ନବରଙ୍ଗପୁରରେ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି

Above Post Content

ନବରଙ୍ଗପୁର : ନିର୍ବାଚନ ତାରିଖ ପାଖେଇ ଆସୁଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଜୋରସୋରରେ ଚଳାଇଛନ୍ତି । ତେବେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଦୁଇ ଦିନ ହେଲା ସେ ଦକ୍ଷିଣ ଓଡ଼ିଶାରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ଆଜି ନବରଙ୍ଗପୁର ଜିଲାରେ ପ୍ରଚାର କରି ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।

Middle post content

ଅଞ୍ଚଳର ବିକାଶ ପାଇଁ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି

After 2nd paragraph post ads

ଦକ୍ଷିଣ ଓଡ଼ିଶାରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି ରହିଛି । ଗତକାଲି ପାଣ୍ଡିଆନ କୋରାପୁଟ ଲୋକସଭା ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଥିଲେ । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିକାଶ ସମ୍ପର୍କିତ ହିସାବକିତାବ ଲୋକଙ୍କ ପାଖରେ ଉପସ୍ଥାପନ କରୁଛନ୍ତି ପାଣ୍ଡିଆନ । ଲୋକଙ୍କୁ ବିକାଶର ହିସାବ ଦେଇ ବିକାଶକୁ ଆହୁରି ଆଗକୁ ବଢାଇବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି । ପାଣ୍ଡିଆନଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦଳକୁ ଉତ୍ସାହିତ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami