ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦୀପାବଳି ପାଳିଲେ ବଲିଉଡର ୩ ଷ୍ଟାର

Above Post Content

ମୁମ୍ବାଇ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଦୀପାବଳି ପାଳିଲେ ବଲିଉଡ ୩ ଷ୍ଟାର । ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟର ଅନେକ ଲୋକ ଯୋଗ ଦେଇଥିବା ବେଳେ ବଲିଉଡ ଷ୍ଟାର ଅକ୍ଷୟ କୁମାର, ଟ୍ୱିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମର ଅନେକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

Middle post content

ଭାଇରାଲ ଫଟୋରେ ଦୀପାବଳି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର, ଟ୍ୱିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା, ଋଷି ସୁନକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଅକ୍ଷୟ କୁମାର ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଟ୍ୱିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା ସାଲୱାର ପିନ୍ଧିଥିବା ଦେଖିବାକୁ ମିଳିଛି । ଟ୍ୱିଙ୍କିଲ ଖାନ୍ନା ଧଳା ଓ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ପ୍ରୀତି ଜିଣ୍ଟା କଳା ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କିଛି ଫଟୋ ସେୟାର କରାଯାଇଛି, ଯେଉଁଥିରେ ସେ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକଙ୍କ ସହ ଦୀପାବଳି ପାଳନ କରୁଥିବାର ନଜର ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ଓ କଳାକାର ସାମିଲ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami