ପାକିସ୍ତାନରେ ବିକ୍ରି ହେଉଛନ୍ତି ଆତ୍ମଘାତୀ ଆକ୍ରମଣକାରୀ,ଜାଣନ୍ତୁ ଦାମ କେତେ..

Above Post Content

ପାକିସ୍ତାନ ଆତଙ୍କବାଦର ଅନ୍ତୁଡ଼ିଶାଳ । ସେଫ୍ଟିପିନ୍ ବି ତିଆରି କରି ପାରୁନଥିବା ଦେଶରେ କିନ୍ତୁ ରହିଛି ଆତଙ୍କବାଦର ଅନେକ ଫ୍ୟାକ୍ଟ୍ରି । ଯେଉଁ ଫ୍ୟାକ୍ଟ୍ରିର ପ୍ରଡକ୍ଟ ହେଉଛନ୍ତି ଫିଦାୟୀନ୍ ବା ଆତ୍ମଘାତୀ ଆକ୍ରମଣକାରୀ । ଯେଉଁମାନେ ନିଜ ଦେହରେ ବିସ୍ଫୋରକ ଖଂଜି ଆକ୍ରମଣ କରନ୍ତି । ଗତ ଏକ ଦଶନ୍ଧୀ ଧରି ପାକିସ୍ତାନ ଏହିଭଳି ଆକ୍ରମଣକାରୀଙ୍କ ଆକ୍ରମଣରେ ରକ୍ତାକ୍ତ ହେଉଛି । ପାକ୍ ସେନା ଓ ପୋଲିସ ସହିତ ଆତଙ୍କବାଦୀଙ୍କ ଏହି ଯୁଦ୍ଧରେ ଶିକାର ହେଉଛନ୍ତି ସାଧାରଣ ନାଗରିକ । ବିଶ୍ୱର ସବୁଠାରୁ ଅଧିକ ଆତଙ୍କବାଦୀ ସଂଗଠନ ଥିବା ରାଷ୍ଟ୍ରରେ ଆତ୍ମଘାତୀ ଆକ୍ରମଣକାରୀଙ୍କର ହାଇଡିମାଣ୍ଡ୍ ରହିଛି । ଏମାନଙ୍କୁ ଆତଙ୍କବାଦୀ ସଂଗଠନରେ ଅଧିକ ସମ୍ମାନ ମିଳୁଥିବା ବେଳେ ସୁଇସାଇଡ୍ ବମର ବଜାରରେ ବିକ୍ରି ମଧ୍ୟ ହେଉଛନ୍ତି । ଶୁଣିବାକୁ ତାଜୁବ ଲାଗୁଥାଇପାରେ କିନ୍ତୁ ଏହା ସତ ।

ବିକ୍ରି ହେଉଛନ୍ତି ଆତ୍ମଘାତୀ ଆକ୍ରମଣକାରୀ

After 2nd paragraph post ads

ପାକିସ୍ତାନରେ ବିକ୍ରି ହେଉଛନ୍ତି ଆତ୍ମଘାତୀ ଆକ୍ରମଣକାରୀ । ଏଭଳି ଦାବି କରିଛି ହିନ୍ଦି ଖବର କାଗଜ ଦୈନିକ ଭାସ୍କର । ଟିଟିପି-ତେହେରିକ୍ ଏ ତାଲିବାନ ପାକିସ୍ତାନ,ବିଏଲଏ-ବଲୁଚ ଲିବରେସନ୍ ଆର୍ମ ଓ ଆଇଏସଏସର କିଛି ପୂର୍ବତନ ଆତଙ୍କବାଦୀଙ୍କ ସହିତ ସାକ୍ଷତକାରରୁ ଏଭଳି ତଥ୍ୟ ପାଇଥିବା ଭାସ୍କର ଦାବି କରିଛି । ଭାସ୍କର ଅନୁସାରେ ଟିଟିପି ଓ ଆଇଏସଏସ ଅଧିକ ସଂଖ୍ୟାରେ ଆତ୍ମଘାତୀ ଆକ୍ରମଣକାରୀଙ୍କୁ କିଣିଥାନ୍ତି । ଅଗଷ୍ଟ ମାସରେ ପାକିସ୍ତାନର ବଜୌରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ଆଇଏସ ନିଜକୁ ଦାୟୀ କରିଥିଲା । ଆକ୍ରମଣକାରୀକୁ ଟିଟିପି ଟ୍ରେନିଂ ଦେଇଥିଲା କିନ୍ତୁ ପରେ ତାକୁ ଆଇଏସ କିଣିନେଇଥିଲା । ଜଣେ ଆତ୍ମଘାତୀ କେତେ ଅଧିକ ପ୍ରଶିକ୍ଷିତ ତା’ ଉପରେ ତା’ର ଦାମ ନିର୍ଭର କରିଥାଏ । ଏଭଳି ଆକ୍ରମଣକାରୀଙ୍କୁ ଏକ କୋଟି ପର‌୍ୟ୍ୟନ୍ତ ଟଙ୍କା ମିଳିଥାଏ । ଆତ୍ମଘାତୀ ଆକ୍ରମଣକାରୀର ସବୁଠାରୁ କମଦାମ ହେଉଛି ୧୦ ଲକ୍ଷ ଟଙ୍କା । ତେବେ ଆକ୍ରମଣକାରୀକୁ ମିଳୁଥିବା ସବୁ ଟଙ୍କା ପରିବାର ଲୋକଙ୍କୁ ମିଳିନଥାଏ । ମିଳୁଥିବା ଟଙ୍କାର ସିଂହଭାଗ ସଂଗଠନ ରଖିନିଏ । ଅଳ୍ପକିଛି ଟଙ୍କା ପରିବାର ଲୋକଙ୍କୁ ଦିଆଯାଏ ।

Middle post content

ତିନୋଟି ସ୍ଥାନରେ ଦିଆଯାଉଛି ଟ୍ରେନିଂ

ଏଭଳି ଆକ୍ରମଣକାରୀଙ୍କୁ ଆଫଗାନିସ୍ତାନର ତିନୋଟି ସ୍ଥାନରେ ଟ୍ରେନିଂ ଦିଆଯାଉଛି । ଆଇଏସଆଇଏସର ଟ୍ରେନିଂ ସେଣ୍ଟର ଗୋଟିଏ ଗାଁ ଭିତରେ ଅଛି । ଆକାଶମାର୍ଗରୁ ଯେମିତି ଆକ୍ରମଣ ନେହେବ ସେଥିପାଇଁ ଟ୍ରେନିଂ ସେଣ୍ଟରକୁ ଗାଁ ଭିତରେ ରଖାଯାଇଛି । ସେହିଭଳି ଟ୍ରେନିଂ ପାଇଁ ଟାର୍ଗେଟ ଅଂଚଳର ସେଟ୍ ମଧ୍ୟ ଲଗା ଯାଇଥାଏ । ଏଭଳି ଆକ୍ରମଣକାରୀଙ୍କ ଅନ୍ୟ କ୍ୟାଡରଙ୍କଠାରୁ ଅଲଗା ରଖାଯାଏ । ସେମାନଙ୍କୁ ଅଧିକ ସମ୍ମାନ ଦିଆଯାଏ ।ବଲୁଚ୍ ଲିବରେସନ୍ ଆର୍ମିର ଆତ୍ମଘାତୀ ବାହିନୀରେ ଅଧିକ ସଂଖ୍ୟାରେ ମହିଳା ଅଛନ୍ତି । ପାକ୍ ସେନା ଏହି ମହିଳା ଆକ୍ରମଣକାରୀଙ୍କୁ ନେଇ ବେସ ହଇରାଣ ହେଉଛି ।

ଲସ୍କରକୁ କାହିଁକି ମିଳୁନି ଆତ୍ମଘାତୀ ଆକ୍ରମଣକାରୀ ?

ଆଇଏସଆଇଏସ,ବିଏଲଏ ଭଳି ସଂଗଠନ ପାଖରେ ଆତ୍ମଘାତୀ ଆକ୍ରମଣକାରୀ ଥିବା ବେଳେ ଭାରତରେ ସକ୍ରୀୟ ଥିବା ଲସ୍କର ଏ ତୋଇବା ଭଳି ଆତଙ୍କବାଦୀ ସଂଗଠନକୁ ଆତ୍ମଘାତୀ ଆକ୍ରମଣକାରୀ ନମିଳିବା ପଛର କାରଣ ହେଉଛି ପାକିସ୍ତାନରେ ସେମାନଙ୍କ ଲକ୍ଷ୍ୟରେ କେହି ସେଭଳି ବିଶ୍ୱାସ କରୁନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami