ବାଣ ଗୋଦାମରେ ଅଗ୍ନିକାଣ୍ଡ; ୧୩ ଜୀବନ୍ତ ଦଗ୍ଧ

Above Post Content

ବେଙ୍ଗାଲୁରୁ: କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅତ୍ତିବେଲେସ୍ଥିତ ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ୧୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୭ରୁ ଅଧିକ ଗୁରୁତର ହୋଇଛନ୍ତି । ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ତୁରନ୍ତ ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ସେଠାରେ ଥିବା ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ସେଣ୍ଟ୍ରାଲ୍ ରେଞ୍ଜ୍ ‘ଆଇଜିପି’ ବି. ଆର. ରବିକାନ୍ତେ ଗୌଡ଼ା କହିଛନ୍ତି, ଆହତମାନଙ୍କୁ ୨ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ।

Middle post content

ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲା ପୋଲିସ କହିଛି ଯେ, ଗୋଦାମରେ ୨୦ଜଣ ଲୋକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ କେତେ ଜଣ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ସନ୍ଧାନ ନେବା ପାଇଁ ଉଦ୍ୟମ ଚାଲିଛି । ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି ।

After 2nd paragraph post ads

ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ବାଣ ଦୋକାନର ମାଲିକ ଟ୍ରକ୍‌ରୁ ବାଣ ପେଟି ଓହ୍ଲାଉଥିବା ବେଳେ ଅପ୍ରତ୍ୟାଶିତ ଭାବେ ଗୋଦାମରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜାଣିବା ଲାଗି ‘ଫୋରେନ୍‌ସିକ୍ ସାଇନ୍‌ସ୍ ଲାବ୍ରଟରି’ ଟିମ୍‌କୁ ନିୟୋଜିତ କରାଯାଇଛି ।ଗୋଦାମ ମାଲିକଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ତାଙ୍କ ପୁଅଙ୍କୁ ଅଟକ ରଖିଛି । ଏହି ଅଘଟଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପାଇଁ କର୍ଣ୍ଣାଟକ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami