ବ୍ୟାନ୍ ହେବ ପୁରୁଣା ନୋଟ୍‌, କାହିଁକି ପାକିସ୍ତାନ ଛାପିବ ନୂଆ ନୋଟ୍ ?

Above Post Content

ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ନୂଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଛି । ଏହା କାହାରିକି ଲୁଚାଛପା ନୁହେଁ ଯେ ପାକିସ୍ତାନ ଅର୍ôଥକ ସଂକଟ ଦେଇ ଗତି କରୁଛି । ଆଇଏମଏଫ ଭଳି ଅନୁଷ୍ଠାନର ଦୟାରେ ଦେଶର ଅର୍ଥନୈତିକ ଚକ ଚାଲିଛି । ଏଭଳି ସ୍ଥିତିରେ ପାକିସ୍ତାନ ସରକାର କାହିଁକି ନୂଆ ନୋଟ୍ ଛାପିବା ଭଳି ପଦକ୍ଷେପ ନେଉଛନ୍ତି, ଏହା ପଛରେ କ’ଣ ରହିଛି ଚିନ୍ତାଧାରା? ଆସନ୍ତୁ ଜାଣିବା ।
ପାକିସ୍ତାନର ଅର୍ଥନୀତି ଭୟଙ୍କର ସଙ୍କଟ ଦେଇ ଗତି କରୁଛି । ନିକଟରେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ୍ କାକର ଚୀନଠାରୁ ପାଖାପାଖି ୨ ବିଲିୟନ ଡଲାର ଋଣ ମାଗିଥିଲେ । ପାକିସ୍ତାନ ଆଗରୁଲ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଠାକୁ ଋଣ ନେଇ ସାରିଛି । ଏହା ପରେ ମଧ୍ୟ ପାକିସ୍ତାନର ଆର୍ôଥକ ସ୍ଥିତି ଠିକ ହୋଇ ପାରୁନାହିଁ । ଏବେ ନିରାଶ ପାକିସ୍ତାନ ନୂଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଛି । ସବୁଠାରୁ ମଜାଦାର କଥା ହେଉଛି ଭାରତକୁ ନକଲି ନୋଟ୍ ସପ୍ଲାଇ କରୁଥିବା ପାକିସ୍ତାନ ଏବେ ନିଜେ ନକଲି ନୋଟର ଶିକାର ହୋଇଛି । କାଙ୍ଗାଳ ପାକିସ୍ତାନ ଭିତରକୁ କିଏ ନକଲି ନୋଟ୍ ପଠାଉଛି ଜଣା ନାହିଁ କିନ୍ତୁ ସତ ହେଉଛି ପାକିସ୍ତାନରେ ନକଲି ନୋଟ୍ କ୍ୟାନସର ପାଲଟି ସାରିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ନୂଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ କହିଛି ଯେ ନୂଆ ସିରିଜ୍ ନୋଟ୍ କୁ ସୁରକ୍ଷା ଦୃଷ୍ଟିକୋଣରୁ ଏମିତି କରାଯାଇଛି ଯେ,ଏହା ଦ୍ୱାରା ଅସଲି ନୋଟ୍ ଏବଂ ନକଲି ନୋଟ୍ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଭାବରେ ଚିହ୍ନଟ ହୋଇପାରିବ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ବର୍ତ୍ତମାନର ଗଭର୍ଣ୍ଣର ହେଉଛନ୍ତି ଜାମିଲ ଅହମ୍ମଦ । ସେ କହିଛନ୍ତି ଯେ ନୂଆ ନୋଟର ଡିଜାଇନ୍ ଅପଡେଟ୍ କରାଯିବ ।

ନୂଆ ନୋଟ୍ ଛପା ଯିବାର କାରଣ

After 2nd paragraph post ads
Middle post content

ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ଏହି ନିଷ୍ପତ୍ତି ପଛରେ ଆଉ ଏକ କାରଣ ମଧ୍ୟ ଦେଖିବାକୁ ମିଳୁଛି । କୁହାଯାଉଛି ଯେ ପାକିସ୍ତାନର ମୁଦ୍ରାନୀତି ଉପରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା କରାଯାଉଛି । ତେବେ ଏସବୁ ଗୋଟିଏ ଝଟକାରେ ହେବ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଧୀରେ ଧୀରେ ପ୍ରଚଳନରେ ଥିବା ପୁରୁଣା ନୋଟ୍ ଗୁଡ଼ିକୁ ପ୍ରତ୍ୟାହାର କରି ତା’ ବଦଳରେ ନୂଆ ନୋଟ୍ ଆଣିବ । ବର୍ତ୍ତମାନ ପାକିସ୍ତାନରେ ପ୍ରଚଳନରେ ଥିବା ନୋଟ୍ ଗୁଡ଼ିକ ୨୦୦୫ ମସିହାରୁ ଜାରି ହୋଇଥିଲା । ଏହି ସିରିଜ୍ ରେ ଏବେ ୨୦, ୫୦, ୧୦୦, ୫୦୦, ୧୦୦୦ ଓ ୫୦୦୦ ଟଙ୍କିଆ ନୋଟ୍ ଛପାଯାଉଛି । କିନ୍ତୁ ଏବେ ପାକିସ୍ତାନ ସରକାର ନୂଆ ସିରିଜ୍ ନୋଟ୍ ଆଣିବେ । ନୂଆ ଫିଚର ଥିବା ନୋଟ୍ କୁ ସ୍କାନିଂ କିମ୍ବା ଫଟୋକପି କରି ଯେପରି ନକଲି ନୋଟ୍ ଛପା ଯାଇ ପାରିବ ନାହିଁ ସେଥିପାଇଁ ପାକିସ୍ତାନ ଏପରି କରୁଛି । ସୂଚନାଯୋଗ୍ୟ ଯେ,ନକଲି ନୋଟ୍ ଯୋଗୁ ପାକିସ୍ତାନୀ ଅର୍ଥନୀତି ବହୁତ ଦୁର୍ବଳ ହୋଇ ପଡ଼ିଛି ।

ବିମୁଦ୍ରୀକରଣ କାହିଁକି କରାଗଲା ନାହିଁ?

ଜାଲ୍ ନୋଟ୍ ଦେଶର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ଚାଉଛି ଏବଂ ଏହି କାରଣରୁ ଏକ ଅଣ୍ଡରଗ୍ରାଉଣ୍ଡ୍ ଅର୍ଥୀନୀତି ଉଭା ହୋଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ବିଶ୍ୱାସ କରୁଛି । ନୂଆ ମୁଦ୍ରା ଛାପି ପାକିସ୍ତାନ ଏହି ଦ୍ୱନ୍ଦ୍ୱରୁ ମୁକୁଳିବାକୁ ଚାହୁଁଛି । ଏହି ପୂରା ପ୍ରକ୍ରିୟା ଅତି ସହଜରେ ହେବା ଦରକାର, ନୋଟ୍ ବିନିମୟ ଯୋଗୁଁ ଲୋକମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଓ କୌଣସି ଅର୍ଥନୈତିକ କାର‌୍ୟ୍ୟକଳାପ ପ୍ରଭାବିତ ହୁଏ ନାହିଁ, ତାକୁ ଦୃଷ୍ଟିରେ ରଖି ହଠାତ୍ ବିମୁଦ୍ରାକରଣ କରାଯାଇନାହିଁ । ବିମୁଦ୍ରୀକରଣ ପୂର୍ବରୁ ଖରାପ ହେଉଥିବା ଅର୍ଥନୀତିକୁ ଆହୁରି ଖରାପ କରିବ ବୋଲି ଆଶଙ୍କା କରାଯାଉଥିଲା, ତେଣୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ବିମୁଦ୍ରୀକରଣ ବଦଳରେ ନୂଆ ନୋଟ୍ ଛାପିବା ଦିଗରେ ପଦକ୍ଷେପ ନେଇଛି ।
ଏପରି କରି ନକଲି ନୋଟ୍ ଜରିଆରେ ହେଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକିବାକୁ ଚାହୁଁଛି ପାକିସ୍ତାନ । ଯେଉଁମାନେ ପାକିସ୍ତାନର ଅର୍ଥନୀତିକୁ ଜାଣନ୍ତି ଏବଂ ବୁଝନ୍ତି ସେମାନେ କହନ୍ତି ଯେ ପାକିସ୍ତାନର ଅର୍ଥନୀତି କଳାଧନ ଠୁଳ ସଂଘର୍ଷ କରୁଛି । । ଏଭଳି ପରିସ୍ଥିତିରେ ନୂଆ ନିଷ୍ପତ୍ତି ପରେ ପାକିସ୍ତାନୀ ମୁଦ୍ରା ବ୍ୟବସ୍ଥା ଉପରେ ବିଶ୍ୱର ବିଶ୍ୱାସ ବଢିବ ବୋଲି ଆଶା କରାଯାଇପାରେ । ତେବେ ଏହି ଗୋଟିଏ ପଦକ୍ଷେପ ଯଥେଷ୍ଟ ହେବ ନାହିଁ, ସେମାନଙ୍କୁ ଅନ୍ୟ ।ନ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami