ଦେବଗଡରେ ପ୍ରଣବ ପ୍ରକାଶ

Above Post Content

ଦେବଗଡ଼: ସମ୍ବଲପୁରରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ପ୍ରଣବ ପ୍ରକାଶ ଦାସ ଏଠାରୁ ବିଜେଡିର ସାଂସଦ ପ୍ରାର୍ଥୀ ହେବା ପରେ ଏହି ଆସନ ଉପରେ ଏବେ ସମଗ୍ର ରାଜ୍ୟର ନଜର ରହିଛି । ଏବେ ତାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ପଶ୍ଚିମ ଓଡ଼ିଶାର ବିକାଶ । ଜିଲ୍ଲାବାସୀଙ୍କୁ ବହୁବର୍ଷ ହେଲା ଭୁଆ ବୁଲାଇ ଚାଲିଛନ୍ତି । ବିକାଶ କଥା କେହି ନାଁ ଧରୁ ନାହାନ୍ତି । ନେତାଙ୍କ ବାଟରେ ନେତା ଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ବାରମ୍ବାର ଅବହେଳାର ଶିକାର ହୋଇଛି ଦେବଗଡ଼ । ଏହାର କଡ଼ା ଜବାବ ଦିଆଯିବା ଦରକାର । ବିକାଶରେ ସାମିଲ ହେବା ପାଇଁ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲାଗି ଦେବଗଡ଼ରେ ଆୟୋଜିତ ବିଜେଡିର ବିଶାଳ କର୍ମୀ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି ।

Middle post content

ନିଜ ଅଞ୍ଚଳକୁ ନିଜେ ଭୁଲିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ

After 2nd paragraph post ads

ଦେବଗଡ଼ରେ ଜୋରସୋରରେ ପଚାର ଚଳାଇଛନ୍ତି ପ୍ରଣବ ପ୍ରକାଶ । ଏହି ନିର୍ବାଚନୀ ସଭାରେ ପ୍ରଣବ ପଶ୍ଚିମ ଓଡ଼ିଶାର ବିକାଶର କଥାକୁ ଦୋହରାଇଛନ୍ତି । ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଗୌତମବୁଦ୍ଧ ଦାସ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏନଏଚ-୫୫ କାମ ସାରିବାରେ ଅକ୍ଷମ । ନିଜ ଅଞ୍ଚଳକୁ ନିଜେ ଭୁଲିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ମିଳନୀରେ ଦେବଗଡ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ କହିଛନ୍ତି, ଦେବଗଡ଼ ଜିଲ୍ଲା ଲାଗି ବିଜୁ ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ । ପଶ୍ଚିମ ଓଡ଼ିଶାର ବିକାଶ ଲାଗି ପ୍ରଣବ ପ୍ରକାଶ ଦାସ ପ୍ରତିଶୃତିବଦ୍ଧ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami