୫୮ ହଜାର କୋଟିରେ ବନ୍ଧା ପଡ଼ିଲା ପାକିସ୍ତାନ

Above Post Content

ପାକିସ୍ତାନର ଆର୍ଥିକ ସ୍ଥିତି କାହାକୁ ଅଛପା ନୁହେଁ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠୀ ଓ ଆମେରିକା ଅଧିକ ସାହାଯ୍ୟ କରିବାକୁ ମନା କରିବା ପରେ ଚୀନ୍ ଆଗକୁ ଆସି ଋଣ ଦେଇଛିବେଜିଂ ବେଲ୍ ଆଉଟ୍ ପ୍ୟାକେଜ୍ ଭାବେ ଚୀନକୁ ୫୮ ହଜାର କୋଟି ଟଙ୍କା ଦେଉଛି । ଏହି ଟଙ୍କା ପାକିସ୍ତାନ ପାଇଁ କିଛି କମ ନୁହେଁ । ତେବେ ଏହି ଟଙ୍କାରେ ପାକିସ୍ତାନର ଉଦ୍ଧାର ହୋଇଯିବ ବୋଲି ଭାବିବା ଭୁଲ । ଓଲଟା ପାକିସ୍ତାନ ଚୀନର ଲୋନ୍ ଟ୍ରାପ ବା ଋଣ ଜନ୍ତାରେ ପଡ଼ିଛି । ଯେମିତି ଶ୍ରୀଲଙ୍କା ଅବସ୍ଥା ହୋଇଥିଲା ଆଗକୁ ସେମିତି ପାକିସ୍ତାନ ଅବସ୍ଥା ହେବ କାରଣ ଚୀନ୍ ମଧ୍ୟ ଏମିତି ଶ୍ରୀଲଙ୍କାକୁ ଲୋନ୍ ଦେଇଥିଲା । ଆଉ ଶ୍ରୀଲଙ୍କା ଲୋନ୍ ଟଙ୍କା ଶୁଝି ନପାରିବା ପରେ କେତେବେଳେ ବନ୍ଦର ତ’ କେତେବେଳେ ଅଲଗା କିଛି ଚୀନ ହାତରେ ଟେକି ଦେଇଛି । ଆଗକୁ ପାକିସ୍ତାନ ମଧ୍ୟ ସେଇମିତି ଚିନର କରଦ ରାଜ୍ୟ ହୋଇଯିବ । ଲୋନ୍ ତ’ କେବେ ଶୁଝି ପାରିବ ନାହିଁ ଓଲଟା ସୁଧ ଶୁଝିବାକୁ ନିଜ ସମ୍ପତି ତାକୁ ବିକ୍ରି କରିବାକୁ ପଡିବ । କେମିତି? ଆସନ୍ତୁ ଜାଣିବା

୫୮ ହଜାର କୋଟି ଟଙ୍କା କେମିତି ପାକିସ୍ତାନକୁ କରିବ ବରବାଦ

After 2nd paragraph post ads

ଚୀନର ଏହି ଲୋନ୍ ପାକିସ୍ତାନକୁ ଏବେ ଲାଭ ଦେବ । କାରଣ ଏହା ଦ୍ୱାରା ପାକିସ୍ତାନର ଶୁଖିଲା ବୈଦେଶିକ ମୁଦ୍ରାପାଣ୍ଠି ୨୦ ପ୍ରତିଶତ ବୃଦ୍ଧି ପାଇବ । କିନ୍ତୁ ଲମ୍ବା ଅବଧିରେ ଏହା ପାକିସ୍ତାନ ପାଇଁ ଘାତକ ହେବ ଦ ଗାର୍ଡିଆନ୍ ରିପୋର୍ଟ ଅନୁସାରେ ବର୍ତ୍ତମାନ ପାକିସ୍ତାନ ଉପରେ ଅଛି ୮.୩ ଲକ୍ଷ କୋଟି ଟଙ୍କାର ଋଣ । ଏହା ଭିତରୁ କେବଳ ଚୀନ୍ ଲୋନ୍ ହେଉଛି ୨.୫୦ ଲକ୍ଷ କୋଟି ଟଙ୍କା ଇଟାଲିର ଏକ ସଂସ୍ଥା ଅନୁସାରେ ଚୀନ୍ ଲୋନ୍ ଏହି ସର୍ତ୍ତରେ ଦେଇଛି ଯେ, ଲାହୋର ଅରେଞ୍ଜ୍ ଲାଇନ୍ ପାଇଁ ପାକିସ୍ତାନ ନେଇଥିବା ୫୫ ମିଲିୟନ ଡଲାର ଲୋନ୍ ନଭେମ୍ବର ୨୦୨୩ ସୁଧା ସୁଝିବ ଗାର୍ଡିଆନ୍ ଅନୁସାରେ ୫୮ ହଜାର କୋଟି ଟଙ୍କାର ଲୋନ୍ ପାକିସ୍ତାନ ନେଇଥିବା ଲୋନର ମାତ୍ର ୧ ପ୍ରତିଶତ । କିନ୍ତୁ ଚୀନ୍ ବାକି ଦେଶଙ୍କଠାରୁ ଅଧିକ ସୁଧ ନିଏ ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁସାରେ ପାକିସ୍ତାନକୁ ଏବେ ୱେଷ୍ଟ୍ ଏସିଆନ୍ ବ୍ୟାଙ୍କକୁ ୮.୭୭ ବିଲିଅ୍ ଡଲାର ଲୋନ୍ ଶୁଝିବାର ଅଛି । ଏଥିରେ ଚୀନର କିଛି ବ୍ୟାଙ୍କ ସାମିଲ ଅଛନ୍ତିଚୀନର ବାଣିଜ୍ୟକ ବ୍ୟାଙ୍କ ଗୁଡିକ ଅନ୍ୟ ବ୍ୟାଙ୍କ ତୁଳନାରେ ୫ରୁ ୬ ପ୍ରତିଶତ ସୁଧ ନେଇଥାନ୍ତି । ଅନ୍ୟପକ୍ଷରେ ବାକି ଦେଶର ବ୍ୟାଙ୍କ ମାତ୍ର ୩ ପ୍ରତିଶତ ସୁଧ ନେଇଥାନ୍ତି । ଏମିତି ଦେଖିଲେ ଚୀନ୍ ଗାଁ ମହାଜନ ଭଳି ସୁଧଖୋର

ସେହିଭଳି କମ ଅବଧିର ଲୋନ୍ ପାଇଁ ଚୀନ୍ ୩ରୁ ୩.୫ ପ୍ରତିଶତ ସୁଧ ନେଉଥିବା ବେଳେ ବାକି ଦେଶ ଏକ ପ୍ରତିଶତ ସୁଧରେ ଏଭଳି ଲୋନ୍ ଦେଇଥାନ୍ତି । ତେଣୁ ଚୀନକୁ ପାକିସ୍ତାନ ସୁଧ ଶୁଝିବାରେ ହିଁ ବ୍ୟସ୍ତ ରହିବ । ଆଉ ଏବେ ଯେଉଁ ଟଙ୍କା ଆଣିଛି ସେଥିରୁ ୫୫ ମିଲିୟନ ଡଲାର ପୁରୁଣା ଲୋନ୍ ସୁଝିବାକୁ ଦେବ ।

Middle post content

୨୦୨୧-୨୨ରେ ପାକିସ୍ତାନ ୪.୫ ବିଲିୟନ ଡଲାର କରଜ ଉପରେ ଚୀନକୁ ସୁଧ ଭାବେ ଦେଇଥିଲା ପ୍ରାୟ ୧୫୦ ମିଲିୟନ ଡଲାର ବା ୧୩ଶହ କୋଟି ଟଙ୍କା । ସେହିଭଳି ୨୦୧୯-୨୦ରେ ୩ ବିଲିୟନ ଡଲାର ଉପରେ ଦେଇଥିଲା ୯୯୫ କୋଟି ଟଙ୍କା ସୁଧ ।

ପାକିସ୍ତାନ ଭଳି ଦେଶଠାରୁ କଠୋରତାର ସହ ଅସୁଲ କରେ ଚୀନ୍

ଚୀନ୍ ଅଧିକ ସୁଧରେ ଲୋନ୍ ଦିଏ । ଆଉ ପାକିସ୍ତାନ ଭଳି ଦେଶଠାରୁ କଠୋରତାର ସହିତ ମୁଳ ସହିତ ସୁଧ ଆଦାୟ କରେଚୀନ ତା’ ଟଙ୍କା ଆଦାୟ କରିବା ପାଇଁ ବିଭିନ୍ନ ଦେଶଠାରୁ ସେମାନଙ୍କ ସମ୍ପତି ନେଇଯାଏ । ଯେମିତି ଆଫ୍ରିକାର କିଛି ଦେଶ ଓ ଶ୍ରୀଲଙ୍କାର ଗୋଟିଏ ବନ୍ଦର ଉପରେ ଚୀନ କବଜାଚୀନ୍ ଦେଇଥିଲା ଲୋନ୍ ଅସୁଲ କରିବା ପାଇଁ ଏହି ବନ୍ଦରସବୁକୁ ନିଜ ନିୟନ୍ତ୍ରଣରେ ରଖିଛି । ଏହା ଦ୍ୱାରା ଚୀନର ଦୁଇଟି ଲାଭ ହେଉଛି । ପ୍ରଥମତଃ ତାକୁ ତା’ର ମାଲ ବିକ୍ରି କରିବାକୁ ସୁବିଧା ଓ ନିଜ ନୌସେନା ପାଇଁ ଆଡ୍ଡା

ଚୀନ୍ କେତେ କଠୋର ଆଉ ଏକ ଉଦାହରଣରୁ ବୁଝିହେବଦସୁ ବନ୍ଧ ପ୍ରୋଜେକ୍ଟ ଉପରେ ଆତଙ୍କବାଦୀ ଆକ୍ରମଣର ୩୬ ଇଂଜିନିୟର ପ୍ରାଣ ହରାଇଥିଲେ । ଚୀନ ବଦଳରେ ପାକିସ୍ତାନଠାରୁ ୩୮ ମିଲିୟନ ଡଲାର ବା ୩୧୫ କୋଟି ଟଙ୍କା କ୍ଷତିପୁରଣ ଦାବି କରିଥିଲା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami