ଏନଏଚ-୫୫ ଶୋଚନୀୟ ଯୋଗୁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ସୁବିଧା

Above Post Content

ଭୁବନେଶ୍ୱର: ଏନଏଚ-୫୫ର ଅବ୍ୟବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା । ସାରା ରାଜ୍ୟ ଲକ୍ଷ୍ମୀ ବସର ସୁଫଳ ପାଉଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଏହି ସେବାରୁ ବଞ୍ଚିତ ହେଉଛନ୍ତି । ଅତ୍ୟାଧୁନିକ ଏସି ବିଶିଷ୍ଟ ଲକ୍ଷ୍ମୀ ବସରେ ବି ଆରାମଦାୟକ ଯାତ୍ରା କରିପାରୁନାହାନ୍ତି ଲୋକେ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ବିଭିନ୍ନ ଜିଲାରେ ଚାଲୁଛି ୧୬୦୦ରୁ ଅଧିକ ବସ

After 2nd paragraph post ads
Middle post content

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲାକୁ ସଂଯୋଗ କରିବାରେ ଭାରତର ସବୁଠୁ ଭଲ ଯୋଜନା ହେଉଛି ଲକ୍ଷ୍ମୀ । ଲକ୍ଷ୍ମୀ ବସ ଦ୍ୱାରା ରାଜ୍ୟର ଶତପ୍ରତିଶତ ଗାଁ ଉପକୃତ ହୋଇଛି । ଏହି ଯୋଜନାରେ ୧୬୦୦ରୁ ଅଧିକ ବସ ଚାଲୁଛି । ୧୨୨ଟି ଜଗନ୍ନାଥ ଏକ୍ସପ୍ରେସ ଶ୍ରୀକ୍ଷେତ୍ରକୁ ଯାଉଛି । ୬୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଯୋଡ଼ିହେବା ସହ ୩୨ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସାରା ଓଡ଼ିଶାରେ ଗାଁ ଗୁଡ଼ିକରେ ୯ ହଜାରରୁ ଅଧିକ ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ଗଡ଼ିବା ଫଳରେ ମାଆ, ବରିଷ୍ଠ ନାଗରିକ ଅତି ସହଜରେ ଯାଆସ କରିପାରୁଛନ୍ତି । ମହିଳା, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗମାନେ ମାତ୍ର ୫ ଟଙ୍କାରେ ଯାତାୟାତ କରୁଛନ୍ତି । ଜଗନ୍ନାଥ ଏକ୍ସପ୍ରେସ ବସରେ ବି ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦିଆଯାଉଛି ।

ଶୋଚନୀୟ ରାସ୍ତା ଯୋଗୁ ଲୋକେ ଭୋଗୁଛନ୍ତି ଅସୁବିଧା

୫୫ ନମ୍ବର ଜାତୀୟ ରାଜପଥରେ ଯିବା ସମୟରେ ଲୋକମାନେ ଅସୁବିଧା ଭୋଗୁଛନ୍ତି । ଭଲ ବସ ହୋଇଥିଲେ ବି ଶୋଚନୀୟ ରାସ୍ତା ଯୋଗୁ ଆରାମଦାୟକ ଯାତ୍ରା ସମ୍ଭବ ହୋଇପାରୁନି । ସବୁବେଳେ ଦୁର୍ଘଟଣା ଭୟ ମଧ୍ୟ ଲାଗି ରହୁଛି । ଏସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ବିଫଳତା ଯୋଗୁ ହେଉଛି ବୋଲି କହି ସମାଲୋଚନା କରିଛନ୍ତି ସସ୍ମିତ । ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତାକାମ କରିପାରିନାହାନ୍ତି ଧର୍ମେନ୍ଦ୍ର । ତାଙ୍କ ଉପେକ୍ଷା କାରଣରୁ ଲୋକମାନେ ଆଜି ସମସ୍ୟା ଭୋଗୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami