ଉତ୍ତର କୋରିଆ ରାଷ୍ଟ୍ରପତିଙ୍କ ଟ୍ରେନ୍‌, ଯେଉଁଥିରେ ସେବା ଦିଅନ୍ତି ‘ପ୍ଲେଜର ଗର୍ଲ’

Above Post Content

ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ନିଜ ନିଷ୍ଠୁରତା ପାଇଁ କୁଖ୍‌୍ୟାତ । କିମ୍ ଶାସନକୁ ଆସିବା ମାତ୍ରେ ନିଜ ପିଉସା ଓ ତାଙ୍କ ପରିବାରକୁ ମୃତ୍ୟୁଦଣ୍ଡ ଦେଇଥିଲେ । ନିଜ ପିଉସାଙ୍କୁ ଭୋକିଲା କୁକୁରଙ୍କ ଆଗରେ ଜୀବିତ ଛାଡିଦେଇଥିଲେ । ଜଣେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ମିଟିଂରେ ଘୁମେଇ ପଡ଼ିଥିବାରୁ ତୋପ ଆଗରେ ରଖି ତାଙ୍କୁ ଉଡାଇ ଦିଆଯାଇଥିଲା । ଅନ୍ୟମାନଙ୍କୁ କଥାକଥାରେ ମୃତ୍ୟୁଦଣ୍ଡ ଦେଉଥିବା କିମ୍ କିନ୍ତୁ ନିଜ ବାପା ଓ ଜେଜେବାପାଙ୍କ ଭଳି ମୃତ୍ୟୁକୁ ଏତେ ଡରନ୍ତି ଯେ, ସେ ବିମାନ ବଦଳରେ ଦୂରସ୍ଥାନକୁ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଏହି ଟ୍ରେନ୍ କିଛି ମାମୁଲି ଟ୍ରେନ୍ ନୁହେଁ । ସାଂଜୁଆ ଟ୍ରେନ ଉପରେ ବୋମାମାଡର ମଧ୍‌ଯ କିଛି ପ୍ରଭାବ ପଡେନି । ଏହା ସହିତ ଏହି ଟ୍ରେନରେ ତାଙ୍କ ସେବା ପାଇଁ ଯାଇଥାନ୍ତି ପ୍ଲେଜର ସ୍କ୍ୱାର୍ଡ । ଯେଉଁଥିରେ ଉତ୍ତର କୋରିଆର ବଛାବଛା ସୁନ୍ଦରୀ ଯୁବତୀଙ୍କୁ ସାମିଲ କରାଯାଇଥାଏଯେଉଁମାନଙ୍କ କାମ ହେଉଛି ସୁପ୍ରିମଲିଡରଙ୍କୁ ଯୌନସୁଖ ପ୍ରଦାନ କରିବା । ଆସନ୍ତୁ ଜାଣିବା କିମଙ୍କ ସ୍ପେଶାଲ ଟ୍ରେନ୍ ବାବଦରେ ।

ବିମାନ ଯାତ୍ରାକୁ ଡରନ୍ତି କିମ୍

After 2nd paragraph post ads

କିମ୍ ଜଙ୍ଗ୍ ଉନ୍ ଯେଉଁଠି ଯାଆନ୍ତି ଏହି ଟ୍ରେନ୍ ବ୍ୟବହାର କରନ୍ତି । ବାପାଙ୍କ ଭଳି ସେ ମଧ୍ୟ ବିମାନ ଯାତ୍ରାକୁ ଡରନ୍ତି । ତାଙ୍କ ଜେଜେବାପା କିମ୍ ଇଲ୍ ସୁଙ୍ଗ  ଏବଂ ପିତା କିମ୍ ଜଙ୍ଗ୍ ଇଲ୍ ମଧ୍ୟ ଟ୍ରେନ୍ ରେ ଯାତ୍ରା କରିଥିଲେ । ସୂଚନାଯୋଗ୍ୟ, ଏହି ବିଳାସପୂର୍ଣ୍ଣ ଟ୍ରେନ୍ କୁ ସୋଭିଏତ୍ ୟୁନିୟନର ଶାସକ ଷ୍ଟାଲିନ୍ କିମ୍ ପରିବାରକୁ ଉପହାର ଦେଇଥିଲେ । ସେବେଠାରୁ ଏହା ଉତ୍ତର କୋରିଆର ଶାସକଙ୍କ ରାଜକୀୟ ଟ୍ରେନ୍ ଥିଲା । ଏହି ଟ୍ରେନକୁ ବାହାରୁ ସବୁଜ ଓ ହଳଦିଆ ରଙ୍ଗରେ ରଙ୍ଗିତ କରାଯାଇଛି । କିନ୍ତୁ ଭିତରେ ଉଜ୍ଜ୍ୱଳ ଧଳା ରଙ୍ଗ ଦିଆଯାଇଛି । ବ୍ରିଫିଂ ପାଇଁ ଟ୍ରେନରେ ଟେବୁଲ ଏବଂ ଫ୍ଲାଟ ସ୍କ୍ରିନ ମନିଟର ମଧ୍ୟ ରହିଛି ।  କିମ୍ ଜଙ୍ଗ୍ ଉନ୍ ଙ୍କ ରାଜକୀୟ ଟ୍ରେନ୍ କୁ ନେଇ ରୁଷର ପୂର୍ବତନ ଅଧିକାରୀ କନଷ୍ଟାଣ୍ଟାଇନ୍ ପୁଲିକୋସ୍କି ‘ଓରିଏଣ୍ଟ୍‌୍ ଏକ୍ସପ୍ରେସ୍‌’ ନାମକ ଏକ ପୁସ୍ତକ ଲେଖିଛନ୍ତି । ପୁସ୍ତକରେ ଏହି ଟ୍ରେନ୍ ବିଷୟରେ ଅନେକ ତଥ୍ୟ ଦିଆଯାଇଛି । କନଷ୍ଟାଣ୍ଟିନ ଲେଖିଛନ୍ତି ଯେ ଟ୍ରେନରେ ସବୁ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରାଯାଏ । କିମ୍ ଜଙ୍ଗ୍ ଉନ୍ ଙ୍କ ଗସ୍ତ ସମୟରେ ଏହି ଟ୍ରେନ୍ ରେ ପ୍ୟାରିସ୍ ମଦ,କଙ୍କଡା ଏବଂ ଘୁଷୁରି ମାଂସ ପରଷା ଯାଏ । ୨୦୦୯ମସିହାରେ ଦକ୍ଷିଣ କୋରିଆର ଖବରକାଗଜ ‘ଚୋସୁନ୍ ଇଲ୍ୱୋ’ ଏକ ଲେଖା ପ୍ରକାଶ କରିଥିଲା, ଯେଉଁଥିରେ ଏହି ଟ୍ରେନରେ ୯୦ଟି କୋଚ୍ ଥିବା ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା । କିମ୍ ଜଙ୍ଗ୍ ଉନ୍ ଙ୍କ ମର୍ସିଡିଜ୍ କାର୍ କୁ ମଧ୍ୟ ଟ୍ରେନ୍ ରେ ସାଙ୍ଗରେ ନିଆଯାଏ ।

Middle post content

ଟ୍ରେନରେ ପ୍ଲେଜର ବ୍ରିଗେଡ

କନଷ୍ଟାଣ୍ଟାଇନଙ୍କ ପୁସ୍ତକ ଅନୁଯାୟୀ, ଟ୍ରେନରେ ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ଯୁବ ଚିୟାରଲିଡର ଅଛନ୍ତି । କିମ୍ ଜଙ୍ଗ ସେମାନଙ୍କୁ ମହିଳା କଣ୍ଡକ୍ଟର ଭାବରେ ଉପସ୍ଥାପିତ କରନ୍ତି । ଏମାନଙ୍କୁ ପ୍ଲେଜର୍ ବ୍ରିଗେଡ୍ ମଧ୍ୟ କୁହାଯାଏ । ଏଥିପାଇଁ ସମଗ୍ର ଉତ୍ତର କୋରିଆରୁ ସୁନ୍ଦରୀ ଝିଅମାନଙ୍କୁ ଚୟନ କରାଯାଏ ।ପ୍ଲେଜର ବିଗ୍ରେଡର ସାମିଲ ହେବାର ସର୍ତ୍ତ ହେଉଛି ଯେ ଏହି ଝିଅମାନେ କୁମାରୀ ହୋଇଥିବେ ।ବିଗ୍ରେଡରେ ସାମିଲ ହେବା ପୂର୍ବରୁ ସେକ୍ସ କରିନଥିବେ । ଡାକ୍ତରଙ୍କ ଏକ ଟିମ୍ ଏଥିପାଇଁ ଆବେଦନ କରିଥିବା ଝିଅମାନଙ୍କ ସତୀତ୍ୱ ମଧ୍ୟ ଯାଞ୍ଚ କରନ୍ତି । ଏହି ଟ୍ରେନରେ ପ୍ଲେଜର ବ୍ରିଗେଡରେ କାମ କରୁଥିବା କୁମାରୀ ଝିଅମାନଙ୍କୁ ମୋଟା ଦରମା ଦିଆଯାଏ । ୨୦୧୫ ମସିହାରେ ଉତ୍ତର କୋରିଆରେ ଲମ୍ବା, ପତଳା ଓ ସୁନ୍ଦର ଝିଅ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା । ସେମାନଙ୍କ କାମ ହେଉଛି ଟ୍ରେନ୍ ରେ କିମ୍ ଜଙ୍ଗ୍ ଉନ୍ ଙ୍କୁ ଯୌନସୁଖ ପ୍ରଦାନ କରିବା । ସେମାନଙ୍କୁ ମାସିକ ୩୦୦ ଡଲାରରୁ ଅଧିକ ଦରମା ଦିଆଯାଉଛି । ସେହିପରି ପାଶ୍ଚାତ୍ୟ ଗଣମାଧ୍ୟମ ଦୃଷ୍ଟିରେ ଏମାନେ ହେଉଛନ୍ତି କିମ୍ ଜଙ୍ଗ୍ ଉନ୍ ଙ୍କ ଯୌନ ଦାସୀ ବା ସେକ୍ସ ସ୍ଲେଭ୍ ।

ଟ୍ରେନର ବେଗ କମ,କିନ୍ତୁ ସୁରକ୍ଷା ମଜବୁତ

ଏହି ଟ୍ରେନର ବେଗ ବହୁତ କମ୍ । ଏହି ଟ୍ରେନ୍ ଘଣ୍ଟାପ୍ରତି ୪୦-୫୦ କିଲୋମିଟରରୁ ଅଧିକ ବେଗରେ ଗତି କରେ ନାହିଁ । ତେବେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର ରହିଛି । ଧୀର ଗତି ପାଇଁ ଟ୍ରେନର ଅତ୍ୟଧିକ ଓଜନ ଦାୟୀ ବୋଲି ବିଶ୍ୱାସ କରାଯାଏ । ଟ୍ରେନ୍ ରେ ରଖାଯାଇଥିବା ଅତିରିକ୍ତ ଅସ୍ତ୍ରଶସ୍ତ୍ର ଯୋଗୁଁ ଏହି ଅତିରିକ୍ତ ଓଜନ ହୋଇଥାଏ । କିମ୍ ଜଙ୍ଗ୍ ଉନ୍ ଙ୍କ ଆବାସିକ ଏବଂ ସରକାରୀ କାର୍ଯ୍ୟ ପାଇଁ ବ୍ୟବହୃତ କୋଚ୍ ଗୁଡ଼ିକରେ ଅତିରିକ୍ତ ସାଂଜୁଆ ଚାଦର ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଯେକୌଣସି ବିପଦର ମୁକାବିଲା ପାଇଁ ପ୍ରାୟ ୧୦୦ ଜଣ ସୁରକ୍ଷା ଏଜେଣ୍ଟଙ୍କୁ ଆଗୁଆ ସମସ୍ତ ଷ୍ଟେସନକୁ ପଠାଯାଏ । କେବଳ ଏତିକି ନୁହେଁ, ଏହି ଟ୍ରେନକୁ ନ ଅଟକାଇ ଯାତ୍ରା ଶେଷ କରିବା ପାଇଁ ଅନ୍ୟ ଟ୍ରେନକୁ ଅଟକାଇ ଦିଆଯାଏ । ଏହି ଟ୍ରେନ୍ ସହିତ ବାୟୁସେନା ପରିବହନ ବିମାନ ଏବଂ ଏମଆଇ-୧୭ ହେଲିକପ୍ଟର ମଧ୍ୟ ଯାତ୍ରା କରନ୍ତି । ଟ୍ରେନ ୍ ପାଖରେ କିମ୍ବା ପଛରେ ୩ଟି ହାଇସିକ୍ୟୁରିଟି ଟ୍ରେନ୍ ମଧ୍‌ଯ ଯାତ୍ରା କରିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami