ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ : ପାଣ୍ଡିଆନ

Above Post Content

ଭୁବନେଶ୍ୱର : ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବୌଦ୍ଧ ଜିଲ୍ଲାର ବୌଦ୍ଧ, ସୋନପୁର ଜିଲ୍ଲାରେ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି । ବୌଦ୍ଧରେ ସମବେତ ବିପୁଳ ଜନସମାବେଶକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ୱାସ କରନ୍ତି । ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ୱାସ କରନ୍ତୁ । ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି । କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି । ନିର୍ବାଚନ ଆସିଲେ ସେମାନେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି । ମିଠା ମିଠା ପ୍ରତିଶୃତି ଦିଅନ୍ତି । ନିର୍ବାଚନ ସରିଗଲେ ଆଉ ମିଳନ୍ତି ନାହିଁ । ଶଙ୍ଖ ଚିହ୍ନକୁ ଓଡିଶାର ପ୍ରଗତିର ଚିହ୍ନ ଭାବରେ ଅଭିହିତ କରିଥିଲେ । ବିଜେଡ଼ି ଓଡିଶାର ବିକାଶ ପାଇଁ ସର୍ମପିତ ଭାବେ କାମ କରିଚାଲିଛି ବୋଲି କହିଛନ୍ତି ପାଣ୍ଡିଆନ ।

ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବନ୍ତି ନବୀନ

After 2nd paragraph post ads
Middle post content

ବୌଦ୍ଧ ଜିଲ୍ଲାର ପୁରୁଣା କଟକକୁ ଏନଏସି ଓ ବୌଦ୍ଧକୁ ମ୍ୟୁନିସପାଲଟି ମାନ୍ୟତା ଦିଆଯାଇଛି । ଲୋକଙ୍କ ପ୍ରସ୍ତାବକ୍ରମେ ଭୈରବୀ ମନ୍ଦିର ଓ ଚନ୍ଦ୍ରଚୂଡ ମନ୍ଦିରର ବିକାଶ ପାଇଁ ଯଥାକ୍ରମେ ୪ କୋଟି ଓ ସାଢେ ତିନି କୋଟି ଟଙ୍କା ଦିଆଯାଇଛି । ଏହାସହିତ ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସ୍‌ଜିଦର ରୂପାନ୍ତର ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ ପାଣ୍ଡିଆନ । ପରେ ସେ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେବା ପାଇଁ ନିବେଦନ କରିଥିଲେ । ପରେ ବୀରମହାରାଜପୁରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ନିଜ ପରିବାର ଭାବେ ଭାବନ୍ତି ଓ ସେମାନଙ୍କ ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । କଥା କମ୍‌, କାମ ବେଶି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପରିଚୟ । କିନ୍ତୁ ବିରୋଧୀ ଦଳ କେବଳ ଭୋଟ ପାଇଁ ଓଡିଶା ଆସନ୍ତି । ବଡ ବଡ କଥା କୁହନ୍ତି । କିନ୍ତୁ କାମ ଘର ଶୂନ । କଥା ବେଶି କାମ କମ୍ – ହେଉଛି ବିରୋଧୀଙ୍କ ପରିଚୟ ।

ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ଏହାପରେ ସୋନପୁରର ବିନିକା ଠାରେ ଆୟୋଜିତ ସଭାରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିନିକା ଓ ଡୁଙ୍ଗୁରିପାଲ୍ଲୀ ସହିତ ମୋର ସ୍ୱତନ୍ତ୍ର ସଂପର୍କ ରହିଛି । ଏଠାରେ ମୁଁ ପ୍ରଶିକ୍ଷଣ ପାଇଥିଲି । ନିର୍ବାଚନ ସରିଗଲେ ବିରୋଧୀ ଦଳଙ୍କୁ ଆପଣ ଖୋଜିଲେ ବି ପାଇବେ ନାହିଁ । କିନ୍ତୁ ନିର୍ବାଚନ ସରିଲେ ଆମେ ଆସିବୁ ଓ ପୁଣି ହିସାବ ଦେବୁ । ସେ କହିଥିଲେ ଯେ ଡୁଙ୍ଗୁରିପାଲ୍ଲୀ ଓ ରାମପୁରକୁ ଏନଏସିର ମାନ୍ୟତା ଦିଆଯାଇଛି । ସୁବର୍ଣ୍ଣମେରୁ, ରାମେଶ୍ୱର ଓ ସୁରଶ୍ୱେରୀ ମନ୍ଦିର ପାଇଁ ୫.୪୦ କୋଟି ଟଙ୍କା, ସୋନପୁର ସୁରଶ୍ୱେରୀ ମନ୍ଦିର ପାଇଁ ୨.୧୦ କୋଟି ଟଙ୍କା, ଭୀମଭୋଇ ସମାଧୀ ପୀଠର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା, ଅଙ୍ଗ ଜଳସେଚନର ସଂପ୍ରସାରଣ ପାଇଁ ୨୩୧ କୋଟି ଟଙ୍କା, ଚୂଡାଖାଇ ପାହାଡର ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ଟଙ୍କା, ପୂଜାଡୁଙ୍ଗୁରୀର ବିକାଶ ପାଇଁ ୧ କୋଟି ଟଙ୍କା, ତରଭା ବରପାହାଡ ବିକାଶ ପାଇଁ ୫୦ ଲକ୍ଷ ଟଙ୍କାର କାମ ଚାଲିଛି । ଉଭୟ ନିରଞ୍ଜନ ପୂଜାରୀ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ, ବୀରମହାରାଜପୁରରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଏବଂ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଏବଂ ସୋନପୁରର ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଓ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami