ସିସୋଦିଆଙ୍କ ଗିରଫଦାରୀ AAPକୁ ବ୍ୟାକଫୁଟକୁ ଟାଣିବ,କେଜ୍ରିୱାଲଙ୍କ ନ୍ୟାସନାଲ ସ୍ୱପ୍ନକୁ ଝଟକା

Above Post Content

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ସୋମବାରଠାରୁ ସେ ୫ ଦିନ ପାଇଁ ସିବିଆଇ ହେପାଜତରେ ରହିବସିସୋଦିଆଙ୍କ ଗିରଫଦାରୀ କେବଳ ଖାଲି ଏକ ଗିରଫଦାରୀ ନୁହେଁ । ଏହା ମଧ୍ୟ କେଜ୍ରିୱାଲଙ୍କ ନ୍ୟାସାନାଲ୍ ପ୍ଲେୟାର ହେବା ସ୍ୱପ୍ନକୁ ଝଟକା ସିସୋଦିଆଙ୍କ ଗିରଫଦାରୀ ଆପ୍,ଦିଲ୍ଲୀ ସରକାର ଓ କେଜ୍ରିୱାଲଙ୍କ ପାଇଁ ବିରାଟ ଧକ୍କା । କାରଣ ସିସୋଦିଆଙ୍କ ବିକଳ୍ପ ନା ସରକାର ନା ଦଳ ନା କେଜ୍ରିୱାଲ କାହା ପାଖରେ ଅଛି

ମନୀଷ ସିସୋଦିଆ କେତେ ଜରୁରୀ ଏହି ତିନି ପ୍ରଶ୍ନରୁ ଜାଣନ୍ତୁ…

After 2nd paragraph post ads

ଦଳ ଓ ଦିଲ୍ଲୀ ସରକାରରେ ସିସୋଦିଆଙ୍କ ରୋଲ୍ କ’ଣ ?

ତାଙ୍କ ଅନୁପସ୍ଥିତି ପାର୍ଟି ପ୍ଲାନ୍ ଉପରେ କ’ଣ ପ୍ରଭାବ ପକାଇବ ?

Middle post content

ସିସୋଦିଆଙ୍କ ସାଥ୍ ଦେବା ପାଇଁ ଦଳ କ’ଣ କରୁଛି ?

ପ୍ରଥମ ପ୍ରଶ୍ନର ଉତ୍ତର ହେଉଛି ନା ଦଳ ନା ସରକାର କାହାରି ପାଖରେ ଦ୍ୱିତୀୟ ସିସୋଦିଆ ନାହାନ୍ତି । ଦିଲ୍ଲୀ ସରକାରଙ୍କ ମୋଟ ୩୩ ବିଭାଗରୁ ୧୮ ବିଭାଗ ସିସୋଦିଆଙ୍କ ପାଖରେ ଥିଲା । ଏଇଥିରୁ ଅନୁମାନ କରାଯାଇପାରେ କେଜ୍ରିୱାଲଙ୍କ ସିଏ କେତେ ବିଶ୍ୱସ୍ତ ଥିଲେ । ଏବେ ପ୍ରଶ୍ନ ଉଠୁଛି ସିସୋଦିଆଙ୍କ ପରେ ଏହି ୧୮ ବିଭାଗର କାମ କିଏ ସମ୍ଭାଳିବ । ଦିନକୁ ସିଏ ୧୨ରୁ ୧୫ ମିଟିଂ କରନ୍ତି ସିସୋଦିଆଙ୍କ ଭଳି ଅନ୍ୟ କେହି କେଜ୍ରିୱାଲଙ୍କ ବିଶ୍ୱସ୍ତ ନୁହନ୍ତି ।

ଦିଲ୍ଲୀ ସରକାର ଓ ଦଳରେ ସିସୋଦିଆଙ୍କ ରୋଲ୍ କ’ଣର ଉତ୍ତର ହେଉଛି କେଜ୍ରିୱାଲଙ୍କ ପରେ ସେ ହିଁ ପ୍ଲାନର । ଆନ୍ଦୋଳନରୁ ଜନ୍ମ ନେଇଥିବା ଆପ୍ ହିନ୍ଦି ହାର୍ଟଲାଣ୍ଡରେ ସମର୍ଥନ ପାଇଛିପଂଜାବରେ ବିଜୟ ପରେ ଆପ୍ ଭାବୁଥିଲା ବିଜେପିକୁ ଟକ୍କର ଦେଇପାରିବ । କିନ୍ତୁ ଏବେ ସିସୋଦିଆଙ୍କ ଗିରଫଦାରୀ ଦ୍ୱାରା ବିଜେପି ଯଦି ଆପ୍ ବି ଦୁର୍ନୀତି ମୁକ୍ତ ନୁହେଁ ବୋଲି ଭୋଟରଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇ ପାରିବାରେ ସଫଳ ହୁଏ ତେବେ ଏହା ଆପ୍ ପାଇଁ ଝଟକା ହେବ । ତେବେ ଆପ୍ ଯଦି ଏଭଳି ନ୍ୟାରେଟିଭ୍ ତିଆରି କରିବାରେ ସଫଳ ହୁଏ ଯେ, ବିଜେପି ଷଡ଼ଯନ୍ତ୍ର କରି ସିସୋଦିଆଙ୍କୁ ଗିରଫ କରିଛି ତା’ହେଲେ ଚିତ୍ର ବଦଳିଯିବ । ୨୦୨୪ ପାଇଁ ସିସୋଦିଆ ଫ୍ରି’ ରହିବା ଦରକାର ସିସୋଦିଆ ଯଦି କୋର୍ଟକେସରେ ଫସି ରହିବେ ତେବେ ଏହା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ ।

ଏବେ ତୃତୀୟ ପ୍ରଶ୍ନ ହେଉଛି ସିସୋଦିଆଙ୍କ ସାଥ୍ ଦେବାକୁ ଆପ୍ କ’ଣ କରୁଛି ? ଆପ୍ ଇମୋସନାଲ କାର୍ଡ୍ ଖେଳିବା ଆରମ୍ଭ କରି ସାରିଲାଣି । ଯେଉଁଥିରେ କି ଆପ୍ ମାହିର । ଏକଥାକୁ ବିଜେପି ମଧ୍ୟ ମାନିବ ଗିରଫଦାରୀ ପୂର୍ବରୁ ସିବିଆଇ ଅଫିସ ଆଗରେ କାର ଉପରେ ଛିଡା ହୋଇ ସିସୋଦିଆ କହିଥିଲେ ମୁଁ ସ୍ୱଛତାରେ ବିଶ୍ୱାସ କରି ଆସିଛି ଭଲ ଚାକିରି କରିଥିଲି । କିନ୍ତୁ ଲୋକଙ୍କ ପାଇଁ କାମ କରିବା ଲାଗି ଚାକିରି ଛାଡିଦେଲି । ସେତେବେଳେ ମୋ ସ୍ତ୍ରୀ ମୋ ସାଥ୍ ଦେଇଥିଲା । ଏବେ ଯେତେବେଳେ ସେ ବେମାର ଅଛି ମୋତେ ଏମାନେ ଜେଲକୁ ନେଉଛନ୍ତି । ଆପଣ ମାନେ ମୋ ପରିବାରର ଖିଆଲ ରଖିବେ । ତେବେ ପିଲାମାନଙ୍କୁ କହିବାକୁ ଚାହୁଁଛି ପଢା ଜାରି ରଖ । ସିସୋଦିଆ ଚାଚା ତମେ ପାଠ ନପଢିଲେ ଖାଇବା ଛାଡିଦେବ

ଦଳ ବି ସିସୋଦିଆ ପ୍ରସଙ୍ଗକୁ ଇମୋସନାଲ କାର୍ଡ୍ ବନାଇ ସାରିଲାଣି । ଆଗକୁ ଦେଖିବାକୁ ରହିଲା ଆପର ଭିକ୍ଟିମ୍ କାର୍ଡ୍ ଏଥ କାମ ଦେଉଛି କି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami