ବଡ଼ଚଣାରୁ ନିର୍ବାଚନ ଲଢ଼ିବେ ବର୍ଷା

Above Post Content

ଭୁବନେଶ୍ୱର : ଯାଜପୁର ଜିଲା ବଡ଼ଚଣାରୁ ନିର୍ବାଚନ ଲଢିବେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବିଜେଡ଼ି ତାଙ୍କୁ ପ୍ରାର୍ଥୀ କରିଛି । ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ନିକଟରେ ବିଜେଡିରେ ଯୋଗ ଦେଇଥିବା ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଦଳ ପ୍ରାର୍ଥୀ କରିଛି । ସେ ଯାଜପୁର ଜିଲା ବଡ଼ଚଣା ଆସନରୁ ଟିକେଟ ପାଇଛନ୍ତି । ବଡ଼ଚଣା ଆସନ ଲାଗି ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ ଟିକେଟ ଆଶାୟୀ ଥିଲେ । ହେଲେ ତାଙ୍କ ଟିକେଟ କାଟି ବିଜେଡି ଅଭିନେତ୍ରୀ ବର୍ଷାଙ୍କୁ ପ୍ରାର୍ଥୀ କରିଛି ।

ନବୀନ ପଟ୍ଟନାୟକଙ୍କ ଜଣେ ବଡ ସମର୍ଥକ ଥିଲେ ବର୍ଷା

After 2nd paragraph post ads
Middle post content

ଗତ ଗୁରୁବାର ବିଜେଡ଼ିରେ ସାମିଲ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ଶଙ୍ଖ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେଇଥିଲେ । ବିଜେଡି ଏମ୍‌ପି ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବର୍ଷା ବିଜେଡିର ଷ୍ଟାର କ୍ୟାମ୍ପନର ଥିଲେ ବର୍ଷା । ଯଦିଓ ସେ ଦଳରେ ଯୋଗ ଦେଇ ନ ଥିଲେ କିନ୍ତୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ ବଡ ସମର୍ଥକ ଭାବେ ଜଣାଶୁଣା ।

ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି

ବର୍ଷାଙ୍କ ବ୍ୟତିତ ରଘୁନାଥ ସାହୁଙ୍କୁ ଚିଲିକା ଟିକେଟ ମିଳିଛି । ସେହିଭଳି ଅଭିମନ୍ୟୁ ସେଠୀଙ୍କୁ ଆନନ୍ଦପୁରରୁ ପ୍ରାର୍ଥୀ କରାଯାଇଛି । କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରାଙ୍କ ଉପରେ ଦଳ ଆଶା ପ୍ରକାଶ କରିଥିବା ବେଳେ ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ସାରସକଣାରୁ ଦେବାଶିଷ ମାରାଣ୍ଡି, ରେମୁଣାରୁ ବିଦ୍ୟାସ୍ମତର ମହାଳିକ, ସିମୁଳିଆରୁ ସୁଭାଷିନୀ ସାହୁ ଏବଂ କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ ଟିକେଟ ପାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami