ରାଲିରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା

Above Post Content

ଭୁବନେଶ୍ୱର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଜଣେ ଶିକ୍ଷିତ ମହିଳା ହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନ ଉଲ୍ଲଘଂନ କରୁଛନ୍ତି । ଯାହାକୁ ନେଇ ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ ।

ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲା ବିଜେଡ଼ି

After 2nd paragraph post ads
Middle post content

ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି । ଢୁ ଢୁ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜୁ ଜନତା ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ମାନୁନାହାନ୍ତି ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ରାଲି, ସଭା ଓ ଶୋଭାଯାତ୍ରାରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି । ତାଙ୍କ ବେକରେ ବିଜେପିର ଉତ୍ତରୀୟ ପକାଉଥିବା ଅଭିଯୋଗ କରିଛି ବିଜେଡି । ଏଭଳି କରି ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ଉଲ୍ଲଂଘନ କରୁଛନ୍ତି ଅପରାଜିତା ।

ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ସ୍ୱୟଂ ପ୍ରକାଶ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ବିଜେପି ନିଜର କର୍ମୀ ସୃଷ୍ଟି କରିପାରୁନି । ସେଥିପାଇଁ କୋମଳମତି ଶିଶୁଙ୍କୁ ରାଲି ଓ ଶୋଭାଯାତ୍ରାରେ ସାମିଲ କରିବା ସହ ସେମାନଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଉଥିବା କହିଛି ବିଜେଡି । କିନ୍ତୁ ଏହା ଆଦୌ ଗ୍ରହଣୀୟ ନୁହେଁ । ଏହା ପ୍ରଥମ ଥର ନୁହେଁ ଯେ ଅପରାଜିତା ନିଜ ପ୍ରଚାରରେ ଛୋଟ ଛୁଆଁଙ୍କୁ ବ୍ୟବହାର କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଛୋଟପିଲାଙ୍କୁ ନିଜ ପ୍ରଚାରରେ ସାମିଲ କରିଥିଲେ । ଯାହାକୁ ନେଇ ଅଭିଯୋଗ କରାଯାଇଥିଲା । କିନ୍ତୁ ଏବେ ପୁଣି ଥରେ ସେ ସମାନ ଭୁଲ କରିଛନ୍ତି । ଯାହାକୁ ନେଇ ଅପରାଜିତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଦାବି କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami