ଡବଲ ଡେକର ସାଇକେଲ ଚଲାଉଛନ୍ତି ବୃଦ୍ଧ: ଭିଡ଼ିଓ ଭାଇରାଲ

Above Post Content

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଅଜବ ଭିଡ଼ିଓ ସବୁ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୃଦ୍ଧ ଡ଼ବଲ ଡ଼େକର ଚଲାଉଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବୃଦ୍ଧଙ୍କ ଉଦ୍ୟମକୁ ପ୍ରଶଂସା

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବୃଦ୍ଧ ରାସ୍ତାରେ ସାଇକେଲ ଚଲାଇ ଯାଉଥିବାର ନଜର ଆସିଛନ୍ତି । କିନ୍ତୁ ଏହି ସାଇକେଲ ଏକ ସାଧାରଣ ସାଇକେଲ ନୁହେଁ ବରଂ ଦେଶୀ ନିର୍ମିତ ଏକ ଭିନ୍ନ ସାଇକେଲ । ଆପଣ ଏକ ଡବଲ ଡେକର ବସ ଦେଖିଥିବେ କିନ୍ତୁ ଡବଲ ଡେକର ସାଇକେଲ ହୁଏତ କ୍ୱଚିତ୍ ଦେଖିଥିବେ । ବୃଦ୍ଧ ଜଣକ ଡବଲ ଡେକର ସାଇକେଲ ଚଲାଇ ଯାଉଥିବାର ଦେଖିବାକୁ ମିଳିଛି । ସାଧାରଣ ସାଇକେଲ ଠାରୁ ଲମ୍ବା ହୋଇଥିଲେ ମଧ୍ୟ ଏହି ବୃଦ୍ଧ ଜଣକ ଏହି ସାଇକେଲରେ ସହଜରେ ଚଢୁଥିବାର ଦେଖାଯାଏ । ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଲୋକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ ବୃଦ୍ଧ ଏହି ସାଇକେଲରୁ କିପରି ଓହ୍ଲାଇଲେ । ଏହାସହ ଆଉ କିଛି ଲୋକ ବୃଦ୍ଧଙ୍କ ଏପରି ଉଦ୍ୟମକୁ ପ୍ରଶଂସା ମଧ୍ୟ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami