ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ କାହିଁକି ଘଟିଲା ସଂଘର୍ଷ

Above Post Content

ନୂଆଦିଲ୍ଲୀ: ଯୁଦ୍ଧମୁହାଁ ହୋଇଛନ୍ତି ଇସ୍ରାଏଲ୍‌-ପାଲେଷ୍ଟାଇନ । ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣର ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛି ଇସ୍ରାଏଲ । ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ୱ ରକେଟ୍ ମାଡ଼ରେ କମ୍ପି ଉଠିଥିଲା ଇସ୍ରାଏଲ୍ । ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲର ଫାଇଟର ଜେଟ୍ ଏବେ ଯୁଦ୍ଧ କ୍ଷେତ୍ରରେ ।

କାହିଁକି ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ

After 2nd paragraph post ads

ଇତିହାସ କୁହେ, ଏ ଦୁଇ ଦେଶ ପାରିମ୍ପରିକ ଶତ୍ରୁ । ତେବେ ଏହି ଦୁଇ ଦେଶ ମଧ୍ୟରେ କିଛି ମାସ ହେଲା ହିଂସା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଥିଲା । ଇତିମଧ୍ୟରେ ଶନିବାର ସକାଳ ସାଢେ ୬ଟାରେ ଇସ୍ରାଏଲ ଉପରେ ରକେଟ ବର୍ଷା ଆରମ୍ଭ ହୋଇ ଯାଇଥିଲା । ଏଥିରେ ୱେଷ୍ଟ ବ୍ୟାଙ୍କରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି । ୱେଷ୍ଟ ବ୍ୟାଙ୍କ ସେହି ସ୍ଥାନ ଯାହା ଉପରେ ୧୯୬୭ରେ ଆରବ-ଇସ୍ରାଏଲ ସଂଘର୍ଷ ପରେ ଇସ୍ରାଏଲ ଏହାକୁ ନିଜ କବଜାକୁ ନେଇଥିଲା ।

ଇସ୍ରାଇଲର ସମସ୍ତ ଅପରାଧକୁ ଶେଷ କରିଦେବୁ

Middle post content

ପାଲେଷ୍ଟାଇନ ଗ୍ରୁପ ହମାସ ପକ୍ଷରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ହମାସ ପକ୍ଷରୁ କୁହାଯାଇଛି, ଇସ୍ରାଏଲ ପକ୍ଷରୁ ଆତଙ୍କବାଦୀମାନେ ୫ ହଜାରରୁ ଅଧିକ ରକେଟ ପକାଇଛି । ହମାସର ସେନା ପକ୍ଷରୁ କୁହାଯାଇଛି, ‘ଆମେ ଇସ୍ରାଏଲର ସମସ୍ତ ଅପରାଧକୁ ଶେଷ କରିଦେବୁ । ଆମେ ଅପରେଶନ ଅଲ-ଅକ୍ସା ଫ୍ଲଡର ଘୋଷଣା କରିଛୁ । ଆମେ ୫ ହଜାରରୁ ଅଧିକ ରକେଟ ପକାଇଛୁ ।’ଯାହା ବି ହେଉ, ଇସ୍ରାଏଲ –ପାଲେଷ୍ଟାଇନ କାହାଣୀ ବହୁତ ପୁରୁଣା । ପ୍ରଥମ ବିଶ୍ୱଯୁଦ୍ଧରେ ଅଟୋମନ ସାମ୍ରାଜ୍ୟ ହାରିବା ପରେ ବ୍ରିଟେନ ପାଲେଷ୍ଟାଇନ ଉପରେ ନିୟନ୍ତ୍ରଣ ହାସଲ କରିଥିଲା । ପାଲେଷ୍ଟାଇନରେ ଇହୁଦୀ ଅଳ୍ପ ସଂଖ୍ୟକ ଥିଲେ ଏବଂ ଆରବ ବହୁସଂଖ୍ୟକ ଥିଲେ । ଅନ୍ତରାଷ୍ଟ୍ରୀୟ ରାଜ୍ୟ ସମୂହ ବ୍ରିଟେନକୁ ପାଲେଷ୍ଟାଇନରେ ଇହୁଦୀଙ୍କ ମାତୃଭୂମି କରିବା ଦାୟିତ୍ୱ ଦେଇଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଥିଲା ।

ପାଲେଷ୍ଟାଇନରେ ଇହୁଦୀ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି

ତେବେ ୧୯୨୦ ଏବଂ ୧୯୪୦ ଦଶକରେ ପାଲେଷ୍ଟାଇନରେ ଇହୁଦୀ ପ୍ରବାସୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଲା । ତେବେ ଇହୁଦୀ-ଆରବ ବିବାଦ ବଢିବା ଦ୍ୱାରା ବ୍ରିଟିଶ ଶାସନର କ୍ଷମତା ପ୍ରୟୋଗ ବି ବଢିଲା । ୧୯୪୭ରେ ଜାତିସଂଘ ପକ୍ଷରୁ ପାଲେଷ୍ଟାଇନକୁ ଦୁଇଟି ଅଲଗା ଅଲଗା ଇହୁଦି ଏବଂ ଆରବ ରାଷ୍ଟ୍ରରେ ବାଣ୍ଟିବା ପାଇଁ ଭୋଟିଂ କଲେ । ଏଥିରେ ଜେରୁଜେଲମକୁ ଅନ୍ତରାଷ୍ଟ୍ରୀୟ ପ୍ରଶାସନ ଅଧୀନରେ ରଖାଗଲା । ଏହାକୁ ଇହୁଦୀ ନେତୃତ୍ୱ ଗ୍ରହଣ କରିନେଲା । କିନ୍ତୁ ଆରବ ପକ୍ଷ ଏହାକୁ ଅସ୍ୱୀକାର କରିବା ସହ କାର୍ଯ୍ୟକାରୀ ହେବାକୁ ଦେଲା ନାହିଁ । ସଂଘର୍ଷକୁ ଶେଷ କରିବାରେ ବିଫଳ ହୋଇ ବ୍ରିଟିଶ ପ୍ରଶାସନ ଶେଷରେ ୧୯୪୮ରେ ଏଥିରୁ ଓହରିଗଲା । ଶେଷରେ ଇହୁଦି ନେତାମାନେ ଇଜ୍ରାଏଲ ସ୍ଥାପନ ପାଇଁ ଘୋଷଣା କଲେ । ଅନେକ ପାଲେଷ୍ଟାଇନ ନାଗରିକ ଏହାକୁ ବିରୋଧ କଲେ ଏବଂ ଯୁଦ୍ଧ ଘୋଷଣା କଲେ । ଅରବ ଦେଶ ମଧ୍ୟ ନିଜ ସୈନ୍ୟବଳ ସହ ହସ୍ତକ୍ଷେପ କଲା । ହଜାର ହଜାର ପାଲେଷ୍ଟାଇନ ନାଗରିକ ଦେଶ ଛାଡି ପଳାଇଗଲେ କିମ୍ବା ସେମାନଙ୍କୁ ଘରୁ ବାହାର କରି ଦିଆଗଲା ।

ସ୍ଥାପନା ହେଲା ଇସଲାମିକ ପ୍ରତିରୋଧ ଆନ୍ଦୋଳନ

ଗତ କିଛି ବର୍ଷ ମଧ୍ୟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଅନେକ ଝଗଡା ହୋଇଛି । ଅନେକ ମାମୁଲି ଏବଂ ଅନେକ ବିନାଶକାରୀ । ଏଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି । ୧୯୮୭ରେ ହରକତ-ଉଲ-ମୁକାବାମା ଅଲ-ଇସଲାମିୟା (ହମାସ) ଅର୍ଥାତ ଇସଲାମିକ ପ୍ରତିରୋଧ ଆନ୍ଦୋଳନର ସ୍ଥାପନା କରାଗଲା । ଆମେରିକା ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ୨୦୦୦ ଜୁଲାଇ ୧୧ ତାରିଖରେ କ୍ୟାମ୍ପ ଡେବିଡ ଶିଖର ସମ୍ମିଳନୀ ଡାକିଥିଲେ । ଏଥିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହୁଦ ବାରାକ ଏବଂ ପାଲେଷ୍ଟାଇନ କର୍ତ୍ତୃପକ୍ଷ ୟାସାର ଅରାଫତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଏକାଠି ହୋଇଥିଲେ । ହେଲେ ବିନା କୌଣସି ନିଷ୍ପତ୍ତିରେ ଏହି ଶିଖର ସମ୍ମିଳନୀ ଶେଷ ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଗଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami