ଢୋଲର ତାଳେ ତାଳେ ହାତୀ କରୁଛି ଡ୍ୟାନ୍ସ, ଭିଡିଓ ଭାଇରାଲ

Above Post Content

ଆଜିକାଲି ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଭିଡ଼ିଓକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏ ନାହିଁ । ସେହିପରି ଆଉ କିଛି ଏମିତି ଭିଡ଼ିଓ ଥାଏ, ଯାହାକୁ ଦେଖିବା ପରେ ଆମେ ହସି ହସି ବେଦ୍‌ମ ହୋଇଯାଆନ୍ତି । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ହାତୀ ଢୋଲର ତାଳେ ତାଳେ ଡ଼୍ୟାନ୍ସ କରୁଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ମନ ବି ମୋହିଛି ।

ହାତୀର ନୃତ୍ୟକୁ ଉପଭୋଗ କଲେ ଲୋକେ

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ହାତୀକୁ ଠିକ ରାଜା ପରି ସଜାଯାଇଛି । ଲୋକମାନେ ହାତୀ ଚାରିପାଖରେ ଠିଆ ହୋଇଛନ୍ତି । କିଛି ଲୋକ ଢୋଲ ବଜାଇ ନାଚୁଛନ୍ତି । ଏହା ସହିତ ହାତୀ ମଧ୍ୟ ଢୋଲର ତାଳେ ତାଳେ ନାଚୁଛି । ଗୋଡ଼ ଉଠାଇ ଡ଼େଇଁ ଡ଼େଇଁ ଡ଼୍ୟାନ୍ସ କରୁଛି । ହାତୀ ଚାରିପାଖରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ହାତୀ ସହିତ ନାଚୁଛନ୍ତି । ସତେ ଯେପରି ଏକ ପର୍ବ ଚାଲିଛି । ସେଠାରେ ଉପସ୍ଥିତ ଲୋକମାନେ ହାତୀର ନୃତ୍ୟକୁ ବେଶ୍ ଉପଭୋଗ କରିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ ପସନ୍ଦ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami