ଅଭିନେତ୍ରୀଙ୍କୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

Above Post Content

ମୁମ୍ବାଇ: ଇସ୍ରାଏଲରେ ଫସି ରହିଛନ୍ତି ବଲିଉଡ଼ ଅଭିନେତ୍ରୀ ନୁସ୍‌ରତ୍ ଭରୁଚା । ଇସ୍ରାଏଲ୍ ଓ ପାଲେଷ୍ଟେନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ଅଭିନେତ୍ରୀ ନୁସ୍‌ରତ୍ ଇସ୍ରାଏଲ୍‌ରେ ଫସି ରହିଛନ୍ତି । ଏନେଇ ଶନିବାର ତାଙ୍କ ‘ଟିମ୍‌’ର ଜଣେ ସଦସ୍ୟ ସୂଚନା ଦେଇଛନ୍ତି ।

ହାଫିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବାକୁ ଯାଇଥିଲେ

After 2nd paragraph post ads
Middle post content

ତାଙ୍କ ‘ଟିମ୍‌’ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଜାରି କରିଥିବା ବିବୃତିରେ କହିଛନ୍ତି, ଦୁର୍ଯୋଗକୁ ନୁସ୍‌ରତ୍ ଇସ୍ରାଏଲ୍‌ରେ ଫସି ରହିଛନ୍ତି । ‘ହାଫିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ’ରେ ଯୋଗ ଦେବା ପାଇଁ ସେ ଇସ୍ରାଏଲ୍ ଯାଇଥିଲେ । ଏହି ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ଫିଲ୍ମ ‘ଅକେଲୀ’କୁ ଚୟନ କରାଯାଇଥିଲା । ଏବେ ସେ ଏକ ‘ବେସ୍‌ମେଣ୍ଟ୍‌’ରେ ସୁରକ୍ଷିତ ଥିବା ଜଣାଯାଇଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କ ବିଷୟରେ ଅଧିକ ବିବରଣୀ ପ୍ରକାଶ କରାଯାଇ ନାହିଁ । କିନ୍ତୁ, ସେବେଠାରୁ ଆମେ ଆଉ ତାଙ୍କ ସହିତ ଯୋଗାଯୋଗ କରି ପାରୁ ନାହୁଁ । ନିରାପଦରେ ନୁସ୍‌ରତ୍‌ଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଆମେ ଉଦ୍ୟମ ଚଳାଇଛୁ । ଆଶାକରୁ ସେ ସୁସ୍ଥ ଓ ଅକ୍ଷତ ଭାବେ ଫେରି ଆସିବେ ।

ଭୟଭୀତ ଅବସ୍ଥାରେ ଅନେକ ଭାରତୀୟ

ଇସ୍ରାଏଲରେ ରହୁଥିବା ଅନ୍ୟ ଭାରତୀୟମାନେ ମଧ୍ୟ ଏହି ଉତ୍ତେଜନାପୂର୍ଣ୍ଣ ସଙ୍ଘର୍ଷ ଯୋଗୁଁ ଆତଙ୍କିତ ଓ ଭୟଭୀତ ହୋଇପଡ଼ିଛନ୍ତି । ଇସ୍ରାଏଲରେ ପାଠ ପଢ଼ୁଥିବା ଜଣେ ଭାରତୀୟ ଛାତ୍ର କହିଛନ୍ତି ଯେ, ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି । ସେ ଏବଂ ଅନ୍ୟ ଭାରତୀୟମାନେ ଭାରତୀୟ ଦୂତାବାସ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଉଲ୍ଲେଖଯୋଗ୍ୟ, ଶନିବାର ପ୍ରତ୍ୟୁଷରୁ ଆତଙ୍କବାଦୀ ସଙ୍ଗଠନ ହମାସ୍ ଗାଜାରୁ ଇସ୍ରାଏଲ୍ ଆଡ଼କୁ ମାତ୍ର ୨୦ ମିନିଟ୍ ମଧ୍ୟରେ ପ୍ରାୟ ୫୦୦୦ ରକେଟ ନିକ୍ଷେପ କରି ଆକ୍ରମଣ ଆରମ୍ଭ କରିଥିଲା । ବିଭିନ୍ନ ପଥ ଓ ପାରାସୁଟ୍ ଯୋଗେ ମଧ୍ୟ ଅନେକ ଆତଙ୍କବାଦୀ ଇସ୍ରାଏଲ୍‌ରେ ଅନୁପ୍ରବେଶ କରିବାରେ ସଫଳ ହୋଇଥିଲେ । ଏହି ଆକ୍ରମଣକୁ ହମାସ୍‌ର ମିଲ୍‌ଟାରି ୱିଙ୍ଗ୍ ‘ଅଲ୍ କସମ୍ ବ୍ରିଡାଗେସ୍‌’ ‘ଅଲ୍ ଅକ୍‌ସା ଫ୍ଲଡ୍‌’ ଅଭିଯାନ ବୋଲି ଘୋଷଣା କରିଛି । ସେହିପରି, ଇସ୍ରାଏଲ୍ ହମାସ୍ ବିରୋଧରେ ଆରମ୍ଭ କରିଥିବା ପ୍ରତିଆକ୍ରମଣକୁ ‘ଅପରେସନ୍ ଆଇରନ୍ ସୋର୍ଡସ୍‌’ ବୋଲି କହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami