ଲିପ୍‌ଷ୍ଟିକ୍‌, ବିନ୍ଦି ବିକି ଘର ଚଳାଉଥିଲେ ଅର୍ଶଦ

Above Post Content

ମୁମ୍ବାଇ: ଦିନ ଥିଲା ଲିପ୍‌ଷ୍ଟିକ୍ ଓ ବିନ୍ଦି ବିକ୍ରି କରି ଘର ଚଳାଉଥିଲେ । ଏକ ଛୋଟ ଭଡ଼ା ଘରେ ବି ରହୁଥିଲେ । କିନ୍ତୁ ଏବେ ସେ କୋଟି କୋଟି ସମ୍ପତ୍ତିର ମାଲିକ । ତାଙ୍କ ପାଖରେ ଅଛି ବିଳାସପୂର୍ଣ୍ଣ କାର,ବଙ୍ଗଳା । ସେ ବ୍ୟକ୍ତି ଜଣକ ହେଉଛନ୍ତି ବଲିଉଡର ଅନ୍ୟତମ ଲୋକପ୍ରିୟ ତଥା ଦକ୍ଷ ଅଭିନେତା ଅର୍ଶଦ ୱାରିସ୍ । ତାଙ୍କର ଏହି ସଫଳତା ପଛରେ ବଚ୍ଚନ ପରିବାରର ବଡ଼ ଅବଦାନ ଥିବା ସେ କୁହନ୍ତି । ନିଜର ଚିତାକର୍ଷକ ଅଭିନୟ ପାଇଁ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଅର୍ଶଦ ।

ରାସ୍ତାକଡ଼ରେ ଆଶ୍ରୟ ନେଇଥିଲେ ଅର୍ଶଦ

After 2nd paragraph post ads
Middle post content

୧୯୬୮ ମସିହାରେ ମହାରାଷ୍ଟ୍ରର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅର୍ଶଦ । ଛୋଟ ଥିବା ବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ତାଙ୍କ ମା ମଧ୍ୟ ତାଙ୍କୁ ସବୁଦିନ ପାଇଁ ଛାଡି ଚାଲି ଯାଇଥିଲେ । ଖୁବ୍ ଅଳ୍ପ ବୟସରେ ଅନାଥ ହୋଇଯାଇଥିଲେ । ପିତାମାତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଚ୍ଛିନ୍ନ ହୋଇଗଲେ । ପରିସ୍ଥିତି ଏପରି ଥିଲା ଯେ ଘର ମାଲିକ ତାଙ୍କୁ ବାହାର କରିଦେଲେ । ସେ ଓ ତାଙ୍କ ବଡ଼ ଭାଇ ରାସ୍ତାକଡ଼ରେ ଆଶ୍ରୟ ନେଇଥିଲେ । ଅର୍ଥ ଅଭାବରୁ ଦଶମ ପରେ ତାଙ୍କୁ ପାଠରେ ଡ଼ୋରି ଲଗାଇବାକୁ ପଡ଼ିଥିଲା । ପରେ ବହୁ କଷ୍ଟରେ ସେ ଓ ତାଙ୍କ ଭାଇ ଏକ ଛୋଟ ଘର ଭଡ଼ା ନେଇ ରହିଲେ । ପାଖରେ ପଇସା ନ ଥିବାରୁ ଅନେକ ଦିନ ଉପବାସରେ କଟୁଥିଲା ।

ସଫଳତା ପଛରେ ବଚ୍ଚନ ପରିବାରର ବଡ଼ ଅବଦାନ

ନିଜ ଜୀବନ ବଞ୍ଚାଇବାକୁ ଯାଇ ଅର୍ଶଦ ଏକ କସମେଟିକ୍ କମ୍ପାନୀରେ ବୁଲା ବିକାଳି ଭାବରେ କାମ କରିବା ଆରମ୍ଭ କଲେ । ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା । ଘର ଘର ବୁଲି ଲିପଷ୍ଟିକ୍‌, ନେଲପଲିସ୍‌, ବିନ୍ଦି,ଚୁଡ଼ି ବିକ୍ରି କରୁଥିଲେ । ଏହା ସହିତ ଅର୍ଶଦ ଏକ ଫଟୋ ଲ୍ୟାବରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ । ଡ଼୍ୟାନ୍ସ ପ୍ରତି ରୁଚି ଥିବାରୁ ସେ ଆକବର ସାମିଙ୍କ ଡ୍ୟାନ୍ସ ଗ୍ରୁପରେ ଯୋଗ ଦେଇଥିଲେ । ୧୯୯୩ ମସିହାରେ ‘ରୁପ୍ କି ରାନୀ ଚୋରୋଁ କା ରାଜା’ର ଟାଇଟଲ୍ ଟ୍ରାକ୍ କୋରିଓଗ୍ରାଫ୍ କରିବାର ସୁଯୋଗ ପାଇଲେ । ଏହା ବ୍ୟତୀତ ୧୯୮୭ ମସିହାରେ ‘ଠିକାନା’ ଏବଂ ‘କାଶ’ ଭଳି ଚଳଚ୍ଚିତ୍ରରେ ମହେଶ ଭଟ୍ଟଙ୍କ ସହକାରୀ ଭାବରେ କାର୍ଯ୍ୟ କଲେ । ଏହି ସମୟରେ ତାଙ୍କ ଉପରେ ଜୟା ବଚ୍ଚନଙ୍କ ନଜର ପଡ଼ିଥିଲା । ସେ ତାଙ୍କୁ ୧୯୯୬ ମସିହାରେ ‘ତେରେ ମେରେ ସପ୍ନେ’ ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ କାମ କରିବାକୁ ସୁଯୋଗ ଦେଲେ । ଏହି ଚଳଚ୍ଚିତ୍ର ଅମିତାଭ ବଚ୍ଚନଙ୍କ ପ୍ରଡକ୍ସନ୍ ହାଉସର ବ୍ୟାନରରେ ନିର୍ମିତ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସଫଳ ମଧ୍ୟ ହେଲା । ସେବେଠାରୁ ଧୀରେ ଧୀରେ ବଦଳିଗଲା ଅର୍ଶଦଙ୍କ ଜୀବନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami