ଗାଈକୁ ବାଇକ୍‌ରେ ବସାଇ ବୁଲି ବାହାରିଛନ୍ତି ଯୁବକ

Above Post Content

ଆଜିକାଲିର ସମୟରେ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଅଜବ ଭିଡିଓ ଭାଇରାଲ ହେଉଥାଏ । ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛିକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ସେମିତ୍‌ି ଏକ ଅବିଶ୍ୱାସନୀୟ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଭିଡିଓରେ ଜଣେ ଯୁବକ ତାଙ୍କ ବାଇକ ଆଗରେ ବଡ଼ ଗାଈକୁ ବସାଇ ବେଶ ସହଜରେ ଯାଉଛନ୍ତି ।

Middle post content

ଲୋକଙ୍କ ଚକିତ କଲା ଭିଡ଼ିଓ

After 2nd paragraph post ads

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ବାଇକ୍‌ରେ ଯାଉଛନ୍ତି । ଆଗରେ ଛୋଟ ପିଲାଙ୍କ ପରି ଏକ ଗାଈକୁ ବସାଇଛନ୍ତି । ଯୁବକ ଜଣକ ବାଇକ୍‌ର ପଛ ସିଟ୍‌ରେ ବସି ଆରାମରେ ଚଲାଉଛନ୍ତି । ଗାଈଟି ବି ବେଶ ଆରାମରେ ବସିଛି । ଲାଗୁଛି ଯେଭଳି ସେ ନିଜେ ବାଇକ୍ ଚଳାଉଛି । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଆଖି ଉପରେ ବିଶ୍ୱାସ ହେଉନାହିଁ । ସେହିଭଳି ଅନ୍ୟ ଜଣେ ହେ ପ୍ରଭୁ, ଏ କ’ଣ ହେଉଛି ବୋଲି ଲେଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami