ଅଭିଷେକଙ୍କୁ ପ୍ରଶଂସା କଲେ ଅମିତାଭ

Above Post Content

ମୁମ୍ବାଇ: ବଲିଉଡ଼ର ବିଗ୍‌ବି ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସୋସିଆଲ ମିଡ଼ିଆରେ ଖୁବ୍ ପ୍ରଶଂସା କରିଛନ୍ତି । ଏଥିସହିତ ପୁଅ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଭାବପ୍ରବଣ ନୋଟ ବି ସେୟାର କରିଛନ୍ତି । କାରଣ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଘୁମର’ ଏକ ଆୱାର୍ଡ ଶୋ’ରେ ତିନୋଟି ପୁରସ୍କାର ଜିତିଥିଲା । ଅମିତାଭ ତାଙ୍କ ନୋଟରେ କହିଛନ୍ତି ଯେ ସେ ଅଭିଷେକଙ୍କ ପାଇଁ ମୁଁ ଗର୍ବିତ । ଏହି ନୋଟକୁ ଦେଖିବା ପରେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି ।

Middle post content

ଅଭିଷେକ ମୋତେ ଗର୍ବିତ କରିଛି

After 2nd paragraph post ads

ଅଭିଷେକ ବଚ୍ଚନ ଏବଂ ସାୟାମି ଖେରଙ୍କ ଫିଲ୍ମ ‘ଘୁମର’ର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ଅମିତାଭ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ମୋର ପ୍ରାର୍ଥନା, ପ୍ରଶଂସା ଏବଂ ତୁମ ପାଇଁ ଅଭିଷେକ, ତୁମେ ମୋତେ ଗର୍ବିତ କରିଛ । ତୁମେ ସବୁଠୁ ଯୋଗ୍ୟ, କେବଳ ଏହା ନୁହେଁ, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ତୁମକୁ ବହୁତ ଭଲ ପାଇବା । ଏହା ସହିତ ବିଗ ବି ଲାଲ ହାର୍ଟ ଇମୋଜି ଦେଇଛନ୍ତି ।ଏହି ପୋଷ୍ଟଟି ସେୟାର ହେବାର କିଛି ସମୟ ପରେ ଅଭିଷେକ କମେଣ୍ଟ ବିଭାଗରେ ଫୋଲଡ ହାତ ଏବଂ ହସୁଥିବା ଇମୋଜି ସହିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଅଗଷ୍ଟ ୨୦୨୩ରେ ଫିଲ୍ମ ‘ଘୁମର’ ରିଲିଜ୍ ହୋଇଥିଲା । ଏଥିରେ ଅଭିଷେକ ବଚ୍ଚନ ଓ ସାୟାମି ଖେର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଶବାନା ଆଜମୀ ଏବଂ ଅଙ୍ଗଦ ବେଦୀ ମୁଖ୍ୟ ଭୂମିକାରେ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami