ଦୁର୍ଗାପୂଜାରେ ଶିମିଳିପାଳରେ ଜମିବ ପିକନିକ୍

Above Post Content

ବାରିପଦା: ପାର୍ବଣରେ ଶିମିଳିପାଳର ମନମୁଗ୍ଧକର ପରିବେଶରେ ସମୟ ବିତାଇବାକୁ ପର୍ଯ୍ୟଟକଙ୍କୁ ମିଳିବ ଭରପୂର ସୁଯୋଗ । କାରଣ ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲୁୂଛି ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଆଗୁଆ ଖୋଲିବାକୁ ଯାଉଛି ଏହି ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପର୍ଯ୍ୟଟକ ମାନେ ପ୍ରବେଶ କରିପାରିବେ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଗାପୂଜାରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ର ରହଣୀର ସୁବିଧା ପାଇପାରିବେ । ପ୍ରବେଶ ଅନୁମତି ପାଇଁ ବୁକିଂ କାଉଣ୍ଟରରେ ଆବେଦନ କରିପାରିବେ ପର୍ଯ୍ୟଟକ । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଧାର୍ଯ୍ୟ କରାଯାଇଛି । ରାତ୍ରୀଯାପନ ପାଇଁ ପର୍ଯ୍ୟଟକ ୱେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ ।

ପ୍ଲାଷ୍ଟିକ,ପଲିଥିନ ଉପରେ କଟକଣା

After 2nd paragraph post ads
Middle post content

ପ୍ରତିବର୍ଷ ବର୍ଷା ଋତୁ ଆସିବା ମାତ୍ରେ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ । ପରେ ନଭେମ୍ବର ପହିଲାରେ ଖୋଲିଥାଏ । ଶିମିଳିପାଳ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି । ତେଣୁ ପ୍ରତ୍ୟେକ ବର୍ଷ ହଜାର ହଜାର ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥାନ୍ତି । ଏହା ଆଗୁଆ ଖୋଲୁଥିବାରୁ ଲୋକେ ଦୁର୍ଗାପୂଜାରେ ଏଥର ଶିମିଳିପାଳରେ ପିକ୍‌ନିକ୍ ଜମିବ । ଅଭୟାରଣ୍ୟ ଭିତରକୁ କୌଣସି ପ୍ଲାଷ୍ଟିକ, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ୱଳ୍ପ ମୂଲ୍ୟରେ ଗାଇଡ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ବାରିପଦା ପଟୁ ପିଠାବଟା ଫାଟକ ଦେଇ ୨୫ଟି ଏବଂ ଯଶିପୁରରୁ କାଳିଆଣି ଫାଟକ ଦେଇ ପ୍ରତିଦିନ ଯଥାକ୍ରମେ ୩୫ଟି ଗାଡ଼ିକୁ ପ୍ରବେଶ ଅନୁମତି ରହିଛି ।

ଦୁଃସାହାସିକ କ୍ରୀଡା,ମାଉଣ୍ଟେନ୍ ସାଇକେଲିଂର ବ୍ୟବସ୍ଥା

ବାଘ, ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି ଶିମିଳିପାଳ । ୯୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି । ତା’ଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଂର ସୁବିଧା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami