ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ଦେଲେ ବାର୍ତ୍ତା

Above Post Content

ଭୁବନେଶ୍ୱର: ରକ୍ତ ଦିଅ, ଜୀବନ ବଞ୍ଚାଅ । ଜଣେ ନେତା ଭାବେ ନୁହେଁ ବରଂ ଜଣେ ଭାଇ ଓ ଜନ ସେବକ ଭାବେ ଓଡ଼ିଶାବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ନିଜେ ରକ୍ତ ଦେଇ ରାଜନୀତି ନୁହେଁ ସେବାକୁ ଦେଇଛନ୍ତି ପ୍ରାଥମିକତା । ଆଉ ଏହାକୁ ପାଥେୟ କରି ଆଗେଇ ଚାଲିଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ଆଉ ଏହି ଚିତ୍ର ଦେଖିଲେ ନେତା ନୁହେଁ ସେ ପ୍ରଥମେ ଜଣେ ସେବକ ତାହା ପ୍ରମାଣିତ ହୋଇଛି । ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ନିଜେ ରକ୍ତ ଦାନ କରିବା ସହ ଅନ୍ୟ ମାନଙ୍କୁ ଏହି ମହତ କାର୍ଯ୍ୟ ରେ ସାମିଲ ହେବାକୁ ବାର୍ତ୍ତା ଦେଇଥିଲେ ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।

Middle post content

ରକ୍ତଦାନ କଲେ ପ୍ରଣବ

After 2nd paragraph post ads

ବୁର୍ଲା ଭିମସାର୍ ସ୍ଥିତ ରକ୍ତଦାନ ଶିବିରରେ ଯୋଗଦେବା ସହ ରକ୍ତଦାନ କରିଥିଲେ ପ୍ରଣବ । ରକ୍ତ ଅଭାବ ରୁ ଯେପରି କାହାର ଜୀବନ ନଯିବ ତାକୁ ଗୁରୁତ୍ୱ ଦେବା ସହ ରକ୍ତ ଦେଇ ଜୀବନ ବଞ୍ଚାନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ । ସାଧାରଣତଃ ଖରା ଦିନେ ଦେଖା ଦିଏ ରକ୍ତର ଅଭାବ । ପ୍ରତ୍ୟେକ ଦିନ ବିଭିନ୍ନ ରୋଗରେ ପୀଡିତ ରୋଗୀଙ୍କୁ ବ୍ଲଡ଼ ର ରହିଥାଏ ଆବଶ୍ୟକତା । ତେବେ ରକ୍ତ ଅଭାବକୁ ଦୂର କରିବା ଲାଗି ସର୍ବଦା ଆଗୁଆ ପନ୍ଥା ଗ୍ରହଣ କରିଥାଏ ରାଜ୍ୟର ଶାସକ ଦଳ ବିଜେଡି । ଏହି କ୍ରମ ରେ ସମ୍ବଲପୁର ରେ ଆୟୋଜିତ ରକ୍ତ ଦାନ ଶିବିର ଏବଂ ବବିଙ୍କ ରକ୍ତ ଦାନ ଅନ୍ୟ ମାନଙ୍କ ପାଇଁ ପ୍ରକୃତ ସେବାର ଉଦାହରଣ ପାଲଟିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami