ଆଚରଣ ବିଧି ଉଲ୍ଲଂଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି

Above Post Content

ଭୁବନେଶ୍ୱର : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜ୍ୟ ବିଜେପିର ଅଭ୍ୟାସ ହୋଇଗଲାଣି । ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଚାଲିଛନ୍ତି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଆଠମଲ୍ଲିକ ଏନଏସିର ୫ ନମ୍ବର ୱାର୍ଡରେ ସମ୍ବଲପୁର ଲୋକସଭା ଆସନ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିଲେ । ହେଲେ ଏହି ନିର୍ବାଚନୀ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରିଛନ୍ତି । ପୂର୍ବରୁ ମଧ୍ୟ ସେ ଏନସିସି ଅଫିସ ଓ ସରକାରୀ ଅଫିସକୁ ପ୍ରଚାର ପାଇଁ ବ୍ୟବହାର କରିଥିଲେ ।

Middle post content

ବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

After 2nd paragraph post ads

କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିୟମ ଉଲ୍ଲଂଘନ କରୁନାହାନ୍ତି । ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରଚାର ବେଳେ ଛୋଟ ପିଲାମାନଙ୍କୁ ବ୍ୟବହାର କରୁଛନ୍ତି । ଅପରାଜିତା ଷଡ଼ଙ୍ଗୀ ସୋସିଆଲ ମିଡିଆରେ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଥିଲେ । ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ରାଲିରେ ଛୋଟ ପିଲାମାନେ ନାଚୁଥିବା ଦେଖିବାକୁ ମିଳିଥିଲା । ଏଣୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଦାବିପତ୍ର ଦେଇଛି ବିଜେଡି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami