ହିଂସ୍ର ଜନ୍ତୁଙ୍କ ମଝିରେ ପଶି ଖାଦ୍ୟ ଦେଉଛନ୍ତି ଯୁବକ

Above Post Content

ଆଜିକାଲି ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ସେଥିରୁ କେତେକ ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏଥିରେ ୨ ଜଣ ଯୁବକଙ୍କୁ ହିଂସ୍ର ଜନ୍ତୁଙ୍କ ମଝିରେ ପଶି ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ମନରେ ନାହିଁ ଭୟ

After 2nd paragraph post ads
Middle post content

ଦୁନିଆର ସବୁ ହିଂସ୍ର ଜନ୍ତୁଙ୍କ ମଧ୍ୟରେ ବାଘ ଅନ୍ୟତମ । ଲୋକେ ବାଘକୁ ଦେଖିଲେ ଭୟ କରିଥାନ୍ତି । ସେଥିଲାଗି ବାଘ ପାଖକୁ ଯିବା ତ ଦୂରର କଥା । ଦୂରରେ ରହି ବାଘର ମଜା ନେଇଥାନ୍ତିି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଯୁବକ ଦୁଇଜଣ ଯୁବକ ବାଘଙ୍କ ମେଳରେ ଥିଲେ ବି ସେମାନଙ୍କ ମୁହଁରେ ଭୟର କୌଣସି ଚିହ୍ନ ଦେଖାଯାଉନାହିଁ । ତେବେ ଜୀବନ ସମସ୍ତଙ୍କୁ ପସନ୍ଦ । ନିଜ ଜୀବନକୁ ବିପଦରେ ପକାଇ ଏଭଳି କାର୍ଯ୍ୟ କରିବାକୁ ପସନ୍ଦ ନ ଥିଲେ ମଧ୍ୟ ଏହିପରି କିଛିକାର୍ଯ୍ୟ ଅନେକ ସମୟରେ ଲୋକେ କରିଥାନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇଜଣ ଲୋକ ଏକାଧିକ ଚିତାବାଘକୁ ଏକାଠି ଖାଇବାକୁ ଦେଉଛନ୍ତି । ଭିଡିଓରୁ ଜଣାପଡ଼ୁଛି ସେମାନେ ଏକ ଜାତୀୟ ଉଦ୍ୟାନର କର୍ମଚାରୀ । ହେଲେ ଏହି ଦୁଇ ଜଣ ଯୁବକଙ୍କ ମନରେ କୌଣସି ଭୟ ନାହିଁ । ସେମାନେ ଖୁଲମଖୁଲା ଚିତା ବାଘ ପାଖକୁ ଯାଇ ଖାଦ୍ୟ ଦେଉଛନ୍ତି । ଏହି ଭିଡ଼ିଓଙ୍କୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଏପରି ହିଂସ୍ର ଜନ୍ତୁଙ୍କ ନିକଟତର ନ ହେବାକୁ ପରାମର୍ଶ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami