ସୋସିଆଲ୍ ମିଡିଆରେ ଅନୁରୋଧ ରକ୍ଷା କଲେ ‘ଓଲା’ ସିଇଓ

Above Post Content

ଆଗ୍ରା: କୁନି ପିଲାର ଅନୁରୋଧ ରଖିଲେ ଓଲା ସିଇଓ । ଆଗ୍ରାର ଜଣେ ଚାରି ବର୍ଷର ଶିଶୁ ଟ୍ୱିଟରରେ ନିଜର ଏକ ସୁନ୍ଦର ଭିଡିଓ ସେୟାର କରି ଓଲା ସିଇଓ ଭାବିଶ ଅଗ୍ରୱାଲଙ୍କୁ ଏକ ଛୋଟ ଅନୁରୋଧ କରିଥିଲେ । ସବୁଠୁ ବଡ଼ କଥା ହେଲା, ଏହି ଭିଡ଼ିଓ ଦେଖିବା ପରେ ଓଲା ସିଇଓ ଶିଶୁର ଅନୁରୋଧ ରକ୍ଷା କରିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

କୁନି ପିଲାକୁ ବୁଲାଇବେ ଓଲା କାରଖାନା

After 2nd paragraph post ads
Middle post content

ଖୁଶନଭ ଖିରୱାର ନାମକ ଏହି କୁନି ପିଲାଟି ଆଗ୍ରାରେ ରୁହନ୍ତି । ପିଲାଟି ସୋସିଆଲ ମିଡ଼ିଆରେ ନିଜର ଏକ ଡ଼୍ୟାନ୍ସ ଭିଡ଼ିଓ ସେୟାର କରିଥିଲେ । ଭିଡ଼ିଓରେ ବାରମ୍ବାର ଓଲା ଇଲେକ୍ଟ୍ରିକ୍ ଏବଂ ଓଲା ଡ୍ୟାନ୍ସ କହି ଡେଉଁଥିବାର ନଜର ଆସିଛନ୍ତି । ଖାଲି ସେତିକି ନୁହେଁ, ଏକ ମେସେଜ ବି ପୋଷ୍ଟ କରିଥିଲେ । ସେଥିରେ ଲେଖିଥିଲେ ଯେ, ଭାବିଶ ଅଙ୍କଲ୍‌, ମୁଁ ଆଗ୍ରାର ରକଷ୍ଟାର ଖୁଶନଭ । ଦୟାକରି ଓଲାର ଆଗାମୀ କାରଖାନା ପରିଦର୍ଶନ କରିବାର ବ୍ୟବସ୍ଥା କରନ୍ତୁ । ଏହାପରେ ପ୍ରାର୍ଥନା ହାତର ଏକ ଇମୋଜି ମଧ୍ୟ ପୋଷ୍ଟ କରାଯାଇଥିଲା ଏବଂ ଧନ୍ୟବାଦ ଲେଖିଥିଲେ । ଏହି ଭିଡ଼ିଓ ଦେଖିବା ପରେ ଭାବିଶ ଅଗ୍ରୱାଲ ମଧ୍ୟ ଏହି ପୋଷ୍ଟର ଜବାବ ଦେଇଛନ୍ତି । ଭାବିଶ ଲେଖିଛନ୍ତି ଯେ ‘‘ଖୁଶନାଭ, ମୁଁ ତୁମର ଡ଼୍ୟାନ୍ସକୁ ବହୁତ ପସନ୍ଦ କଲି । ଓଲା ଏବଂ ଏହାର ଆଗାମୀ କାରଖାନା ପାଇଁ ତୁମର ଉତ୍ସାହ ଦେଖି ବହୁତ ଭଲ ଲାଗିଲା । ଚାଲ ତୁମର ପରିଦର୍ଶନ ଯୋଜନାକୁ ସଫଳ କରିବା । ତୁମ ପିତାମାତାଙ୍କୁ ସାଙ୍ଗରେ ଆଣିକି ଆସ, ଯାହାଫଳରେ ସେମାନେ ମଧ୍ୟ ଏହି ମଜାଳିଆ ଯାତ୍ରାକୁ ହାତଛଡ଼ା କରିବେନି ।

ମହିଳାମାନେ ଚଳାଇବେ ଏହି କାରଖାନା

ଓଲାର ଏହି କାରଖାନା ତାମିଲନାଡୁର କୃଷ୍ଣଗିରିରେ ୫୦୦ ଏକରରୁ ଅଧିକ ବ୍ୟାପିଛି । ଯାହା ଦୁନିଆର ସବୁଠୁ ବଡ ଯାନ କାରଖାନା । ଏହି କାରଖାନା କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ଭାବିଶ ଅଗ୍ରୱାଲ ଘୋଷଣା କରିଛନ୍ତି । ଯେଉଁଥିପାଇଁ ଏହାକୁ ଦୁନିଆର ସବୁଠୁ ବଡ଼ ମହିଳା କାରଖାନା ମଧ୍ୟ କୁହାଯିବ । ତାଙ୍କ କହିବାନୁସାରେ, ଏହି ଉପାୟରେ ମହିଳା ଏବଂ ସେମାନଙ୍କ ପରିବାର ମଧ୍ୟ ଆର୍ôଥକ ଦୃଷ୍ଟିରୁ ସଶକ୍ତ ହେବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami