ମନ୍ମଥଙ୍କ ବିଜୟ ନିଶ୍ଚିତ, ଏପରି କହିଲେ ବାପା ସୁର ରାଉତରାୟ

Above Post Content

ଭୁବନେଶ୍ୱର: ଓଡ଼ିଶାରେ ଆଜି ଯେଉଁ ବିକାଶ ହୋଇଛି, ଓଡ଼ିଶାକୁ ଯେଉଁ ସମ୍ମାନ ମିଳୁଛି; ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ତାଙ୍କ ନେତୃତ୍ୱରେ ମୋ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛି । ମନ୍ମଥ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ । ମନ୍ମଥ ରାଉତରାୟକୁ ଲୋକେ ଭୁବନେଶ୍ୱର ସାଂସଦ କହିବା ଆରମ୍ଭ କରି ଦେଲେଣି । ନିର୍ବାଚନ ଫଳାଫଳ ଘୋଷଣା ପରେ ସବୁ ସ୍ପଷ୍ଟ ହୋଇଯିବ । ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ସୁର ରାଉତରାୟ ।

ମନ୍ମଥଙ୍କ ବିଜୟକୁ କେହି ରୋକିପାରିବେନି

After 2nd paragraph post ads
Middle post content

ସୁର କହିଛନ୍ତି ଯେ, ଅପରାଜିତା ଭୁବନେଶ୍ୱରର ସାଂସଦ ଅଛନ୍ତି ସତ; କିନ୍ତୁ ଏଥର ବିଜେଡି ଆଗରେ ତାଙ୍କର ପ୍ରଭାବ ସମ୍ପୂର୍ଣ୍ଣ ଫିକା । ମନ୍ମଥକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଚୟନ କରିଛନ୍ତି । ମନ୍ମଥ ଯେଉଁ ଆଡ଼େ ଯାଉଛନ୍ତି ସବୁଠି ତାଙ୍କୁ ବିପୁଳ ଜନସମର୍ଥନ ମିଳୁଛି । ମନ୍ମଥ ନିର୍ବାଚନରେ ଲଢ଼ିବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ । ଲୋକେ ଏଥର ବିଜେଡିକୁ ଭୋଟ ଦେବେ ବୋଲି ମନସ୍ଥ କରି ସାରିଛନ୍ତି । ସମସ୍ତେ କହୁଛନ୍ତି ଆମ ପୁଅ ଏଥର ସାଂସଦ ହେବ । ତେଣୁ ମନ୍ମଥର ବିଜୟକୁ କେହି ରୋକିପାରିବେ ନାହିଁ । ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଯାହା ସବୁ ବିକାଶ ହୋଇଛି ତାହା ନବୀନ ପଟ୍ଟନାୟକ କରିଛନ୍ତି । ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟାଳୟ, ସ୍ୱାସ୍ଥ୍ୟ, ଶିକ୍ଷା ସବୁଠି ନବୀନ ବାବୁଙ୍କ ସଫଳତାର ସ୍ୱାକ୍ଷର ରହିଛି । ଓଡ଼ିଶାରେ ଯେଉଁ ରୂପାନ୍ତରଣ ହୋଇଛି ତାହା ସମସ୍ତଙ୍କୁ କିମିଆ କରିଛି । ତେଣୁ ବିପୁଳ ସଂଖ୍ୟାରେ ଜନତା ବିଜୁ ଜନତା ଦଳକୁ ସମର୍ଥନ ଦେବେ ବୋଲି ସେ କହିଛନ୍ତି ।

କଂଗ୍ରେସ ସହ ବିଜେପି ଭୋଟ ବି ଏଥର ମନ୍ମଥ ଖାତାକୁ ଯିବ

ଶ୍ରୀ ରାଉତରାୟ ଆହୁରି କହିଛନ୍ତି, ଏତେ ଦିନ ଧରି ମୁଁ କଂଗ୍ରେସ୍‌ରେ ରହି କାମ କଲି; କିନ୍ତୁ ମୋତେ ଯେପରି ଭାବେ ଦଳରୁ ବାହାର କରାଗଲା ତାହା ଠିକ୍ ନୁହେଁ । ମୋ ପୁଅ ସପକ୍ଷରେ ପ୍ରଚାର ପାଇଁ ମୁଁ ଏବେ ସମ୍ପୂର୍ଣ୍ଣ ମୁକ୍ତ । ଦୀର୍ଘ ବର୍ଷ ଧରି ମୁଁ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଏବଂ ଆଖପାଖ ଅଞ୍ଚଳରେ କାମ କରିଛି । ଲୋକଙ୍କ ସହିତ ମିଶି ଆସୁଛି, ସେମାନଙ୍କ ସୁଖ ଦୁଃଖରେ ଛିଡ଼ା ହୋଇଛି । ସେହିମାନଙ୍କ ପାଖକୁ ଏବେ ମୋ ପୁଅ ପାଇଁ ଭୋଟ ମାଗିବାକୁ ଯାଉଛି ଆଉ ଲୋକେ ମନ୍ମଥକୁ ନିଶ୍ଚୟ ଆଶୀର୍ବାଦ କରିବେ । କଂଗ୍ରେସ ସହ ବିଜେପି ଭୋଟ ବି ଏଥର ମନ୍ମଥ ଖାତାକୁ ଯିବ । ତା’ର ବିଜୟକୁ କେହି ରୋକିପାରିବେ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami