ବିବାହ ପରେ ମତଦାନ କେନ୍ଦ୍ରକୁ ଗଲେ ନବଦମ୍ପତି

Above Post Content

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଶୁକ୍ରବାର ସକାଳ ହେବା ମାତ୍ରେ ହଜାର ହଜାର ଲୋକ ବୁଥରେ ପହଞ୍ଚି ଯାଇଥିଲେ । ହେଲେ ଭୋଟ କେନ୍ଦ୍ରରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ ଥିଲେ ଅନେକ ବରକନ୍ୟା ବେଶରେ ଦମ୍ପତି । ସେମାନଙ୍କ କହିବା କଥା ବିବାହ ଏବଂ ବିଦାୟ ସବୁ ପରେ, ପ୍ରଥମେ ନିଜର ମତଦାନ ସାବସ୍ତ୍ୟ କରିବା ।

Middle post content

ବରକନ୍ୟା ବେଶରେ ବୁଥ୍‌ରେ ପହଞ୍ଚିଥିଲେ ନବଦମ୍ପତି

After 2nd paragraph post ads

ଜିଭେନ୍ଦ୍ର ସିଂ ଚାନ୍ଦେଲ ଏବଂ ପ୍ରତୀମା ସିଂ । ବିବାହ ପରେ ସେମାନେ ସିଧା ୨୩୮ନମ୍ବର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ ଭୋଟ୍ ଦେଇ ଆମେ ଆମର କର୍ତ୍ତବ୍ୟ ପାଳନ କରିଛୁ । ଆଉ ଲୋକଙ୍କୁ ନିବେଦନ କରିଥିଲେ ନିଜର ସମସ୍ତ କାର୍ଯ୍ୟ ଛାଡି ଭୋଟ୍ ଦେବା ଉଚିତ୍ । ସେହିଭଳି ଆଶାରାନୀ ସିଙ୍ଗୋରାଇ ବିଦାୟ ପୂର୍ବରୁ ଭୋଟ ଦେଇଥିଲେ । ସେ କନ୍ୟା ବେଶରେ ନାରାୟଣଗଞ୍ଜ ଗ୍ରାମ ମେଲିର ୧୧୨ ନମ୍ବର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଥିଲେ । ସେ ତାଙ୍କର ଦାୟିତ୍ୱ ପୂରଣ କରିଥିବା କହିଛନ୍ତି । ଅନ୍ୟପଟେ ବିବାହ ପରେ ଶାଶୁ ଘରକୁ ଯିବା ପୂର୍ବରୁ ରୁବର ଭୋଟ୍ ଦେଇଥିଲେ । ପୂଜା ମେହେରା ବିଦାୟୀ ନେବା ପୂର୍ବରୁ ମତଦାନ ବୁଥରେ ପହଞ୍ଚିଥିଲେ । ତାଙ୍କ ବର ଯୋଗେଶ ମଧ୍ୟ ତାଙ୍କ ସହିତ ଆସିଥିଲେ । ପୂଜା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେମାନେ ପ୍ରଥମେ ଭୋଟ୍ ଦେବେ ଏବଂ ପରେ ଘରକୁ ଯିବେ । ଏହା ପରେ ଯୋଗେଶ ତାଙ୍କୁ ମତଦାନ କେନ୍ଦ୍ରକୁ ନେଇଥିଲେ । ସେଓନିରେ ମଧ୍ୟ ଦୁଇଜଣ ନବ ବିବାହିତ ଦମ୍ପତି ଭୋଟ୍ ଦେଇ ସେମାନଙ୍କର ଦାମ୍ପତ୍ୟ ଜୀବନର ପ୍ରଥମ ଦିନ ଆରମ୍ଭ କରିଥିଲେ । ବର ଏବଂ କନ୍ୟା ସେମାନଙ୍କ ବିବାହ ପୋଷାକରେ ମତଦାନ କେନ୍ଦ୍ରରେ ପହଞ୍ଚିି ଭୋଟ୍ ଦେଇଥିଲେ । ଭୋଟ୍ ଦେବା ପରେ ଏହି ଦମ୍ପତିମାନେ ଅଞ୍ଚଳର ସମସ୍ତ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ଦେଶର ବିକାଶ ପାଇଁ ଭୋଟ୍ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami