦିର ଭିତରର ବିଶେଷ ଝଲକ! ହସ୍ତଶିଳ୍ପ ପ୍ରେରଣାଦାୟକ ଅଟେ, ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରମାଣ ।”

ସାଢେ ୧୨ଟାରେ ହେବ ରାମଲଲା ପ୍ରାଣ ପ୍ରତିଷ୍ଠା

ଆସନ୍ତାକାଲି ରାମଲଲାଙ୍କ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ମଧ୍ୟାହ୍ନ ସାଢେ ୧୨ଟାରେ ଗର୍ଭଗୃହ ଭିତରେ ଭଗବାନ ରାମଚନ୍ଦ୍ରଙ୍କ ପ୍ରତିଷ୍ଠା କରାଯିବ । ଏଥିପାଇଁ କାର୍ଯ୍ୟକ୍ରମ ଏବଂ ରୀତିନୀତି ଗତ ୧୬ତାରିଖରୁ ଆରମ୍ଭ ହୋଇଯାଇଛି । ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ରାମଲଲାଙ୍କ ପ୍ରତିଷ୍ଠା ଉତ୍ସବ ପରେ ହିଁ ଶେଷ ହେବ । ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନେତୃତ୍ୱରେ ପୁରୋହିତମାନଙ୍କର ଏକ ଟିମ୍ ଏହି ଉତ୍ସବରେ ମୁଖ୍ୟ ରୀତିନୀତି କରିବେ । ରାମଲଲାଙ୍କ ମୂର୍ତ୍ତିକୁ ମନ୍ଦିର ଭିତରକୁ ସ୍ଥାପନା କରାସରିଛି । ଆସନ୍ତାକାଲି ପ୍ରାଣ ପ୍ରତିଷ୍ଠା କରାଯିବା ପରେ ନିତିଦିନିଆ ପୂଜାବିଦ୍ଧି ଆରମ୍ଭ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami