ଦକ୍ଷିଣ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର

Above Post Content

ଭୁବନେଶ୍ୱର : ବିଜେଡିର ମିଶନ ଦକ୍ଷିଣ ଓଡ଼ିଶା । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ୟରୁ ୩ଟି ଲୋକସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ । କୋରାପୁଟ ଲୋକସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।

Middle post content

ବିଶାଳ ଜନସଭାରେ ଉଦ୍‌ବୋଧନ ଦେବେ

After 2nd paragraph post ads

ପ୍ରଥମେ ସକାଳ ୧୦ଟାରେ କୋରାପୁଟରେ ପହଞ୍ଚି ବିଶାଳ ଜନସଭାକୁ ଉଦବୋଧନ କରିଥିଲେ ନବୀନ । ଏହାପରେ ନବରଙ୍ଗପୁରରେ ପହଞ୍ଚି ପ୍ରଚାର କରିଥିଲେ । ସେଠାରୁ ରାୟଗଡ଼ା ଯାଇ ୩ଟା ୪୦ରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଶେଷରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ବିଶାଳ ଜନସଭାକୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ସହ ୫ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami